ରାଜ୍ୟ ନିର୍ବାଚନ କମିଶନଙ୍କ ରାଜନୈତିକ ଦଳମାନଙ୍କ ସହ ବୈଠକ

ଆଗାମୀ ୨୦୧୭ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧ#ମାନଙ୍କ ସହ ଏକ ବୈଠକ ଆଜି ଅପରାହ୍ନରେ ରାଜ୍ୟ ନିର୍ବାଚନ ଆୟୁକ୍ତ ଡ. ରବିନାରାୟଣ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିା ଏହି ବୈଠକରେ ପଞ୍ଚାୟତ ନିର୍ବାଚନ ଉପରେ ବିଭିନ୍ନ ରାଜନୈତିକ ଦଳମାନେ ତାଙ୍କର ସୁଚିନ୍ତିତ ମତାମତ ଓ ପରାମର୍ଶ ପ୍ରଦାନ କରିଥ#ଲୋ ବିଶେଷଭାବେ ଏଥ#ରେ ନିର୍ବାଚନୀ ଖର୍ଚ୍ଚ ଓ ଯାନବାହନ ବ୍ୟବହାର ସଂପର୍କରେ ଆଲୋଚନା କରାଯାଇଥ#ଲାା ରାଜ୍ୟ ନିର୍ବାଚନ କମିଶନର ବିଭିନ୍ନ ରାଜନୈତିକ ଦଳମାନଙ୍କର ପରାମର୍ଶଗୁଡିକୁ ବିଚାର କରି ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି କହିଥ#ଲୋ ସଠିକ୍ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ସେ ବିଭିନ୍ନ ରାଜନୈତିକ ଦଳମାନଙ୍କର ସହଯୋଗ କାମନା କରିଥ#ଲୋ
ଏହି ବୈଠକରେ ଭାରତୀୟ ଜାତୀୟ କଂଗ୍ରେସ, ଭାରତୀୟ ଜନତା ପାର୍ଟି, ସି.ପି.ଆଇ, ବିଜୁ ଜନତା ଦଳ, ତୃଣମୂଳ କଂଗ୍ରେସ, ଉତ୍କଳ ଭାରତ, କଳିଙ୍ଗ ସେନା, ଓଡ଼ିଶା ଜନମୋର୍ଚ୍ଚା, ସମୃଦ୍ଧ ଓଡ଼ିଶା, ଫି୍ର ଥଟ୍ ପାର୍ଟି ଅଫ୍ ଇଣ୍ଡିଆ, ଲକ୍ଷେ ଘର ଗଣତାନ୍ତ୍ରିକ ପାର୍ଟି ଆଦି ରାଜନୈତିକ ଦଳର ପ୍ରତିନିଧ#ମାନେ ଯୋଗଦେଇଥ#ଲୋ

Share in top social networks!