“ଓଡ଼ିଆ ସିନେମା ସାହିତ୍ୟକମାନଙ୍କ ଦ୍ୱାରା ରୁଦ୍ଧିମନ୍ତ ହୋଇଛି’

ଭୁବନେଶ୍ୱର ସାହିତ୍ୟ ସମାଜ ସଭାରେ ମତ ବିନିମୟ
ଓଡ଼ିଆ ସିନେମାର ଆଦୃତି ଓଡ଼ିଆ ସାହିତ୍ୟ ହେତୁ ବଢିଛି । ଓଡ଼ିଆ ସାହିତ୍ୟର ରନ#ଭଣ୍ଡାରରୁ ବିଭିନ୍ନ ପଦାର୍ଥ ଆଣି ଓଡ଼ିଆ ସିନେମା ଯେପରି ଭାବରେ ରୁଦ୍ଧିମନ୍ତ ହୋଇଛି, ସେହି ଋଣ ପରିଶୋଧ କରିବା ସମ୍ଭବ ନୁହେଁ ବୋଲି ଭୁବନେଶ୍ୱର ସାହିତ୍ୟ ସମାଜ ଅଧ#ବେଶନରେ ମତ ପ୍ରକାଶ ପାଇଛି ।
ଗତ କାଲି ସଂଧ୍ୟାରେ ସ୍ଥାନୀୟ କୃଷକ ସମାଜ ଭବନରେ ଅନୁଷ୍ଠିତ ସାରସ୍ୱତ ସମାରୋହରେ ଆଲୋଚନା ପ୍ରସଂଗ “ଓଡ଼ିଆ ସିନେମା ଓ ସାହିତ୍ୟ’ ଉପରେ ଆଲୋକପାତ କରି ବିଶିଷ୍ଟ ସିନେ-ଗବେଷକ ସୂର୍ଯ୍ୟ ଦେଓ ଉପରୋକ୍ତ ମର୍ମରେ ଓଡ଼ିଆ ସିନେମା ଆମର ସାହିତି୍ୟକମାନଙ୍କ ପ୍ରତି କୃତଜ୍ଞ ରହିବ ବୋଲି ଉଲ୍ଲେଖ କରିଥ#ଲେ ।

ଅନୁଷ୍ଠାନର ସଭାପତି ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ଡକଫର କମଳା ପ୍ରସାଦ
ମହାପାତ୍ର ଓ ସଂଜୟ ପ୍ରହରାଜ ପ୍ରସଂଗ ଉପରେ ଆଲୋଚନା କରିଥ#ଲେ । ପରେ ଆୟୋଜିତ କବିତା ପାଠୋତ୍ସବରେ ଭାଗିରଥୀ ସେଠୀ, ନାରାୟଣ ପ୍ରସାଦ ମହାନ୍ତି, ଡକଫର ପ୍ରସନ୍ନ କୁମାର ମହାନ୍ତି, ଡକଫର ଦେବାଶିଷ ମହାପାତ୍ର, ନିରାକାର ମହାଳିକ, ଦିଲ୍ଲୀପ କୁମାର ନାୟକ, ଜାକୀର ଖାନ୍, ଆହ୍ଲାଦିନୀ, ସୁଧୀର ମଉଡମଣି ପ୍ରମୁଖ ସ୍ୱରଚିତ ଲେଖା ପାଠ କରିଥ#ଲେ । ନିରୁପମା କର କବିତା ପାଠରେ
ସଂଯୋଜନା କରିଥ#ବା ବେଳେ ଅନୁଷ୍ଠାନର ସଂପାଦିକା ସୋନାଲି ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥ#ଲେ ।

Share in top social networks!
Powered By Indic IME