ରୋଗାଗ୍ରସ୍ତ ଟିକିଲି ଚିକିସ୍ଛା ପାଇଁ ଅର୍ଥ ବାଧକ

kideney ଯାଜପୁର ଜିଲା ବଡଚଣା ବ୍ଲକ ଅଧିନସ୍ଥ ଛତିଆ ପଞ୍ଚାୟତ ଦଳେଇ ସାହିର ଟିକିଲି ଦଳେଇ(୧୯) ଦିର୍ଘ ଦିନହେବ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିସôିତ ହେଉଛନ୍ତି । ଗରିବ ପରିବାର ଟିକିଲିର ଚିକିସôାରେ ଅର୍ଥ ବାଧକ ସାଜିଥିବା ଦେଖିବାକୁ ମିଳିଛି । ଉକ୍ତ ସାହିର ବୋଧିଆ ଦଳେଇଙ୍କ ସାନ ଝିଅ ଟିକିଲିର କିଛି ଦିନ ପୂର୍ବେ ହାତ ଗୋଡ ଓ ମୁହଁ ଫୁଲିଜାଇଥିଲା, ପରିବାର ଲୋକେ ତାକୁ ବଡଚଣା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିକରିଥିଲେ । ସେଠାରେ ଚିକିସôିତ ହେଉଥିବା ବେଳେ ଦେହ ଭଲନହେବାରୁ ତାକୁ କଟକ ବଡଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଚିକିସôିତ ହେବାପରେ ଜଣାପଡିଲା ଯେ ସେ କିଡନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଚିକିସôିତ ହେଉଥିବା ବେଳେ ଡାକ୍ତରଙ୍କ ପରାମର୍ଶ କ୍ରମେ ଟିକିଲିର ଏକ ଅସ୍ତ୍ରୋପଚାର ଆବଶ୍ୟକ ହୋଇଥିଲା ମାତ୍ର ଏହା ବ୍ୟୟବହୁଳ ହୋଇଥିବାରୁ ପରିବାର ଲୋକେ ତାକୁ ଘରକୁ ଫେରାଇ ଆଣିଥିଲେ । ପରିବାର ଅବସ୍ଥା ଶୋଚନୀୟ ହୋଇଥିବାରୁ ଅସ୍ତ୍ରୋପଚାର କରିବା ସମ୍ଭବ ହୋଇପାରିଲା ନାହିଁ । ଏବେ ଟିକିଲି ବଞ୍ଚିବାକୁ ରାହା ଖୋଜୁଥିବା ବେଳେ ଅସ୍ତ୍ରୋପଚାରେ ଅର୍ଥ ବାଧକ ସାଜିଛି । ଗରିବ ବାପା ମୁଲଲାଗି ଯାହା ରୋଜଗାର କରନ୍ତି ଦୁଃଖକଷ୍ଟରେ ପରିବାର ପ୍ରତିପୋଷଣ କରିଥାନ୍ତି, ଏଣେ ଅସ୍ତେ୍ାପଚାର ପାଇଁ ଅର୍ଥ ଯୋଗାଡ କରିବା ତାଙ୍କ ପାଇଁ କଷ୍ଟକର ହୋଇପଡିଛି । ଟିକିଲିର ପରିବା ବିପିଏଲ ହିତାଧିକାରୀ ହୋଇଥିଲେ ମଧ୍ୟ ତାକୁ କୋଣସି ସରକାରୀ ସହାୟତା ମିଳିପାରିନାହିଁ । ବଞ୍ଚିବାକୁ ରାହା ଖୋଜୁଥିବା ଟିକିଲିର ଅସ୍ତ୍ରୋପଚାର ପାଇଁ ଯଦି କୌଣସି ସହୃଦୟ ଅନୁଷ୍ଠାନ ସମସ୍ତେ ି ସହାୟତା କରନ୍ତେ ତେବେ ଟିକିଲିର ଅସ୍ତ୍ରୋପଚାର ହେବା ସହିତ ସେ ବଞ୍ଚିପାରନ୍ତା ବୋଲି ତାର ବାପା ଆକୁଳ ଦଳେଇ ଓ ଓଡିଶା ବରିଷ୍ଟ ସମାଜସେବୀ ଡ. ସୁରେଶ ଚନ୍ଦ୍ର ଦଳାଇ ନିବେଦନ କରିଛନ୍ତି ।

Share in top social networks!