୨୦୦ଊଦ୍ଧ୍ୱର୍ ସମର୍ଥକଙ୍କ ସହ ବିଜେଡି ଛାଡି କଂଗ୍ରେସରେ ଯୋଗଦେଲେ କେନ୍ଦ୍ରାପଡାର ଟାଣୁଆ ନେତା ବିଜୟ ପ୍ରଧାନ

congressbijayଅଖିଳଭାରତ କଂଗ୍ରେସ କମିଟି ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ଓ ଉପାଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଦୃଢ ଆସ୍ଥା ପ୍ରକଟ କରିବା ସହ ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନଙ୍କ କାର୍ଯ୍ୟଧାରାରେ ପୂର୍ଣ୍ଣ ବିଶ୍ୱାସ ବ୍ୟକ୍ତ କରି କେନ୍ଦ୍ରାପଡାର ଟାଣୁଆ ନେତା ଶ୍ରୀ ବିଜୟ
ପ୍ରଧାନ ବିଜୁ ଜନତା ଦଳ ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି । ଶ୍ରୀ ପ୍ରଧାନ ଓ ଅନ୍ୟତମ ଟାଣୁଆ ନେତା ଶରତ ସାହୁ ୨୦୦ରୁ ଊଦ୍ଧ୍ୱର୍ ସମର୍ଥକଙ୍କ ସହ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି ।

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟଠାରେ ପିସିସି ସଭାପତି ଶ୍ରୀ ହରିଚନ୍ଦନ ଶ୍ରୀ ପ୍ରଧାନ ଓ ଶ୍ରୀ ସାହୁଙ୍କ ସମେତ ସମସ୍ତ କର୍ମୀଙ୍କୁ କଂଗ୍ରେସ ଦଳରେ ସ୍ୱାଗତ କରିବା ସହ ଏମାନଙ୍କ ଯୋଗ ଦାନ କେନ୍ଦ୍ରାପଡା ଜିଲ୍ଲାରେ କଂଗ୍ରେସ ସ୍ଥିତିକୁ ଆହୁରି ମଜଭୁତ କରିବ । ଖାସ କରି ମହାକାଳପଡା ନିର୍ବାଚନମଣ୍ଡଳୀରେ କଂଗ୍ରେସ ଦଳର ଶକ୍ତି ଓ ସାମର୍ଥ୍ୟକୁ ବହୁଗୁଣିତ କରିବ । ରାଜ୍ୟରେ ଯେଉଁଭଳି ଭାବେ ବିଜେଡି ଦୁର୍ନୀତିରେ
ବୁଡ଼ି ରହିଛି ଓ ରାଜ୍ୟ ଓ ରାଜ୍ୟବାସୀଙ୍କ ଭବିଷ୍ୟତକୁ ଅନିଶ୍ଚିତତା ଭିତରକୁ ଠେଲି ଦେଇଛି ସେଭଳି ପରିସ୍ଥିତିରେ ଆଗାମୀ ପଂଚାୟତ ନିର୍ବାଚନରେ ଏହାର କଡା ଜବାବ ଦେବାକୁ ପଡିବ । ସମସ୍ତେ ଏକାଠି କଂଗ୍ରେସ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଦୃଢ ସଂକଳ୍ପର ସହ କାର୍ଯ୍ୟ କରିବେ ବୋଲି ଶ୍ରୀ ହରିଚନ୍ଦନ ଆହ୍ୱାନ ଜଣାଇଥିଲେ ।

ଶ୍ରୀ ପ୍ରଧାନ ପୂର୍ବରୁ ଅବିଭକ୍ତ କଟକ ଜିଲ୍ଲା କଂଗ୍ରେସର ଉପସଭାପତି ଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସର ସଭାପତି ରହି ଆସିଥିଲେ । ହେଲେ ସେ କଂଗ୍ରେସ ଦଳ ଛାଡି ବିଜେଡି ଚାଲି ଯାଇଥିବା ବେଳେ ଆଜି ତାଙ୍କର କଂଗ୍ରେସକୁ ପ୍ରତ୍ୟାବର୍ତନ ଘରବାହୁଡା ସଦୃଶ
ଓ ଏହା କଂଗ୍ରେସର ଶକ୍ତିକୁ କେନ୍ଦ୍ରାପଡା ଜିଲ୍ଲାରେ ଅଧିକ ବୃଦ୍ଧି କରିବା ସହ ଆଗାମା ପଂଚାୟତ ନିର୍ବାଚନରେ କଂଗ୍ରେସ ଦଳ ମହାକାଳପଡା ନିର୍ବାଚନରେ ଉଲ୍ଲେଖନୀୟ ସଫଳତା ପାଇପାରିବ ବୋଲି ଶ୍ରୀ ହରିଚନ୍ଦନ ଦୃଢ ଆଶା ପୋଷଣ କରିଛନ୍ତି । ଯୋଗଦାନ ପରେ ଶ୍ରୀ ପ୍ରଧାନ ଜିଲ୍ଲାରେ ଖାସ କରି ମହାକାଳପଡା ନିର୍ବାଚନମଣ୍ଡଳୀରେ କଂଗ୍ରେସକୁ ମଜଭୁତ କରିବା ପାଇଁ କାର୍ଯ୍ୟ କରିବେ ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ।

ଏହି ଯୋଗଦାନ କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଭାଗବତ ପ୍ରସାଦ ମହାନ୍ତି, ଜିଲ୍ଲା ସଭାପତି ତଥା ବିଧାୟକ ଶ୍ରୀ ଦେବେନ୍ଦ୍ର ନାଥ ଶର୍ମା, ପିସିସି ମୁଖପାତ୍ର ସୁଲୋଚନା ଦାସ, ସୌଗତ ମହାନ୍ତି, ଗିରିଜା ଶଙ୍କର ଦାଶ, ଦେବାଶୀଷ ଭୂୟାଁ, ସୁଶାନ୍ତ ତ୍ରିପାଠୀ, ଜିଲ୍ଲାର କଂଗ୍ରେସ ନେତା ଶ୍ରୀ ଉମାକାନ୍ତ ନାୟକ, ଶ୍ରୀ ବିଭ୍ରାଂଶୁ ଲେଙ୍କା, ଶ୍ରୀ ଧରିତ୍ରୀ ଜେନା, ଶ୍ରୀ ବସନ୍ତ ସେଠୀ, ଆକବର ଅଲ୍ଲୀ, ମନୋଜ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME