ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟରେ ପ୍ରଦ୍ୟୋଗିକୀ ସମାରୋହ ବା ଟେକ୍ ଫେଷ୍ଟ ୨୦୧୬ ଉଦ୍ୟାପିତ

cuoooସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ, ଜଟଣୀଠାରେ ଗତ ୨୪ ଓ ୨୫ ତାରିଖ ଦୁଇ ଦିନ ଧରି ଚାଲିଥିବା ପ୍ରଦ୍ୟୋଗିକୀ ଉତ୍ସବ ୨୫
ତାରିଖ ଦିନ ଉଦ୍ୟାପିତ ହୋଇଛି। ଏହି ଉତ୍ସବରେ ପ୍ରାୟ ୧୫୦୦ରୁ ଉଦ୍ଧ୍ୱର୍ ପ୍ରଦ୍ୟୋଗିକୀ ଛାତ୍ରଛାତ୍ରୀମାନେ ଓଡ଼ିଶାର ବିଭିନ୍ନ ସ୍ଥାନରୁ
ଆସି ଭାଗ ନେଇଥିଲେ। ପ୍ରଦ୍ୟୋଗିକୀ ଜ୍ଞାନ ଆହରଣ ନିମିତ୍ତ ଯୁବକ ଯୁବତୀମାନଙ୍କୁ ଆକର୍ଷିତ କରି କର୍ମ ସଂସ୍ଥାନର ସୁଯୋଗରେ
ଭାଗିଦାର ହେବା ପାଇଁ ଉତ୍ସାହ ବର୍ଦ୍ଧନ ଦିଗରେ ଏହି ଟେକ୍ ଫେଷ୍ଟର ଲକ୍ଷ୍ୟ ଥିଲା।
ଏହି ଉତ୍ସବରେ ବିଶ୍ୱବିଦ୍ୟାଳୟର ଉପସଭାପତି ପ୍ରଫେସର ଡି.ଏନ୍. ରାଓ ଉଦ୍ବୋଧନ ଦେଇ କହିଥିଲେ ଯେ, ବର୍ତ୍ତମାନ
ସମୟରେ ପ୍ରଦ୍ୟୋଗିକୀ ଜ୍ଞାନର ବହୁତ ସଂପ୍ରସାରଣ ଓ ଉନ୍ନତି ଫଳରେ ଯୁବ ଶିକ୍ଷାର୍ଥୀମାନଙ୍କୁ ବିନିର୍ମାଣ ଠାରୁ ଆରମ୍ଭ କରି ସୂଚନା
ପ୍ରଯୁକ୍ତି ପର୍ଯ୍ୟନ୍ତ ବହୁବିଧ ନୂତନ କର୍ମ ସଂସ୍ଥାନ ଓ ସୁଯୋଗର ଆଶା ସଂଚାର କରିଛି। ଆମାଜନ୍, ଫ୍ଲିପ୍କାର୍ଟ ଗୁଡ଼ିକ ଏହାର କିଞ୍ଚôତ
ଉଦାହରଣ ମାତ୍ର। ଏହି ସୁଯୋଗର ସଦୁପଯୋଗ ନିମିତ୍ତ ପ୍ରଦ୍ୟୋଗିକୀ ଶିକ୍ଷାର୍ଥୀମାନେ ସଦା ଜାଗ୍ରତ, ପ୍ରତିଯୋଗିତା ସଂପନ୍ନ ଓ ନୂତନ
ଜ୍ଞାନକୌଶଳ ସମ୍ପର୍କରେ ନିଜେ ଅବଗତ ହେବା ଏକାନ୍ତ ବାଂଛନୀୟ।
କୁଳପତି ପ୍ରଫେସର ହରିବନ୍ଧୁ ପଣ୍ଡା ଏହାକୁ ଉଦ୍ଘାଟନ କରି ଛାତ୍ରଛାତ୍ରୀମାନେ ଏହି ଟେକ୍ ଫେଷ୍ଟ ୨୦୧୬କୁ ଅତ୍ୟନ୍ତ
ସଫଳତାର ସହ ସଂପାଦିତ କରାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସେ କହିଲେ ଯେ ଛାତ୍ରଛାତ୍ରୀମାନେ ସେମାନଙ୍କର
ନୂତନ ଜ୍ଞାନକୌଶଳ ଆହରଣ ଓ ଦକ୍ଷତା ବିକାଶ କରିବା ପ୍ରତି ବିଶେଷ ଯନôବାନ ହେବା ଏକାନ୍ତ ପ୍ରୟୋଜନ।
ଏହି ଉଦ୍ୟାପନ ସମାରୋହରେ ଦାସାଲ୍ଟ ସିଷ୍ଟମ, ୱାର୍କ ବେଞ୍ଚ ପ୍ରୋଜେକ୍ଟସ, ପ୍ରାଗ୍ଥିଙ୍କ୍ସ ସଫ୍ଟୱେର ପ୍ରଭୃତି କମ୍ପାନୀଗୁଡ଼ିକ
ଭର୍ଚୁ୍ୟଆଲ୍ ରିଏଲିଟି, ଏହାର ଉପଯୋଗିତା ଓ ଉତ୍ପାଦ ବିକାଶ ଦିଗରେ ଓ ନୂତନ ପ୍ରଗତିଶୀଳ ବିଚାର ଉପରେ ଡେମୋ ପ୍ରଦର୍ଶନ ମାନ
ପ୍ରଦାନ କରିଥିଲେ। ଏହି ଅବସରରେ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ପ୍ରଦ୍ୟୋଗିକୀ ଶିକ୍ଷାର୍ଥୀମାନଙ୍କ ଦ୍ୱାରା ନିର୍ମିତ ଥ୍ରୀଡ଼ି ପ୍ରିଣ୍ଟର, ରେସିଙ୍ଗ୍
କାର୍, କ୍ୱାଡ୍-କପ୍ଟର, ବାଇ-ପ୍ଲେନ୍ ପ୍ରଭୃତି ପ୍ରଦର୍ଶିତ ହୋଇଥିଲା।
ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱଚ୍ଛ ଭାରତ ଆନେ୍ଦାଳନ ଓ ବନୀକରଣ ଯୋଜନା ଅନୁଯାୟୀ ପ୍ରଫେସର ହରିବନ୍ଧୁ ପଣ୍ଡା, ପ୍ରଫେସର
ଡି.ଏନ୍. ରାଓ, ପ୍ରଫେସର ସୁପ୍ରିୟା ପଟ୍ଟନାୟକଙ୍କ ସମେତ ବିଶ୍ୱବିଦ୍ୟାଳୟ ମ୍ୟାନେଜମେଣ୍ଟର କର୍ମକର୍ତ୍ତା ଓ ଛାତ୍ରଛାତ୍ରୀମାନେ କ୍ୟାମ୍ପସ
ପରିଷ୍କାର କରି ବୃକ୍ଷରୋପଣ କରିଥିଲେ। ଶେଷରେ ପ୍ରଫେସର ଡି.ଏନ୍. ରାଓ ଧନ୍ୟବାନ ଅର୍ପଣ କରିଥିଲେ।

Share in top social networks!
Powered By Indic IME