ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଶତବାର୍ଷିକୀ ପାଳିତ

dayalସମାଜର ଅନ୍ତିମ ସୋପନରେ ଥିବା ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବ ବିଜେପି
ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମଶତବାର୍ଷିକ ପୂର୍ତି ଅବସରରେ ଆଜି ରାଜ୍ୟ କାର୍ଯ୍ୟାଳୟ ଠାରେ ପଣ୍ଡିତଙ୍କ ପ୍ରତିମୂର୍ତୀରେ କମିଟିର ରାଜ୍ୟ ସଂଯୋଜକ ତଥା ବିଜେପି ରାଜ୍ୟ ଉପସଭାପତି ଶ୍ରୀ ନୟନକିଶୋର ମହାନ୍ତି ପୁଷ୍ପମାଲ୍ୟ ଅର୍ପଣ କରି ଓଡିଶାରେ ଶତବାର୍ଷିକି ସମିତିର କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟାଳୟଠାରେ ଥିବା ଦୀନଦୟାଲ ପାର୍କ ମଧ୍ୟରେ ବୃକ୍ଷରୋପଣ କରାଯାଇଥିଲା। ଦଳିତ ନିଷ୍ପେସିତଙ୍କ ଉତ୍ଥାନ କରିବା ଏବଂ ସମାଜର ଶେଷ ସୋପାନରେ ଥିବା ଦରିଦ୍ର ନାରାୟଣଙ୍କ ସେବାକରିବା ବିଜେପିର ମୂଳ ଲକ୍ଷ। କେନ୍ଦ୍ରରେ ବିଜେପି ସରକାର ଶାସନକୁ ଆସିଲା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ସେହି ଦରିଦ୍ର ନାରାୟଣ ସେବାକୁ କେନ୍ଦ୍ର କରି ରଚନା କରାଯାଇଛି। ଦେଶର ଆର୍ଥିକ ବିକାଶ ସେହି ଲୋକମାନଙ୍କର ସଂପୃକ୍ତି ବଢାଇବା ପାଇଁ ଶୂନ ଅର୍ଥରେ ଖାତା “ଜନଧନ ଯୋଜନା’, ଦୈନିକ ମଜୁରିଆ ମଧ୍ୟ ସାମାଜିକ ସୁରକ୍ଷା ପାଇ ପାରିବ ସେଥିପାଇଁ “ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି” ଏବଂ “ପ୍ରଧାନମନ୍ତ୍ରୀ ଜୀବନ ବୀମା ଯୋଜନା” ଓ “ଅଟଳ ପେନ୍ସନ ଯୋଜନା” କରାଯାଇଛି। ଜୀବନର ସର୍ବାଧିକ ସମୟ ଜାଳେଣୀ ସଂଗ୍ରହ ପାଇଁ ସମୟ ଦେଉଥିବା ଗରୀବ ମାଁ ମାନଙ୍କର ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଉଜ୍ଜଳା ଅର୍ଥାତ ବିନା ମୂଲ୍ୟରେ ରନ୍ଧନ ଗ୍ୟାସ ଯୋଗାଇବା ଯୋଜନା, ସ୍ୱରୋଜଗାର ପାଇଁ “ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା”, କନ୍ୟାମାନଙ୍କ ପାଇଁ “ସୁକନ୍ୟା ସମୃଦ୍ଧି ଯୋଜନା” ଓ “ବେଟୀ ପଢାଓ ବେଟୀ ବଚାଓ” ଯୋଜନା ପ୍ରଭୃତି ଜନହୀତକର ଯୋଜନା ଆରମ୍ଭ କରାଯାଇଛି। ଆମେ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କର ଅନୁଗାମୀ ଭାବେ ସରକାରଙ୍କର ଯୋଜନା ଗୁଡିକ କିଭଳି ସାଧାରଣ ଲୋକଙ୍କ ନିକଟରେ ପହଂଚିବ ସେଥି ପାଇଁ ଶତାଦ୍ଦୀ ବର୍ଷ ରାଜ୍ୟ ବିଜେପି କଠିନ ପରିଶ୍ରମ କରିବ ବୋଲି ଶ୍ରୀ ନୟନ ମହାନ୍ତି ପ୍ରକାଶ କରିଥଲେ। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଜ୍ୟ ପ୍ରବକ୍ତା ସୁଦୀପ୍ତ ରାୟ, ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମିଶ୍ର, ବିରଂଚି ନାରାୟଣ ତ୍ରିପାଠୀ, ଜଗନ୍ନାଥ ପ୍ରଧାନ, ଅମିୟ ଦାଶ ଓ ରତିକାନ୍ତ ଦାଶ, ଭୂବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆ ପ୍ରମୁଖ ଉପସ୍ଥିତ ରହି ପଣ୍ଡିତଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ଅପରାହ୍ନ ତିନିଟା ସମୟରେ କେରଳର କୋଝିକୋଡ ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମଶତବାର୍ଷିକ କାର୍ଯ୍ୟକ୍ରମର ସିଧାପ୍ରସାରଣ ରାଜ୍ୟ କାର୍ଯ୍ୟାଳୟଠାରେ ଟିଭି ଶୋ ମାଧ୍ୟମରେ ପ୍ରସାରିତ ହୋଇଥିଲା।

Share in top social networks!