ତୈଳମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଫଡ଼ନବିଶ ସାକ୍ଷାତ ଆଲୋଚନା; ମହାରାଷ୍ଟ୍ରରେ ଦେଶର ସବୁଠୁ ବଡ଼ ତୈଳ ବିଶୋଧନାଗାର ପ୍ରତିଷ୍ଠା ନେଇ ଆଲୋଚନା

dpcmମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିଶ ଶୁକ୍ରବାର ଦିନ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିଛନ୍ତି।
ନୂଆଦିଲ୍ଲୀ ସ୍ଥିତ ଶାସ୍ତ୍ରୀ ଭବନରେ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ପ୍ରକୋଷ୍ଠରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ତୈଳମନ୍ତ୍ରୀଙ୍କ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି।

ମହାରାଷ୍ଟ୍ରରେ ତୈଳ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତାବିତ ଦେଶର ସବୁଠାରୁ ବଡ଼ ତୈଳ ବିଶୋଧନାଗାର ମହାରାଷ୍ଟ୍ରରେ ପ୍ରତିଷ୍ଠା ହେବାକୁ ଯାଉଛି। ତୈଳମନ୍ତ୍ରୀ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଫଡ଼ନବିଶ ଦେଶର ସବୁଠାର ବଡ଼ ବିଶୋଧନାଗାର ମହାରାଷ୍ଟ୍ରର କେଉଁଠାରେ ଅବସ୍ଥାପିତ ହେବା ସେ ନେଇ ବିଚାର ଆଲୋଚନା କରିଥିଲେ।

ତୈଳ ବିଶୋଧନାଗାର ପ୍ରତିଷ୍ଠା ନେଇ ତୈଳ ମନ୍ତ୍ରଣାଳୟ ତରଫରୁ କିଛି ପ୍ରସ୍ତାବିତ ସ୍ଥାନର ସୂଚନା ଦିଆଯାଇଥିଲା। ଏନେଇ ତୈଳ ମନ୍ତ୍ରାଳୟ ଓ ମହାରାଷ୍ଟ୍ରର ବରିଷ୍ଠ ଅଧିକାରୀମାନେ ମିଳିତ ଭାବରେ ଆଲୋଚନା କରିବାର କାର୍ଯ୍ୟକ୍ରମ ଏହି ବୈଠକରେ ସ୍ଥିର ହୋଇଥିବା
ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଥିଲା।

ଥରେ ବିଶୋଧନାଗାର ପାଇଁ ଜମି ଚିହ୍ନଟ ହୋଇଗଲେ ରିଫାଇନାରି ପ୍ରତିଷ୍ଠା କାମ ଦ୍ରୁତଗତିରେ ଆଗେଇ ଦେବା ପାଇଁ ତୈଳ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ପଦକ୍ଷେପ ନେବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।

Share in top social networks!