ରାଜ୍ୟର ସମସ୍ତ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରାବାସର ଅନ୍ତେବାସୀମାନଙ୍କୁ ରିହାତି ମୂଲ୍ୟରେ ଚାଉଳ ଯୋଗାଇଦେବାକୁ କେନ୍ଦ୍ର ସରକାରଙ୍କ ପାଖରେ ଦାବି

sanjayରାଜ୍ୟରେ ଥ#ବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରାବାସର ସମସ୍ତ ଅନ୍ତେବାସୀମାନଙ୍କୁ ରିହାତି ମୂଲ୍ୟରେ ଚାଉଳ ଯୋଗାଇଦେବାକୁ ରାଜ୍ୟ ସରକାରଙ୍କ ଦାବି ପ୍ରତି ସକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରି କେନ୍ଦ୍ର ସରକାର ଏ ସଂପର୍କରେ ବିହିତ ନିଷ୍ପତ୍ତି ନେବେ ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଂଜୟ କୁମାର ଦାସ ବର୍ମାଙ୍କୁ ବିଭାଗୀୟ କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାଶଓ୍ୱାନ୍ ପ୍ରତିଶ୍ରୁତି ଦେଇଛନ୍ତି ।

ଆଜି ମନ୍ତ୍ରୀ ଶ୍ରୀ ଦାସ ବର୍ମା କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାଶଓ୍ୱାନ୍ଙ୍କୁ ସାକ୍ଷାତ କରି ଖାଦ୍ୟ ଯୋଗାଣ ସଂପର୍କିତ ଓଡ଼ିଶାର ବିଭିନ୍ନ ଦାବି ଓ ପ୍ରସଙ୍ଗ ସଂପର୍କରେ ଆଲୋଚନା କରିଛନ୍ତି । ରାଜ୍ୟରେ ଥ#ବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରାବାସର ସମସ୍ତ ଅନ୍ତେବାସୀମାନଙ୍କୁ ରିହାତି ମୂଲ୍ୟରେ ଚାଉଳ ଯୋଗାଇ ଦେବାକୁ ରାଜ୍ୟ ସରକାର ଦାବି କରିଆସୁଛନ୍ତି । ମନ୍ତ୍ରୀ ଶ୍ରୀ ଦାସ ବର୍ମା ବିଭିନ୍ନ ସମୟରେ ଏ ସଂପର୍କରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଅକେଫାବର ୨୦୧୪ ମସିହାରେ ମନ୍ତ୍ରୀ ଶ୍ରୀ ଦାସ ବର୍ମା କେନ୍ଦ୍ର ସରକାରଙ୍କୁ ଜଣାଇଥ#ଲେ ଯେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରାବାସରେ ୫୪୭୩୮୦ ଅନ୍ତେବାସୀଙ୍କ ସହିତ ଅନ୍ୟାନ୍ୟ ସାମାଜିକ ଓ କଲ୍ୟାଣକାରୀ ଅନୁଷ୍ଠାନଗୁଡିକରେ ୧୧୭୭୫ ଛାତ୍ରଛାତ୍ରୀ ରହୁଛନ୍ତି । ସେମାନଙ୍କର ଚାଉଳର ଆବଶ୍ୟକତା ୭୫୮୩.୮୦୦ ମେଟି୍ରକ୍ ଟନ୍ ହୋଇଥ#ବା ବେଳେ ଭାରତ ସରକାର ମାସିକ ମାତ୍ର ୮୦୩.୫୨୫ ମେଟି୍ରକ୍ ଟନ୍ ଚାଉଳ ଯୋଗାଇ ଦେଉଛନ୍ତି । ଅବଶିଷ୍ଟ ଚାଉଳ ଭରଣା କରିବା ପାଇଁ ରାଜ୍ୟ ସରକାର ନିଜସ୍ୱ ପା=ିରୁ ବାର୍ଷିକ ପ୍ରାୟ ୨୧୩ କୋଟି ଟଙ୍କା ବ୍ୟୟ କରୁଛନ୍ତି । ଏଣୁ ଅନ୍ତେବାସୀମାନଙ୍କ ପାଇଁ ଆବଶ୍ୟକ ମୋଟ ୮୩୮୭.୩୨୫ ମେଟି୍ରକ୍ ଟନ୍ ଚାଉଳ ଯୋଗାଇଦେବାକୁ ମନ୍ତ୍ରୀ ଶ୍ରୀ ଦାସବର୍ମା କେନ୍ଦ୍ର ମନ୍ତ୍ରୀଙ୍କୁ
ଅନୁରୋଧ କରିଥ#ଲେ ।

ଆଜି ସାକ୍ଷାତ ଆଲୋଚନା ସମୟରେ ମନ୍ତ୍ରୀ ଶ୍ରୀ ଦାସବର୍ମା ଏହି ଦାବି ପ୍ରତି ପୁନର୍ବାର ଦୃଷ୍ଟି ଆକର୍ଷଣ କରି ବିହିତ ପଦକ୍ଷେପ ନେବାକୁ କେନ୍ଦ୍ର ମନ୍ତ୍ରୀଙ୍କୁ କହିଥ#ଲେ । କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାମବିଳାସ ପାଶଓ୍ୱାନ୍ ଏ ସଂପର୍କରେ ସକାରାତ୍ମକ ମନୋଭାବ ପୋଷଣ କରିବା ସହିତ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟରେ ଥ#ବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରାବାସ ସଂପର୍କିତ ସୂଚନା ସହିତ ଅନ୍ତେବାସୀଙ୍କ ସଂଖ୍ୟା ଓ ପୂର୍ବ ବର୍ଷମାନଙ୍କରେ ଆବଣ୍ଟନର ବିନିଯୋଗ ପ୍ରମାଣପତ୍ର ପ୍ରଦାନ କଲେ ତ୍ୱରିତ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପାଶଓ୍ୱାନ୍
ଜଣାଇଛନ୍ତି । ଏ ସଂପର୍କରେ ତଥ୍ୟାବଳୀ ଖୁବ୍ ଶୀଘ୍ର କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସବର୍ମା ପ୍ରକାଶ କରିଛନ୍ତି ।

ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅନୁଯାୟୀ ହିତାଧ#କାରୀ ଚିହ୍ନଟ ପ୍ରକ୍ରିୟା ବେଳେ ପ୍ରତି ଅଗ୍ରାଧ#କାର ପରିବାର ୫ କେଜି ଖାଦ୍ୟଶସ୍ୟର ଚୟନ କରିବା ପାଇଁ ସୁଯୋଗ ଦିଆଯାଇଥ#ଲା । ସଂଗୃହିତ ତଥ୍ୟବଳୀ ଆଧାରରେ ରାଜ୍ୟବାସୀଙ୍କ ଚାହିଦା ୮୫ ଭାଗ ଚାଉଳ ପାଇଁ ଥ#ବା ବେଳେ ୧୫ ଭାଗ ଗହମ ପାଇଁ ରହିଥ#ଲା । ଏହି ଅନୁପାତରେ ଚାଉଳ ଓ ଗହମ ଯୋଗାଣ ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥ#ଲେ । କିନ୍ତୁ କେନ୍ଦ୍ର ୭୯:୨୧ ଅନୁପାତରେ ଚାଉଳ:ଗହମ ଦେଉଥ#ଲେ । ଓଡ଼ିଶା ଏକ ଭାତପି୍ରୟ ରାଜ୍ୟ ହୋଇଥ#ବାରୁ କେନ୍ଦ୍ର ସରକାର ନିଷ୍ପତ୍ତିର ପୁନର୍ବିଚାର କରି ଆବଶ୍ୟକ ହାରରେ ଚାଉଳ ଗହମ ଯୋଗାଇଦେବାକୁ ବିଭାଗୀୟ ଶାସନ ସଚିବ, ମୁଖ୍ୟ ଶାସନ ସଚିବ, ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମଧ୍ୟ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥ#ଲେ । କେନ୍ଦ୍ର ସରକାର
ନିଷ୍ପତ୍ତିର ପୁନର୍ବିଚାର କରି ରାଜ୍ୟକୁ ଆବଶ୍ୟକ ହାରରେ ଚାଉଳଗହମ ଯୋଗାଇଦେବାକୁ ରାଜି ହୋଇଥ#ଲେ ।

ତେବେ ଇତି ମଧ୍ୟରେ ରାଜ୍ୟ ସରକାର ହିତାଧ#କାରୀମାନଙ୍କୁ ସେମାନଙ୍କ ରୁଚି ଅନୁଯାୟୀ ଚାଉଳ ଯୋଗାଇ ଦେଇଥ#ଲେ । ସେହି ବକେୟା ଚାଉଳ ବାବଦରେ ଭରଣା କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଥ#ଲେ । ମନ୍ତ୍ରୀ ଶ୍ରୀ ଦାସବର୍ମା ନଭେମ୍ବର ୨୦୧୫ରୁ ମେ ୨୦୧୬ ପର୍ଯ୍ୟନ୍ତ ରାଜ୍ୟ ସରକାର ବକେୟା ଚାଉଳ ବାବଦକୁ ୮୫୯୬୩.୫୪୪ ମେଟି୍ରକ୍ ଟନ୍ ଚାଉଳ ଯୋଗାଇଦେବା ସହିତ ବଳକା ୬୬୩୪୩.୨୧୬ ମେଟି୍ରକ୍ ଟନ୍ ଗହମ ଫେରାଇନେବାକୁ ଅନୁରୋଧ କରିଥ#ଲେ । ଆଜି ସାକ୍ଷାତ ଆଲୋଚନା ସମୟରେ ରାଜ୍ୟ ସରକାରଙ୍କ ଏହି ପ୍ରସ୍ତାବକୁ କେନ୍ଦ୍ର ମନ୍ତ୍ରୀ ଅଗ୍ରାହ୍ୟ କରିଦେଇଥ#ବା ମନ୍ତ୍ରୀ ଶ୍ରୀ ଦାସବର୍ମା ପ୍ରକାଶ କରିଛନ୍ତି । ଆଜିର ଏହି ବୈଠକରେ ଭାରତ ସରକାରଙ୍କ ଖାଦ୍ୟ ବିଭାଗ ଶାସନ ସଚିବ ବ୍ରିନ୍ଦା ସ୍ୱରୂପ ଓ ବରିଷ୍ଠ ବିଭାଗୀୟ ଅଧ#କାରୀମାନେ ଉପସ୍ଥିତ ଥ#ଲେ ।

Share in top social networks!