ଆଞ୍ଚଳିକ ଶିକ୍ଷାର ପ୍ରସାର ଦିଗରେ ଆଦାନି ଧାମରା ବନ୍ଦରର ଅନନ୍ୟ ପ୍ରୟାସ

ଦେଶର ପ୍ରଗତି ନିମନ୍ତେ ନାରୀଶିକ୍ଷା ନିତ୍ୟାନ୍ତ ଆବଶ୍ୟକ। ନାରୀଶିକ୍ଷା ଦ୍ୱାରା ଉଭୟ ସାମାଜିକ ଏବଂ ଅର୍ଥନୈ÷ତିକ କ୍ଷେତ୍ରରେ ବିକାଶ ପରିଲିଖିତ ହୁଏ। ଶିକ୍ଷୀତ ନାରୀ ଗୃହ ତଥା ବୃତ୍ତି କ୍ଷେତ୍ରରେ ନିଜର ଅବଦାନ ଦ୍ୱାରା ସମାଜରେ ଏକ ସକରାତ୍ମକ ପରିବେଶ ସୃଷ୍ଟି କରିପାରେ। ଶିକ୍ଷୀତ ନାରୀ ବିକାଶର ମାପକାଠି। ଭାରତବର୍ଷରେ ନାରୀଶିକ୍ଷା କୁ ବେଶ୍ ଗୁରୁତ୍ୱ ଦିଆଯାଉଛି। ନାରୀମାନଙ୍କୁ ଶିକ୍ଷା ର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ଅନେକ ଯୋଜନାମାନ ପ୍ରଣୟନ କରିଛନ୍ତି। ଭାରତବର୍ଷରେ ଏହା ଅନେକ କ୍ଷେତ୍ରରେ ଦେଖାଯାଏ ଯେ ପୁଅମାନଙ୍କ ଅପେକ୍ଷା ଝିଅମାନେ ଅଧାରୁ ପାଠ ଛାଡୁଛନ୍ତି। ତେଣୁ ଏହା ରୋକିବା ପାଇଁ କେନ୍ଦ୍ର ସରକାର ‘ବେଟି ପଢାଓ ବେଟି ବଚାଓ’ ଭଳି ଏକ ସ୍ୱତନ୍ତ ଅଭିଯାନ ଆରମ୍ଭ କରିଛନ୍ତି। କେନ୍ଦ୍ର ସରକାର ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅଭିଯାନକୁ ବେଶ୍ ଗୁରୁତ୍ୱ ଦେଉଛନ୍ତି। ସେହିପରି ରାଜ୍ୟ ସରକାର ମଧ୍ୟ ନାରୀଶିକ୍ଷା କୁ ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲାର ଧାମରାରେ ପ୍ରତିଷ୍ଠିତ ଓଡିଶାର ପ୍ରମୁଖ ବନ୍ଦର ଆଦାନି ଧାମରା ପୋର୍ଟ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଗରିବ, ମେଧାବି ଏବଂ ଅବହେଳିତ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ଅନେକ ଉନ୍ନତିମୂଳକ ପଦକ୍ଷେପ ନେଇଆସିଛି। ବିଶେଷକରି ନାରୀମାନଙ୍କ ଶିକ୍ଷାର ପ୍ରଚାର ପ୍ରସାର ତଥା ସଚେତନ କରିବା ପାଇଁ ଏହି ଅଭିଯାନ ଆରମ୍ଭ କରିଛି।
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କରଣପଲ୍ଲୀ ଗ୍ରାମର ଚନ୍ଦି୍ରକା ମଣ୍ଡଳ। ତାର ଉଚ୍ଚଶିକ୍ଷା ପାଇଁ ଅନେକ ଆଗ୍ରହ ଥିଲେ ମଧ୍ୟ ପରିବାରର ଆର୍ଥôକ ସଙ୍କଟ ତା ଶିକ୍ଷା ପାଇଁ ଏକ ବାଧକ ସାଜିଥିଲା। ଜଣେ ଦକ୍ଷ ଓ ବୃତ୍ତି ଛାତ୍ରୀ ହିସାବରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ଥିଲା ଚନ୍ଦି୍ରକାର ଅନେକ ଆକାଂକ୍ଷା। ଉଚ୍ଚଶିକ୍ଷା ଲାଭ କରି ଜଣେ ଶିକ୍ଷକ ହୋଇ ଶିକ୍ଷାର ଗୁଣାତ୍ମକ ମାନଦଣ୍ଡକୁ ବିକାଶ କରିବା ଥିଲା ତାର ମୁଖ୍ୟ ଲକ୍ଷ୍ୟ। ଚନ୍ଦି୍ରକାଙ୍କ ଏହି ଲକ୍ଷ୍ୟକୁ ପୂରଣ କରିବା ଦିଗରେ ଧାମରା ବନ୍ଦରର ଛାତ୍ରବୃତ୍ତି ଯୋଜନା ସାଜିଥିଲା ଏକ ଆଶାର ଆଲୋକ । ଏହି ଛାତ୍ରବୃତ୍ତି ଦ୍ୱାରା କେବଳ ଚନ୍ଦି୍ରକାର ଲକ୍ଷ୍ୟ ପୁରଣ ହୋଇଛି ତାହା ନୁହେଁ ଆଗାମୀ ଭବିଷ୍ୟତପାଇଁ ଏକ ଉଦୀୟମାନ ପ୍ରତିଭା ଗଢି ତୋଳିବା ନିମନ୍ତେ ଆଦାନୀ ଧାମରା ବନ୍ଦରର ଏହା ଏକ ଛୋଟ ପ୍ରୟାସ । କେବଳ ଚନ୍ଦି୍ରକା ନୁହଁନ୍ତି ଧାମରା ବନ୍ଦରର ପାଶ୍ୱର୍ବର୍ତ୍ତୀ ଗ୍ରାମରେ ବସବାସ କରୁଥିବା ଅନେକ ଗରିବ ମେଧାବୀ ଏବଂ ପଛୁଆବର୍ଗର ଛାତ୍ରଛାତ୍ରୀମାନଙ୍କର ଉଚ୍ଚଶିକ୍ଷା ନିମନ୍ତେ ଧାମରା ବନ୍ଦରର ଛାତ୍ର ବୃତ୍ତି ବେଶ୍ ସହାୟକ ହେଉଛି। ଏହି ବୃତ୍ତି ଦ୍ୱାରା ଅନେକ ଛାତ୍ରଛାତ୍ରୀ ରାଜ୍ୟ ତଥା ଜାତୀୟ ଶିକ୍ଷାନୁଷ୍ଠାନରେ ଉଚ୍ଚଶିକ୍ଷା ଲାଭ କରିବା ପାଇଁ ସୌଭାଗ୍ୟ ଅର୍ଜନ କରିଛନ୍ତି।
ଆଦାନି ଧାମରା ବନ୍ଦର ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧତା ର ଅଂଶ ଭାବେ ଏବେ ସୁଦ୍ଧା ୧୦୪ ଜଣ (୬୧ଜଣ ଛାତ୍ର, ୪୩ ଜଣ ଛାତ୍ରୀ) ଛାତ୍ରଛାତ୍ରୀଙ୍କୁ ଧାମରା ବନ୍ଦର ଛାତ୍ରବୃତ୍ତି ପ୍ରଦାନ କରିସାରିଛି। ବୁଦ୍ଧିଜୀବୀମାନଙ୍କ ମତରେ ଏହି ଛାତ୍ରବୃତ୍ତି ଜରିଆରେ ସ୍ଥାନୀୟ ଅଞ୍ଚଳରେ ଶିକ୍ଷାର ପ୍ରସାର ହେବା ସଙ୍ଗେ ସଙ୍ଗେ ପିଲାମାନଙ୍କ ମନରେ ଉଚ୍ଚଶିକ୍ଷା ଲାଭ କରିବା ପାଇଁ ଏକ ଉତ୍ସାହ ଭରିଦେଇଛି।
ଚଳିତବର୍ଷ ୨୦୧୬-୧୭ରେ ଦଶମ ଶ୍ରେଣୀ ପରୀକ୍ଷାରେ ୭୫ ପ୍ରତିଶତରୁ ଉଦ୍ଧ୍ୱର୍ ମାର୍କ ରଖିଥିବା ୨୩ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ବନ୍ଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶୀ୍ର ସୁବ୍ରତ ତ୍ରିପାଠୀ ଧାମରା ବନ୍ଦର ଛାତ୍ରବୃତ୍ତି ପ୍ରଦାନ କରିଥିଲେ। ବନ୍ଦର ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପାଶ୍ୱବର୍ତ୍ତୀ ୯ଟି ବିଦ୍ୟାଳୟର ୨୩ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଥିଲା। ଶିକ୍ଷାର ପ୍ରଚାର ପ୍ରସାର ପାଇଁ ଧାମରା ବନ୍ଦର ସମସ୍ତ ସୁବିଧା ସହଯୋଗ ଯୋଗାଇ ଦେବ ବୋଲି ବନ୍ଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶୀ୍ର ତ୍ରିପାଠୀ କହିଥିଲେି। ଏହି କାର୍ଯ୍ୟକ୍ରମରେ ପାଶ୍ୱବର୍ତ୍ତୀ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଅଭିଭାବକ, ବନ୍ଦର କର୍ମଚାରୀ, ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଯୋଗଦେଇଥିଲେ। ସୂଚନାଯୋଗ୍ୟ, ଧାମରା ବନ୍ଦର ଛାତ୍ରବୃତ୍ତି ଦ୍ୱାରା ମେଧା ଛାତ୍ରଛାତ୍ରୀମାନେ ବିଭିନ୍ନ ଜାତୀୟ ତଥା ବୈଷୟିକ ଶିକ୍ଷାନୁଷ୍ଠାାନ ମାନଙ୍କରେ ଶିକ୍ଷାଲାଭ କରିବା ପାଇଁ ଯୋଗ୍ୟ ହୋଇପାରିଛନ୍ତି ଯେପରିକି ବାଂଶଡା ସ୍କୁଲର ସିଦ୍ଧାର୍ଥ ଶଙ୍କର ପାଢୀ ଏସିବି ମେଡିକାଲ କଲେଜରେ ଶିକ୍ଷାରତ, ଜାଗୁଳା ଉଚ୍ଚ ବିଦ୍ୟାଳୟର ପ୍ରଦୀପ ଓଝା ଗାନ୍ଧୀ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନୋଲୋଜି ବାଙ୍ଗାଲୁରୁରେ, ଜିପି ଉଚ୍ଚ ବିଦ୍ୟାଳୟର ଚନ୍ଦ୍ରିକା ମଣ୍ଡଳ (ଓଟିଇଟି) ଶିକ୍ଷକତା ତାଲିମ, ଧାମରାଇ ଉଚ୍ଚ ବିଦ୍ୟାଳୟର ମମତାମଇ ପରିଡା ଏବଂ କରଣପଲ୍ଲୀ ଉଚ୍ଚ ବିଦ୍ୟାଳୟର ଅର୍ଚ୍ଚନା ମହାପାତ୍ର ବୈଷୟିକ ଶିକ୍ଷା, ଏସ୍ ଏସ୍ ନିଗମାନନ୍ଦ ବିଦ୍ୟାପୀଠର ଶୁଭମ୍ ସେଖର ରାଉତ୍, ଏନଆଇଟି ରାଉରକେଲାରେ ଶିକ୍ଷାରତ ଅଛନ୍ତି। ଧାମରା ବନ୍ଦରର ଏହି ପଦକ୍ଷେପ ମେଧାବୀ ଛାତ୍ରଛାତ୍ରୀଙ୍କ ମନରେ ପ୍ରେରଣା ଯୋଗାଇ ଦେବ ବୋଲି ଶିକ୍ଷକ ଓ ଅଭିଭାବକମାନେ ଆଶା ପ୍ରକାସ କରିଛନ୍ତିା

Share in top social networks!