ପଞ୍ଚାୟତ ନିର୍ବାଚନ ବିଗୁଲ ଫୁଙ୍କିବ ବିଜେଡି, ଅକ୍ଟୋବର ୭ରେ ମୁଖ୍ୟମନ୍ତ୍ରୀ ବଡଚଣା ଗସ୍ତ

panchyattଆଗାମି ପଞ୍ଚାୟତ ନିର୍ବାଚନକୁ ନେଇ ବିଜେଡି ଦୁଇ ପାଦ ଆଗକୁ ବଢ଼ାଇଥିବା ପରିଲକ୍ଷିତ ହୋଇଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଷ୍ଟୋବର ୭ରେ ବଡଚଣା ଗସ୍ତକରି ପଞ୍ଚାୟତ ବିଗୁଲ ଫୁଙ୍କି ନେତା ଓ କର୍ମୀଙ୍କୁ ଦେବେ ମନ୍ତ୍ରଣା । ମୁଖ୍ୟମନ୍ତ୍ରୀଙ୍କ ବଡଚଣା ଗସ୍ତକୁ ନେଇ ଚଳଚଞ୍ଚଳ ହୋଇପଡିଛି ଜିଲା ପ୍ରଶାସନ, ଆଜି ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ସହିତ ଜିଲାପାଳ ସଞ୍ଜୟ କୁମାର ଦାସ, ଏସପି ଅନୁପ କୁମାର ସାହୁ ପ୍ରମୁଖ ବଡଚଣାରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଉପରେ ସମିକ୍ଷା କରିବା ପରେ ଖୋସାଲିପୁର ପଡିଆ, ଧାନମଣ୍ଡଳ ପଡିଆ, କେଏମସି ଓ ଖଏରା ଖେଳ ପଡିଆ ପରିଦର୍ଶନ କରି କେଉଁଠାରେ ସାଧାରଣ ସଭା ହୋଇପାରିବ ତାହା ସମିକ୍ଷା କରିଥିଲେ । ଶେଷରେ ଖଏରା ଖେଳ ପଡିଆରେ ମୁଖ୍ୟମନ୍ତ୍ରୀଙ୍କ ସାଧାରଣ ସଭା ହେବାକୁ ପ୍ରଶାସନ ସ୍ଥିର କରିଥିଲେ । ତେବେ ପଞ୍ଚାୟତ ନିର୍ବାଚନ ବହୁ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବଡଚଣା ଗସ୍ତକୁ ନେଇ ନେତା ଓ କର୍ମୀଙ୍କ ମଧ୍ୟରେ ବେଶ ଉସôାହ ଓ ଆଗ୍ରହ ପ୍ରକାଶ ପାଇଥିବା ବେଳେ ବିରୋଧି ହତୋସôାହ ହୋଇପଡିଥିବା ପରିଲକ୍ଷିତ ହୋଇଛି ।

ଅନ୍ୟପଟେ ପଞ୍ଚାୟତ ନିର୍ବାଚନରେ କିଏ ପ୍ରାର୍ଥୀ ହେବ ସେନେଇ ବଡଚଣା ବିଜେଡିରେ ଏକ ପ୍ରକାର ଲବି ଆରମ୍ଭ ହୋଇଥିବା ବେଳେ ଖାସକରି ମୁଖ୍ୟମନ୍ତ୍ରୀଙ୍କ ପଞ୍ଚାୟତ ନିର୍ବାଚନ ବହୁ ପୂର୍ବରୁ ପ୍ରଚାର କାର୍ଯ୍ୟକ୍ରମ ଏହିଠାରୁ ଆରମ୍ଭ କରିଥିବାକୁ ନେଇ ନେତା ଓ କର୍ମୀଙ୍କ ମଧ୍ୟରେ ଅଧିକ ଉସôାହ, ଉଦ୍ଦିପନା ସୃଷ୍ଟିହୋଇଛି । ଏହାକୁ ନେଇ ବିରୋଧି ଶିବିରରେ ଅଡୁଆରେ ପଡିଛନ୍ତି । ଦିର୍ଘ ଦିନଧରି ବଡଚଣା ବିଜେଡିର ବିରୋଧି ଟିମ ହୋଇ ଏକ ସମାନ୍ତରାଳ ସଂଗଠନ କରୁଥିବା ନେତା ଓ କର୍ମୀଙ୍କ ମଧ୍ୟରେ ଆଲୋଡନ ସୃଷ୍ଟିହୋଇଛି । ପଞ୍ଚାୟତ ନିର୍ବାଚନ ବହୁ ପୂର୍ବରୁ ବିଜେଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ବଡଚଣା ଗସ୍ତକରି ସାଧାରଣ ସଭାରେ ନେତା ଓ କର୍ମୀଙ୍କୁ ମନ୍ତ୍ରଣା ଦେଇ ଆଗାମି ପଞ୍ଚାୟତ ନିର୍ବାଚନକୁ ଅଧିକ ଜାଗ୍ରତ କରିବା ସହିତ କର୍ମୀଙ୍କୁ ଉସôାହିତ କରିବେ ।

କିଛି ଦିନହେବ ବଡଚଣା ବିଜେଡିରେ ମତ ଭେଦ ଓ ବିଭିନ୍ନ ସରକାରୀ ଯୋଜନାରେ ଅନିୟମିତତା ହେଉଥିବାକୁ ନେଇ ରାଜନୈତିକ ମହଲରେ ବିଭିନ୍ନ କଥା ଶୁଣିବାକୁ ମିଳୁଥିବା ବେଳେ ପଞ୍ଚାୟତ ନିର୍ବାଚନ ବହୁ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବଡଚଣା ଗସ୍ତ ଏବଂ ସାଧାରଣ ସଭାରେ ଦଳିୟ କର୍ମୀଙ୍କୁ ମନ୍ତ୍ରଣା ଦେବାର କାର୍ଯ୍ରକ୍ରମକୁ ନେଇ ସବୁ କଳ୍ପନାଜଳ୍ପନାର ଅବସାନ ଘଟିବାକୁ ଯାଉଥିବା ଆଲୋଚନା ହେଉଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ବଡଚଣା ବିଜେଡି ନେତା ଓ କର୍ମୀଙ୍କ ମନରେ ଅଧିକ ଉସôାହ ଓ ଆନନ୍ଦ ସୃଷ୍ଟିହୋଇପାରିଛି । ଏହି ସମିକ୍ଷା ବୈଠକରେ ବ୍ଳକ ବିଜେଡି ସଭାପତି ଅରବିନ୍ଦ ସାମଲ, ଯୁବ ବିଜେଡି ସଭାପତି ପ୍ରମୋଦ ଜେନା, ଯୁବସଂଗଠକ ଗଣେଶ୍ୱର ବରାଳ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!