ରାଜନିତୀ ରେ ବହୁ ବତୀପେଲା କର୍ମୀ ଥାଆନ୍ତି ମନ୍ତ୍ରୀ ଅରୁଣ ସାହୁ

arunsahooଆଗାମୀ ତ୍ରିସ୍ତରୀୟ ପ•ାୟତ ନିର୍ବାଚନକୁ ଦୃଷ୍ଟେିର ରଖି ଧର୍ମଶାଳା ବିଜୁ ଜନତା ଦଳର ନିର୍ବାଚନ ମଣ୍ଡଳୀସ୍ତରୀୟ
କାର୍ଯ୍ୟକାରିଣୀ ସମ୍ମିଳନୀ ଶୁକ୍ରବାର ଦିନ କଳ୍ପତରୁ ଦାସ ମିନି ଷ୍ଟାଡିୟମଠାରେ ଜିଲ୍ଲା ସଭାପତି-ନରେଶ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
ହୋଇଯାଇଛି। ଅନୁଷ୍ଠିତ କର୍ମୀସମ୍ମିଳନୀରେ ରାଜ୍ୟ ପ•ାୟତରାଜ ଓ ଆଇନମନ୍ତ୍ରୀ-ଅରୁଣ ସାହୁ, ବିଜେଡି ମୁଖପାତ୍ର-ପ୍ରତାପ ଦେବ୍, ଯାଜପୁର
ସାଂସଦ-ରୀତା ତରାଇ ପ୍ରମୁଖ ଅତିଥିଭାବେ ଯୋଗଦେଇ ଆଗାମୀ ତ୍ରିସ୍ତରୀୟ ପ•ାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ
ଭୋଟଦେଇ ଜୟଯୁକ୍ତ କରିବା ସହ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସମାଧାନ କରିବାକୁ କର୍ମୀମାନଙ୍କୁ ଆହ୍ୱାନ ଜଣାଇଥିଲେ। ରାଜ୍ୟରେ
ବିରୋଧିଦଳ ଅବସ୍ଥା ଭଲ ନଥିବାବେଳେ ଗଣମାଧ୍ୟମ ବିରୋଧି ଦଳ କାର୍ଯ୍ୟ ସମ୍ପାଦନା କରୁଅଛି ଓ କିଛି ଇସୁ ନଥିଲେ ମଧ୍ୟ ଗଣମାଧ୍ୟମ ଅଜଥା
ଖବର କାଗଜରେ ପ୍ରକାଶନ କରୁଛି। ଫଲରେ ସରକାର ଅନେକ କ୍ଷେତ୍ରରେ ସଚେତନ ହେଉଛନ୍ତି ବୋଲି ମତ ବ୍ୟକ୍ତ କରିଥିଲେ। ରାଜନିତୀ
ରେ ବହୁ ବତୀପେଲା କର୍ମୀ ଥାଆନ୍ତି ତାଙ୍କ କଥାକୁ ନେତୃବୃନ୍ଦ କାନକୁ ନବା ଉଚିତ ନୁହେଁ ବୋଲି ମନ୍ତ୍ରୀ ଅରୁଣ ସାହୁ କହିଥିଲେ। ଏହି ଭାଷଣ
ପରେ ସଭା ରେ ଯୋର ତାଳି ବାଜିଥିଲା। ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ କର୍ମୀମାନଙ୍କୁ ଉଦ୍ବୋଧନ ଦେଇ କହିଲେ ଯେ ଏହି
ନିର୍ବାଚନ ମଣ୍ଡଳୀର ୫୪ ଗୋଟି ପ•ାୟତରେ ଦଳୀୟ ପ୍ରାର୍ଥୀ କିପର ବିଜୟ ଲାଭ କରିବେ ସେଥିପ୍ରତି କର୍ମୀ ସଚେତନ ହେବା ଦରକାର ବୋଲି
ମତବ୍ୟକ୍ତ କରିଥିଲେ। ଏହି ସମ୍ମିଳନୀରେ ବ୍ଲକ ଉପାଧ୍ୟକ୍ଷ-ଜଳଧର ମହାନ୍ତି, ବ୍ଲକ ବିଜେଡି ସଭାପତି-ନିରଞ୍ଜନ ବଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ-
ଦୁଃଶାସନ ସାହୁ, ଜିଲା ସାଧାରଣ ସଂପାଦକ- ଡ. ପ୍ରିୟନାଥ ମହାପାତ୍ର, ଯୁବନେତା-କୃଷ୍ଣଚନ୍ଦ୍ର ରାଉତ, ସନ୍ତୋଷ କୁମାର ଜେନା ,ଯୁବନେତା
ପ୍ରସନଦନ କୁମାର ରାଉତ,ଯୁବ ସଂଗଠକ ନିରଜଂନ ରାଉତ ,ଛାତ୍ର ନେତା ସବ୍ୟସାଚୀ ସୁନ୍ଦରରାୟ ପ୍ରମୁଖ ଯୋଗଦେଇମତବ୍ୟକ୍ତ କରିଥିଲେ ,
ଅନ୍ୟ ମାନଙ୍କ ମଧ୍ୟରେ ଅକ୍ଷୟ କୁମାର ନାୟକ, ପ୍ରତାପ ପ୍ରଧାନ,ମାନସ ମହାନ୍ତି ,ରଶ୍ମିରଂଜନ ରାୟ, ସହେଯାଗ କରିଥିଲୋ। ଶେଷର ରାଜ୍ୟ
ପରିଷଦ ସଭ୍ୟ ଜଳଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Share in top social networks!