ବରୀ ବ୍ଲକରେ ଜିଲାପାଳ ଓ ଏସପିଙ୍କ ମିଳିତ ଅଭିଯୋଗ ଓ କୃଷି ସମାଧାନ ଶିବିର

collectporଜିଲାପାଳ ଓ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ବରୀ ବ୍ଲକରେ ଆଜି ମିଳିତ ଅଭିଯୋଗ ଓ
କୃଷି ସମାଧାନ ଶିବିର ଆୟୋଜିତ ହୋଇଯାଇଛି। ଏହି ଅଭିଯୋଗ ଶିବିରରେ ଜିଲାପାଳ ରଂଜନକୁମାର ଦାସ,
ଆରକ୍ଷୀ ଅଧିକ୍ଷକ ଅନୁପକୁମାର ସାହୁ, ଜିଲା ପ୍ରକଳ୍ପ ନିର୍ଦେଶକ ବ୍ରଜଗୋପାଳ ଆଚାର୍ଯ୍ୟ, ଉପଜିଲାପାଳ ମହେଶ୍ୱର
ପାଣିଗ୍ରାହୀ, ଉପଖଣ୍ଡ ଅଧିକାରୀ ଜଳନ୍ଧର ଜାଲି, ବ୍ଲକ ଅଧ୍ୟକ୍ଷା ଭାରତୀ ବେହେରା, ବ୍ଲକ ଉପାଧ୍ୟକ୍ଷ ହେମନ୍ତ ମହାପାତ୍ର,
ବ୍ଲକ ବିଡିଓ ମହେଶ୍ୱର ସେଠୀ ଓ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଯୋଗଦାନ କରିବା ସହିତ ବିଭିନ୍ନ ଅଭିଯୋଗକୁ
ଶୁଣି ଏହାକୁ ସମାଧାନ କରିଥିଲେ। ଗତ ସୋମବାରଏହି ଅଭିଯୋଗ ପ୍ରକୋଷ୍ଠରେ ୩୦୫ଟି ଅଭିଯୋଗ ଜନସାଧାରଣଙ୍କ
ପକ୍ଷରୁ ହୋଇଥିଲା। ସେଥି ମଧ୍ୟରୁ ବ୍ୟକ୍ତିଗତ ଭାବେ ୨୧୧ଟି ଅଭିଯୋଗ ହୋଇଥିଲା ବେଳେ ସାମୁହିକ ୭ଟି, କୃଷି
ସମ୍ବଦ୍ଧିୟ ୨୬ଟି, ରେଡକ୍ରସରୁ ସହାୟତା ପାଇଁ ୫୬ ଜଣ, ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ସହାୟତା ପାଇଁ ୫ ଜଣ
ନିବେଦନ କରିଥିଲେ। ୩୦୫ଟି ଅଭିଯୋଗ ମଧ୍ୟରୁ ଶିବିରରେ ୧୪୩ଟି ଅଭିଯୋଗର ତୁରନ୍ତ ସମାଦାନ କରାଯାଇଥିଲା
ା ରେଡକ୍ରସ ପାଣ୍ଠିରୁ ୫୬ ଜଣଙ୍କୁ ୧ଲକ୍ଷ ୩୨ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ରିଲିଫ
ଫଣ୍ଡରୁ ୫ ଜଣଙ୍କୁ ୩୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା। ଆଜି ଏହି ଶିବିର ପାଇଁ ବ୍ଲକ ପରିସରରେ
ବ୍ୟାପକ ଗହଳି ଦେଖିବାକୁ ମିଳିଥିଲା। ବରୀ ବ୍ଲକ ପରିସରରେ ଆୟୋଜିତ ହୋଇଥିବା ମିଳିତ ଅଭିଯୋଗ ଓ କୃଷି
ସମାଧାନ ଶିବିରରେ ଜିଲାପାଳଙ୍କୁ ନିଜ ଦୁଃଖ ଜଣାଇବାକୁ ନିଜ ମା’ଙ୍କ ସହିତ ପହଂଚି ଥିଲେ ସୈାଭାଗ୍ୟ। ଆଜକୁ ୧୫
ଦିନ ତଳେ ମଧୁସୁଦନପୁର ସୁନ୍ଦରପୁର ଗ୍ରାମର ରମେଶଚନ୍ଦ୍ର ରଥଙ୍କ ନଦୀରେ ବୁଡି ଯିବା ଦ୍ୱାରା ମୃତ୍ୟୁ ହୋଇ ଯାଇଥିଲା
ା ରମେଶଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବେସାହାରା ହୋଇଯିବା ସହିତ ତାଙ୍କର ମେଧାବୀ ଦୁଇ ପୁଅ ଝିଅଙ୍କ ପାଠ
ପଢାରେ ମଧ୍ୟ ସମସ୍ୟା ଦେଖାଦେଇଥିଲା ସୈାଭାଗ୍ୟ ନିଜ ମା’ଙ୍କ ସହିତ ଜିଲାପାଳ ରଂଜନକୁମାର ଦାସଙ୍କୁ ନିଜର
ସମସ୍ୟା ବିଷୟରେ ଅବଗତ କରିଥିଲେ। ଜିଲାର ସମସ୍ତ ଉଚ୍ଚ ଅଧିକାରୀ ଉପସ୍ଥିତ ଥିଲାବେଳେ ସମସ୍ତେ ସହୃଦୟତାର
ସହିତ ସୈାଭାଗ୍ୟଙ୍କ ପରିବାରର ସମସ୍ୟା ବିଷୟରେ ଶୁଣିଥିଲେ। ଏହା ସହିତ ରେଡକ୍ରସରୁ ତାଙ୍କୁ ଖୁବ ଶିଘ୍ର ସହାୟତା
ପ୍ରଦାନ ସହିତ ଅନ୍ୟ ସରକାରୀ ସୁବିଧା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲେ। ଅନ୍ୟ ପକ୍ଷରେ ସୈାଭାଗ୍ୟର ପରିବାରକୁ
କିଭଳି ତୁରନ୍ତ ସହାୟତା ପ୍ରଦାନ କରାଯାଇ ପାରିବ ସେ ନେଇ ଜିଲାପାଳଙ୍କ ସହିତ ଆଲୋଚନା କରିଥିବା ନେଇ
ବିଧାୟକ ଦେବାଶିଷ ନାୟକ ସୂଚନା ଦେଇଛନ୍ତି। ଏହି ମିଳିତ ଅଭିଯୋଗ ଓ କୃଷି ସମାଧାନ ଶିବିରରେ ଅସିଥିବା
ଜଣେ ବୃଦ୍ଧା ଆମ ପ୍ରତିନିଧି କହିଛନ୍ତି ଯେ ବହୁ ସମୟ ପରେ ଆମ ଜିଲା ପାଇଁ ଜଣେ ଦକ୍ଷଓ କରିତକର୍ମ। ଜିଲାପାଳ
ଆସିଛନ୍ତି ମୁଁ ସମସ୍ୟା କହୁକହୁ ସମସ୍ୟା ସମାଧାନ ହେଇଗଲା ଓ ହେ ଠାକୁର ତାଙ୍କୁ କୋଟିପରମାୟ ଦିଅନ୍ତୁ

Share in top social networks!