ସାହସିକତା ପାଇଁ ଚିନ୍ମୟୀଙ୍କୁ କ୍ରୀଡାମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

marandiନିକଟରେ ରାଜଧାନୀର ରାଜରାସ୍ତାରେ ତିନିଜଣ ଅସାମାଜିକ ଯୁବକଙ୍କ ସହ ଲଢେଇ କରି ସେମାନଙ୍କଠାରୁ ନିଜକୁ ବଞ୍ଚାଇବା ସହ ଲୁଟ ହୋଇଥ#ବା ମୋବାଇଲ୍ ଓ ଅର୍ଥକୁ ଫେରିପାଇବାରେ ସଫଳ ହୋଇଥ#ବା ଚିନ୍ମୟୀ ଭୂୟାଁଙ୍କୁ କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ଅଭିନନ୍ଦନ ଜଣାଇଛନ୍ତିା ଆଜି ସଚିବାଳୟରେ ଉତ୍କଳ କାରେଟେ ସ୍କୁଲର ଛାତ୍ରୀ କୁମାରୀ ଚିନ୍ମୟୀଙ୍କୁ ତାଙ୍କ ସାହସିକତା ପାଇଁ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତିା କୁମାରୀ ଭୂୟାଁଙ୍କ ଏତାଦୃଶ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ହେବା ସହ ଓଡ଼ିଶାରେ ନାରୀଶକ୍ତିର ପରାକାଷ୍ଠା ପ୍ରଦର୍ଶନରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି କହିଛନ୍ତିା
ମହର୍ଷି କଲେଜର ଛାତ୍ରୀ ଭାବରେ ଅଧ୍ୟୟନ କରୁଥ#ବା ସମୟରେ ରାଜ୍ୟ ସରକାରଙ୍କ ପ୍ରାୟୋଜିତ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିରରୁ କୁମାରୀ ଭୂୟାଁ ପ୍ରଶିକ୍ଷଣ ଲାଭ କରି ଜଣେ ମାଷ୍ଟର ଟ୍ରେନର ରୂପେ ପ୍ରାୟ ୫ ହଜାରରୁ ଅଧ#କ ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ ତାଲିମ ପ୍ରଦାନ କରିଛନ୍ତିା ଆଗାମୀ ଦିନରେ କଲେଜରେ ପଢୁଥ#ବା ଛାତ୍ରୀମାନେ ଲୁଟେରାମାନଙ୍କୁ ଡରି ନଯାଇ ସେମାନଙ୍କୁ ସମ୍ମୁଖୀନ ହୋଇ ଉଚିତ ଶିକ୍ଷା ପ୍ରଦାନ କରିବାକୁ ଆଗେଇ ଆସିବାକୁ କୁମାରୀ ଭୂୟାଁ ତାଙ୍କ ପ୍ରତିକି୍ରୟା ରଖ#ଛନ୍ତିା
କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ମାର୍ଣ୍ଡିଙ୍କ ସଚିବାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ଆଜିର ଏହି ସମ୍ବର୍ଦ୍ଧନା ସମାରୋହରେ ଭୁବନେଶ୍ୱର(ଉତ୍ତର) ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, କ୍ରୀଡା ସଚିବ ଶ୍ରୀ ବିଶାଳ ଦେବ, ନିର୍ଦ୍ଦେଶକ ଶ୍ରୀ ଅନନ୍ତ କିଶୋର ଜେନା, ଉତ୍କଳ କରାଟେ ସ୍କୁଲର ପ୍ରଶିକ୍ଷକ ଶ୍ରୀ ହରିପ୍ରସାଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥ#ଲୋ

Share in top social networks!