ମହାଳୟରେ ମା ବିରଜାଙ୍କ ପାଖରେ ପିଣ୍ଡଦାନ

pindadanaଆଜି ପବିତ୍ର ମହାଳୟା। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ କ୍ଷେତ୍ରରେ ରହିଛି ନାଭିଗୟା। ଏହି କ୍ଷେତ୍ରରେ ପିଣ୍ଡଦାନ କଲେ ବା ଶ୍ରଦ୍ଧା ଅର୍ପଣ କଲେ ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏନେଇ ଆଜି ସକାଳୁ ନାଭିଗୟା କ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଲାଗିଛି ଭିଡ। ି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ। ଆଜି ସକାଳୁ ମାଙ୍କର ଯଥାବିଧି ପୂଜାର୍ଚ୍ଚନା କରାଯାଇଥିଲା। ମାଙ୍କର ଏବେ ଷୋଡଷ
ଉପଚାର ପୂଜା ଚାଲିଥିବା ବେଳେ ଆଜି ହେଉଛି ପବିତ୍ର ମହାଳୟା।

ମାଙ୍କ ବେଢା ମଧ୍ୟରେ ରହିଛି ନାଭିଗୟା କ୍ଷେତ୍ର। ଏଠାରେ ପିଣ୍ଡଦାନ କଲେ ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ହୋଇଥାଏ। ଆଜି ସକାଳୁ ଜିଲା ତଥା ଜିଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା ଏହି କ୍ଷେତ୍ରକୁ। ନିକଟସ୍ଥ ପୁଣ୍ୟୋତୋୟା ବୈତରଣୀ ନଦୀରେ ତର୍ପଣ କରି
ଏଠାରେ ପିଣ୍ଡଦାନ କରି ମା ବିରଜାଙ୍କ ଦର୍ଶନ ଲାଭ କଲେ ପିତୃପୁରୁଷମାନେ ଉଦ୍ଧାର ପାଇଥାନ୍ତି ବୋଲି ଭକ୍ତମାନଙ୍କର ରହିଛି ବିଶ୍ୱାସ। ନାଭିଗୟା କ୍ଷେତ୍ରରେ ଚାଲିଛି ପିଣ୍ଡଦାନ। ବ୍ରାହ୍ମଣ, ପୁରୋହିତମାନଙ୍କର ମନ୍ତ୍ରଧ୍ୱନୀରେ କଂପୁଛି ସାରା ପରିବେଶ। କାହିଁ କୋଉ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁ ଭକ୍ତମାନେ ଛୁଟି ଆସି ପିଣ୍ଡଦାନ କରିବାରେ ଲାଗିପଡିଛନ୍ତି। ଅଟା, ଛତୁଆ, ଚାଉଳ ଆଦି ବିଭିନ୍ନ ସାମଗ୍ରୀ ସହ ‘ଳମୂଳ ଭୋଗ ଅର୍ପଣ ଚାଲିଛି।

ଏହି କ୍ଷେତ୍ରର ପୈାରଣିକ କିମ୍ବଦନ୍ତି ରହିଥିବା ବେଳେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଭକ୍ତମାନେ ତର୍ପଣ, ପିଣ୍ଡଦାନ କରିବା
ସହ ପିତୃପୁରୁଷଙ୍କ ଉଦ୍ଧାର ପାଇଁ ପ୍ରାର୍ଥନା କରିଛନ୍ତି। ଏଥିରେ ସମାଜସେବୀ ଡ.ସୁରେଶ ଚନ୍ଦ୍ର ଦଳାଇ ସମେତ ବହୁ
ଭଲେଣ୍ଡିୟର ମାନେ ଉପସ୍ଥିତ ଥିଲୋ ମହାଳୟରେ ମା ବିରଜାଙ୍କ ପାଖରେ ପିଣ୍ଡଦାନ

Share in top social networks!