ଓଡ଼ିଶା ପ୍ରତି କେନ୍ଦ୍ରର ଧାରାବାହିକ ଅବିଚାରକୁ ବିଜେଡିର ତୀବ୍ର ନିନ୍ଦା; ୭ ଜିଲ୍ଲାରେ ଅକ୍ଟୋବର ୧ରେ ଆଦିବାସୀ ଓ ଜନଜୀବନର ସ୍ୱାର୍ଥରକ୍ଷା ପାଇଁ ୨ୟ ପର୍ଯ୍ୟାୟ ଆନେ୍ଦାଳନ

ଓଡ଼ିଶା ଭାରତର ଅଂଶ ବିଶେଷ ହୋଇଥିଲେ ବି କେନ୍ଦ୍ର ସରକାର ଓଡ଼ିଶାବାସୀଙ୍କ ଦୁଃଖ ବୁଝିବାକୁ ନାରାଜ। ପୋଲାଭରମ୍‌ ପ୍ରସଂଗରେ ଓଡ଼ିଶା ଲୋକଙ୍କ ବିପତ୍ତି କେନ୍ଦ୍ର ସରକାରଙ୍କୁ ଦେଖାଯାଉନି। କଂଗ୍ରେସ ନେତୃତ୍ୱାଧୀନ ସରକାର ବେଳେ ସ୍ଥିତି ଯାହା ଥିଲା ବିଜେପି ନେତୃତ୍ୱାଧୀନ ସରକାରରେ ଦୁଃଖ ବଳିଗଲା। ପୋଲାଭରମ୍‌ ପ୍ରକଳ୍ପ ନିର୍ମାଣ ସମ୍ପର୍କିତ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ସତ୍ତ୍ୱେ ଆନ୍ଧ୍ର ସରକାରଙ୍କ ଦ୍ୱାରା ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଦକ୍ଷିଣ ଓଡ଼ିଶାର ବହୁ ଅଞ୍ଚଳ ଜଳମଗ୍ନ ହେବ। ଏହା ଦ୍ୱାରା ମାଲକାନଗିରି ଜିଲ୍ଲାର ମୋଟୁ ତହସିଲର ୧୫ଟି ରାଜସ୍ୱ ଗ୍ରାମ ଓ ୧୦ଟି ପଡ଼ା ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହେବ। ଏହି
ଅଞ୍ଚଳର ୨୫ଟି ଗ୍ରାମର ୬୮୧୮ ଲୋକ ବିସ୍ଥାପିତ ହେବେ, ଯେଉଁଥିରେ ୫୯୧୬ ଜଣ ଆଦିବାସୀ ଅନ୍ତର୍ଭୁକ୍ତ। ଏଥିରେ ୭୬୫୬ ହେକ୍ଟର ଚାଷ ଓ ଜଙ୍ଗଲ ଜମି ବୁଡ଼ିଯିବ। ଓଡ଼ିଶାର ଜନଜାତିଙ୍କ ଜୀବନ ଏବଂ ଜୀବିକା ଉପରେ ଏହାର ପ୍ରଭୂତ ପ୍ରତିକୂଳ ପ୍ରଭାବ ପଡ଼ିବ।

ପୋଲାଭରମ୍‌ ପ୍ରସଂଗରେ ରାଜ୍ୟ ସରକାର କେନ୍ଦ୍ରକୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଥିଲେ ଯେ ପ୍ରସ୍ତାବିତ ପ୍ରକଳ୍ପରେ ଗୋଦାବରୀ ଜଳ ବିବାଦ ଟି୍ରବୁ୍ୟନାଲ୍‌ ଆଦେଶ ଓ ଜାତୀୟ ମାନକଗୁଡିକୁ ଉଲ୍ଲଂଘନ କରାଯାଇଛି। ଆଶ୍ଚର୍ଯ୍ୟ କଥା ଯେ ପ୍ରକଳ୍ପଟି ଆଦିବାସୀ ଅଧୁ୍ୟଷିତ ଅଞ୍ଚଳରେ ହୋଇଥିବାରୁ ଓ ବହୁସଂଖ୍ୟାରେ ଆଦିବାସୀ ଏହାଦ୍ୱାରା ପ୍ରଭାବିତ ହେଉଥିବାରୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ଅନୁମତି ବାଧ୍ୟତାମୂଳକ ହୋଇଥିଲେ ମଧ୍ୟ ତାହା ନିଆଯାଇନାହିଁ ଏବଂ ସେହି ଅଞ୍ଚଳରେ ପଲ୍ଲୀସଭା, ଯାହାକି ନିହାତି ଆବଶ୍ୟକ ତାହା କରାଯାଇ ନାହିଁ। ଏହି ସମସ୍ତ ବିଷୟକୁ ଉଲ୍ଲେଖ କରି ଓଡ଼ିଶା ସରକାର ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୩୧ ଆଧାରରେ ୯.୧୦.୨୦୦୭ରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟଙ୍କୁ କରିଥିବା ଆବେଦନରେ ଓଡ଼ିଶା ସରକାର ଦର୍ଶାଇଥିଲେ ଯେ ପୋଲାଭରମ୍‌ ପ୍ରକଳ୍ପ ଦ୍ୱାରା ଓଡ଼ିଶାର ବହୁ ଅଞ୍ଚଳ ଜଳମଗ୍ନ ହେଉଥିବାରୁ ଓ ଅନେକ ଲୋକ ପ୍ରଭାବିତ ହେଉଥିବାରୁ ଏହାକୁ ରାଜ୍ୟ ବିରୋଧ କରୁଛି।
ପରେ ମଧ୍ୟ ଏ ସଂପର୍କରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିକଟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଅନ୍ୟ ଏକ ଆବେଦନ କରାଯାଇଛି।

ପୂର୍ବରୁ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଥିବାବେଳେ ଆଖିବୁଜି ଆନ୍ଧ୍ରର କଂଗ୍ରେସ ସରକାର ପାଇଁ ପୋଲାଭରମ୍‌ ପ୍ରକଳ୍ପକୁ ମଞ୍ଜୁରୀ ଦେଇଥିଲେ। ଏପରିକି ସେହି ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପ ରୂପେ ଘୋଷଣା କରିବାକୁ କେନ୍ଦ୍ର ସରକାର ବିଧିବଦ୍ଧ ସ୍ୱୀକୃତି ମଧ୍ୟ ପ୍ରଦାନ କରିଥିଲେ। ପୋଲାଭରମ୍‌ ପ୍ରକଳ୍ପ ଦ୍ୱାରା ଓଡ଼ିଶାର ପ୍ରଭୂତ ଅଞ୍ଚଳ କ୍ଷତି ହେଉଥିବା ଜାଣି ମଧ୍ୟ ଏବର ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଆନ୍ଧ୍ରରେ ବିଜେପି ସମର୍ଥôତ ଟିଡିପି ସରକାରକୁ ପ୍ରୋତ୍ସାହନ ଦେବା ପାଇଁ ଅଣ୍ଟା ଭିଡ଼ିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ସେପ୍ଟେମ୍ବର ୮ ତାରିଖରେ ପୋଲାଭରମ୍‌ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦେଇ ୨୦୧୪ ମସିହା ଏପ୍ରିଲ ମାସରୁ ପ୍ରକଳ୍ପର ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବ ବୋଲି ଘୋଷଣା କରି ଓଡ଼ିଶାବାସୀଙ୍କୁ ପ୍ରତାରିତ କରିଛନ୍ତି। ଏବେ ପୁଣି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ୱାଇ.ଏସ୍‌. ଚୌଦାରୀ ସୂଚନା ଦେଇଛନ୍ତି, ପୋଲାଭରମ୍‌ ପ୍ରକଳ୍ପ ପାଇଁ ନାବାର୍ଡ ସମସ୍ତ ଖର୍ଚ୍ଚ ବହନ କରିବ।

ଏପରିକି ଏହି ପ୍ରକଳ୍ପ ବାବଦରେ ଆନ୍ଧ୍ର ସରକାର ଏ ପର୍ଯ୍ୟନ୍ତ ଯାହା ଖର୍ଚ୍ଚ କରିଛନ୍ତି ସେ ଖର୍ଚ୍ଚ ମଧ୍ୟ ନାବାର୍ଡ ବହନ କରିବ। ଅକ୍ଟୋବର ୧୫ ସୁଦ୍ଧା ନାବାର୍ଡ ପ୍ରଥମ ପର୍ଯ୍ୟାୟରେ ୮୦୦ କୋଟି ଟଙ୍କା ମଞ୍ଜୁରୀ କରିବ। ସମସ୍ତ ବୈଷୟିକ ସହାୟତା ସିଡବ୍ଲୁ୍ୟସି ଯୋଗାଇ ଦେବା ପାଇଁ ନିଦେ୍ର୍ଦଶନାମା ଜାରି କରାଯାଇଛି। ଓଡ଼ିଶାର ସ୍ୱାର୍ଥ ବିରୋଧୀ ପୋଲାଭରମ୍‌ ପ୍ରକଳ୍ପକୁ କେନ୍ଦ୍ର ସରକାରଙ୍କ ମଡେଲ୍‌ ପ୍ରୋଜେକ୍ଟ ଭାବେ ପରିଗଣିତ କରିବା ଯୋଜନା ରାଜ୍ୟବାସୀଙ୍କ କଟା ଘା’ରେ ଚୂନ ଦେବା ସଦୃଶ ହୋଇଛି।

ନିର୍ଦ୍ଦୟ କେନ୍ଦ୍ର ସରକାର ଆଦିବାସୀଙ୍କୁ ବାସଚୁ୍ୟତ କରିବା ପାଇଁ ଆନ୍ଧ୍ର ସରକାରଙ୍କ ମିଶି ଯେଉଁ ଭିତିରିଆ ଯୋଜନା ଚଳାଇଛନ୍ତି ତାହାର ଦୃଢ଼ ଜବାବ ଦେବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ସେପ୍ଟେମ୍ବର ୨୦ ତାରିଖରେ ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ୍‌ ସମ୍ମୁଖ ଏବଂ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଫିସ୍‌ ସମ୍ମୁଖରେ ଧାରଣା ଓ ଗଣବିକ୍ଷୋଭ କରି ଭାରତବର୍ଷର ମହାମହିମ ରାଷ୍ଟ୍ରପତି ମହୋଦୟ ତୁରନ୍ତ ହସ୍ତକ୍ଷେପ କରି କେନ୍ଦ୍ର ସରକାରଙ୍କୁ ଓଡ଼ିଶା ସ୍ୱାର୍ଥ ବିରୋଧୀ କାର୍ଯ୍ୟରୁ ନିବୃତ ରହିବା ପାଇଁ ନିଦେ୍ର୍ଦଶ ଦେବା ଲାଗି ସ୍ମାରକପତ୍ର ମାଧ୍ୟମରେ ବିନମ୍ର ଅନୁରୋଧ କରାଯାଇଛି। ଆନେ୍ଦାଳନର ଦ୍ୱିତୀୟ ପର୍ଯ୍ୟାୟରେ ଦଳ ପକ୍ଷରୁ ଅକ୍ଟୋବର ୧ ତାରିଖରେ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲା ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ କନ୍ଧମାଳରେ ୧୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ହରତାଳ ଆହ୍ୱାନ ଦିଆଯାଇଛି। ସମସ୍ତ କେନ୍ଦ୍ର ସରକାରଙ୍କ ଅଫିସ୍‌ ସମ୍ମୁଖରେ ହରତାଳ ଓ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମାଲ୍‌ବାହୀ ଟ୍ରେନ୍‌ଗୁଡିକୁ ୪ ଘଣ୍ଟା ପାଇଁ ପ୍ରତିକାତ୍ମକ ଭାବେ ଅବରୋଧ କରାଯିବ। ହରତାଳ ସମୟରେ ଆମ୍ବୁଲାନ୍ସ ସେବା, ଯାତ୍ରୀବାହୀ ଟ୍ରେନ୍‌, ସ୍କୁଲ କଲେଜ୍‌ ସର୍ବୋପରି ଅତ୍ୟାବଶ୍ୟକ ସେବାଗୁଡିକ ଯେଭଳି ବାଧାପ୍ରାପ୍ତ ନହେବ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ। ଆହ୍ୱାନ ଦିଆଯାଇଥିବା ହରତାଳରେ ଦକ୍ଷିଣା ଓଡ଼ିଶାର ୭ଟି ଜିଲ୍ଲାର ଜନସାଧାରଣ ବହୁ ସଂଖ୍ୟାରେ ସାମିଲ ହୋଇ ଏହାକୁ ସଫଳ କରାଇବାକୁ ନିବେଦନ କରାଯାଇଛି। ଆଦିବାସୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ବିଜୁ ଜନତା ଦଳ ଲଢ଼େଇ ଜରି ରଖିବ ବୋଲି ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉପ-ସଭାପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ସାଧାରଣ ସଂପାଦକ ଦେବୀ ପ୍ରସାଦ ମିଶ୍ର, ସଂପାଦକ ଡ. ପ୍ରଦୀପ ପାଣିଗ୍ରାହୀ, ନବରଙ୍ଗପୁର ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ମାଝୀ ଏବଂ ସାଂସଦ ବଳଭଦ୍ର ମାଝୀ କହିଛନ୍ତି।

Share in top social networks!