ଭିଜିଲାନ୍ସ ଜାଲରେ ଅଳକୁଣ୍ଡ ଫାଣ୍ଡି ଏଏସଆଇ

policeeeଭିଜିଲାନ୍ସ ଜାଲରେ ଯାଜପୁର ଜିଲା ବିଂଝାରପୁର ଥାନା ଅଳକୁଣ୍ଡ ଫାଣ୍ଡି ଏଏସଆଇ ଅଚ୍ୟୁତାନନ୍ଦ ଦାସ। ଏକ ଅପହରଣ
ମାମଲାରେ କରିଥିବା ସହେଯାଗକୁ ଆଧାର କରି ୬ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଆଜି ଯାଜପୁର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ବିଂଝାରପୁର ଥାନା କଂଟିତର ଗାଁର ଗଣେଷ ମଲିକଙ୍କ ନାବାଳିକା ଝିଅକୁ ସେହି ଗ୍ରାମର ପ୍ରେମାନନ୍ଦ ମଲିକ ନାମକ ଜଣେ ଯୁବକ ଅପହରଣ କରି କେରଳକୁ ନେଇଯାଇଥିଲା। ଏ ସଂପର୍କରେ ଗଣେଷ ବିଂଝାରପୁର ଥାନାରେ ଜୁଲାଇ ମାସ ୫ତାରିଖରେ ଅଭିଯୋଗ କରିଥିଲେ। ପୁଲିସ ଏକ ଅପହରଣ ମାମଲା ରୁଜୁକରି ଅଳକୁଣ୍ଡ ଫାଣ୍ଡି ଏଏସଆଇ ଅଚ୍ୟୁତାନନ୍ଦ ଦାସଙ୍କୁ କେଶ ଦାୟିତ୍ୱ ଦେଇଥିଲେ। ତେବେ ଏହି କେଶରେ ଅଚ୍ୟୁତାନନ୍ଦ କେରଳ ଯାଇ ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ପ୍ରେମାନନ୍ଦକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ତେବେ ଏହି କେଶର ବିଭିନ୍ନ ଆଳ ଦେଖାଇ ଗଣେଷଙ୍କ ଠାରୁ ପୂର୍ବରୁ ୧୦ହଜାର ଟଙ୍କା ନେବା ସହ ଆଜି ୬ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିବା ଡିଏସପି ଶିଶିର କୁମାର ଭୋଇ ଆମ ପ୍ରତିନିଧି ଙ୍କୁ ସୂଚନା ଦେଇଛନ୍ତି।

Share in top social networks!