ଆତିଥେୟତା ଓ ସ୍ୱଚ୍ଚ୍ଥତା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ : ଜିଲ୍ଲାପାଳ

tourismଆତିଥେୟତା ଓ ସ୍ୱଚ୍ଚ୍ଥତା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ଅର୍ଥନୀତିର ବିକାଶରେ ସହାୟକ ହୋଇଥାଏ ବୋଲି ଜିଲ୍ଳ୍ାପାଳ ରଂଜନ କୁମାର ଦାସ ମତବ୍ୟକ୍ତ କରିଚ୍ଥନ୍ତି। ମଙ୍ଗଳବାର ବିଶ୍ୱ ପର୍ଯ୍ୟଟନ ଦିବସ ଊପଲକ୍ଷେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଆୟୋଜିତ ଊସôବରେ ମୁଖ୍ୟ ଅତିଥି ଭାବେ ଜିଲ୍ଳ୍ାପାଳ ଶ୍ରୀ ଦାସ ଯାଜପୁର ଜିଲ୍ଳ୍ାର ବିପୁଳ ଓ ସମୃଦ୍ଧ ଏ÷୍ୟତିହ୍ୟ, ସଂସ୍କୃତି, ପର୍ଯ୍ୟଟନ ଓ ପରମ୍ପରା ସମଗ୍ର ବିଶ୍ୱରେ ବିରଳ ବୋଲି କହିଥିଲେ। ପରବର୍ତ୍ତୀ ପିଢୀକୁ ଏହାର ମହାନୀୟତା ସଂପର୍କରେ ଅବଗତ କରାଇବାକୁ ଏହାର ସଂରକ୍ଷଣ ପାଇଁ ଏକ ସଂଗ୍ରହାଳୟର ବ୍ୟବସ୍ଥା କରାଯାଊଚ୍ଥି। ପର୍ଯ୍ୟଟକ ମାନକୁଂ ପର୍ଯ୍ୟଟନ କ୍ଷେତ୍ର ସଂପର୍କରେ ବିଶଦ ଅବଗତ, ପର୍ଯ୍ୟଟନ ସ୍ଥଳରେ ସ୍ୱଚ୍ଚ୍ଥତା ଓ ଊତ୍ତମ ଆତିଥେୟତା ପ୍ରଦାନ ପର୍ଯ୍ୟଟକଙ୍କୁ ଊପଲବ୍ଧ କରିଥାଏ। ଦେଶ ସ୍ୱଚ୍ଚ୍ଥତା ଓ ଊତ୍ତମ ବ୍ୟବହାର ଅଭାବରୁ ବାର୍ଷିକ ପ୍ରାୟ ୨୫ ଲକ୍ଷ ପର୍ଯ୍ୟଟକ ହରାଇଥାଏ। ତେଣୁ ଆମେ ପ୍ରତ୍ୟେକ ସ୍ୱଚ୍ଚ୍ଥତା ଓ ଭଲ ବ୍ୟବହାର ପ୍ରଦର୍ଶନ ପାଇଁ ସଚେତନ ହେବା ଊଚିତ। ଓଡିଶାରେ କେରଳ ଢାଞ୍ଚାରେ ଗ୍ରାମ୍ୟ ପର୍ଯ୍ୟଟନ ପାଇଁ ବ୍ୟବସ୍ଥା ଆରମ୍ଭ ହେଲାଣି। ଯୁବ ବର୍ଗ ଏହି ବ୍ୟବସ୍ଥାରେ ସାମିଲ ହେବା ଊଚିତ। ସେମାନେ କେବଳ କମ୍ପୁ୍ୟଟର ବା ନେଟ୍ରେ ପର୍ଯ୍ୟଟନକୁ ନଚିହ୍ନି ସେହି ସ୍ଥାନକୁ ବୁଲନ୍ତୁା ପର୍ଯ୍ୟଟନ କେବଳ ମନୋରଂଜନ ନୁହେଁ, ଜ୍ଞାନ ବୃଦ୍ଧିରେ ସହାୟକ ହୋଇଥାଏ। ଚାଲି ଚାଲି ବୁଲିବାରେ ପର୍ଯ୍ୟଟକଟି ଅଧିକ ଜ୍ଞାନ ହାସଲ କରିଥାଏ ବୋଲି କହିଥିଲେ। ପ୍ରଶାସନ ପକ୍ଷରୁ ନିରନ୍ତର ଭାବେ ଶୋଭାଯାତ୍ରା ଓ ସାଇକେଲ ଶୋଭାଯାତ୍ରା ମାଧ୍ୟମରେ ଦୈନିକ ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ଊଦ୍ୟମ କରାଯିବ ବୋଲି ଶ୍ରୀ ଦାସ ସୂଚନା ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଳ୍ା ଗ୍ରାମ୍ୟ ଊନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ବ୍ରଜ ଗୋପାଳ ଆଚାର୍ଯ୍ୟ, ଯାଜପୁରରେ ପର୍ଯ୍ୟଟନର ବିପୁଳ ସମ୍ଭାର ରହିଚ୍ଥି ବୋଲି ସୂଚନା ଦେଇ ଦଶାଶ୍ୱମେଧ ଘାଟ, ବରାହ ମନ୍ଦିର, ବିରଜା ମନ୍ଦିର, ରନôଗିରି, ଲଳିତଗିରିର ବୈାଦ୍ଧ କିର୍ତ୍ତୀର ଊଦାହରଣ ଦେଇଥିଲେ। ପ୍ରତ୍ୟେକ ପର୍ଯ୍ୟଟକର ମନ ନେଇ ସେମାନଙ୍କର କର୍ତ୍ତବ୍ୟ, ଅଧିକାର ଓ ଦାୟିତ୍ୱ ସଂପର୍କରେ ସଚେତନ ହେଲେ ପର୍ଯ୍ୟଟନ ଶିଳ୍ପ ଅଧିକ ଲୋକାଭିମୁଖୀ ହେବ ବୋଲି ଆହ୍ୱାନ ଦେଇଥିଲେ। ବରିଷ୍ଠ ନାଗରିକ ସଂଘର ସଭାପତି ପ୍ରପୁଂଲ କୁମାର ସାମଲ ବିଶ୍ୱବାସୀଙ୍କୁ ଆମ ମହାନ ପର୍ଯ୍ୟଟନ ସଂପର୍କରେ ଅବଗତ କରାଇବାର ଏହା ଏକ ଶ୍ରେଷ୍ଠ ସୁôଯୋଗ ବୋଲି କହିବା ସହ ଜିଲ୍ଳ୍ାର ଏହି ଗୈାରବକୁ ଏକ ସଂଗ୍ରହାଳୟ ମାଧ୍ୟମରେ ସଂସ୍କୃତି ଭବନରେ ଊଜ୍ଜିବୀତ ରଖିବାକୁ ଅନୁରୋଧ କରିଥିଲେ। କେରଳ ଭଳି ଚ୍ଥୋଟ ରାଜ୍ୟ ମଧ୍ୟ ପର୍ଯ୍ୟଟନ ଯୋଗୁଁ ଶ୍ରେଷ୍ଠତ୍ୱ ଲାଭ କରିଥିବାରୁ ଆମେ ପ୍ରତ୍ୟେକ ପର୍ଯ୍ୟଟନର ବିକାଶ ଦିଗରେ ଊଦ୍ୟମ କରିବାକୁ ଆହ୍ୱାନ ଦେଇଥିଲେ। ଜିଲ୍ଳ୍ା ପର୍ଯ୍ୟଟନ ଅଧିକାରୀ ପ୍ରଶାନ୍ତ କୁମାର ପଟ୍ଟନାୟକ ପ୍ରାରମ୍ଭରେ ସମସ୍ତଙ୍କୁ ସୂଚନା ଦେବାସହ ଊସôବ ପରିଚାଳନା ଓ ଧନ୍ୟବାଦ ପ୍ରଦାନ କରିଥିଲେ। ପୂର୍ବରୁ ପର୍ଯ୍ୟଟନର ଚଳିତ ବର୍ଷର ବାର୍ତ୍ତା “ପର୍ଯ୍ୟଟନ ହିଁ ସକଳ ସାନିଧ୍ୟଲାଭର ମାର୍ଗ” କୁ ନେଇ ଏକ ଶୋଭାଯାତ୍ରା ଦଶାଶ୍ୱମେଧ ଘାଟ ଠାରୁ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପର୍ଯ୍ୟନ୍ତ ଆସିଥିଲା। ଏହି ଶୋଭାଯାତ୍ରାକୁ ଜିଲ୍ଳ୍ାପାଳ ଊଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏହି ଶୋଭାଯାତ୍ରା ଓ ଊସôବରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜିଲ୍ଳ୍ା କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ ବରିଷ୍ଠ ନାଗରିକ ଗୋବିନ୍ଦ ସ୍ୱାଇଁ , ଗୋଲକ ବିହାରୀ ସାହୁ, ବିଭିନ୍ନ ବିଭାଗର ଅଧିକାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ଚ୍ଥାତ୍ର ଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ।

Share in top social networks!