ଖରିଫ ବିପଣନ ବର୍ଷ ୨୦୧୬-୧୭ର ଧାନ ସଂଗ୍ରହ କାର୍ଯ୍ୟକ୍ରମ ପାଇଁ ଚାଷୀ ପ୍ରତିନିଧି ମାନଙ୍କ ସହ ମନ୍ତ୍ରୀ ଦାସବର୍ମାଙ୍କ ଆଲୋଚନା

ଖରିଫ ବିପଣନ ବର୍ଷ(କେଏମ୍ଏସ୍) ୨୦୧୬-୧୭ ଚଳିତ ଅକେଫାବର ୧ ତରିଖରୁ ଆରମ୍ଭ ହେବ ।
ଏହି ବର୍ଷର ପ୍ରଥମ ଧାନସଂଗ୍ରହ ନଭେମ୍ବରରୁ ମାର୍ଚ୍ଚ ମଧ୍ୟରେ ହୋଇଥାଏ । ଏହି ସମୟରେ ୩୦ଟି ଜିଲ୍ଲାରେ ଖରିଫ
ଧାନ ସଂଗ୍ରହ କାର୍ଯ୍ୟକ୍ରମ କରାଯାଏ । ରାଜ୍ୟ ସରକାର ପ୍ରତ୍ୟେକ ଖରିଫ ବିପଣନ ବର୍ଷ ପାଇଁ ଫୁଡ୍ ଏବଂ
ପ୍ରକୁ୍ୟରମେଣ୍ଟ ପଲିସି ନାମରେ ଏକ ଧାନସଂଗ୍ରହ ନୀତି ପ୍ରଣୟନ କରିଥାଆନ୍ତି । ଖରିଫ ବିପଣନ ବର୍ଷ ୨୦୧୬-
୧୭ ପାଇଁ ଖାଦ୍ୟ ଏବଂ ସଂଗ୍ରହଣ ନୀତି ସରକାରଙ୍କ ବିଚାରାଧୀନ ରହିଛି । କ୍ୟାବିନେଟ୍ର ଅନୁମୋଦନ ପରେ
ନୂତନ ଖାଦ୍ୟ ଏବଂ ସଂଗ୍ରହଣ ନୀତି ଅକେଫାବର ୧ ତାରିଖରୁ ଜାରି କରାଯିବ ।
ଖାଦ୍ୟ ଯୋଗାଣ ନିଗମ ସଭାଗୃହରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ସଂଜୟ କୁମାର
ଦାସବର୍ମା ୩୦ଟି ଜିଲ୍ଲାର ଚାଷୀ ପ୍ରତିନିଧ#ମାନଙ୍କ ସହ ଏ ସଂପର୍କରେ ବିଚାରବିମର୍ଶ କରିଥ#ଲେ । ଧାନ ସଂଗ୍ରହ
କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ପାଇଁ ସମସ୍ତ ଚାଷୀଭାଇମାନଙ୍କର ସେ ପୂର୍ଣ୍ଣ ସହଯୋଗ କାମନା କରିଥ#ଲେ । ପୂର୍ବବର୍ଷରେ
ଧାନ ସଂଗ୍ରହ ସମୟରେ ଉପୁଜିଥ#ବା ବିଭିନ୍ନ ସମସ୍ୟା ପ୍ରତି ଧ୍ୟାନ ଦିଆଯିବା ସହ ଉପଯୁକ୍ତ ପଦକ୍ଷେପ ଗ୍ରହଣ
କରାଯିବ । ବିଶେଷ କରି ସମବାୟ, କୃଷି ଓ ଯୋଗାଣ ବିଭାଗର ସମନ୍ୱୟରେ ଏସବୁର ଅନୁଧ୍ୟାନ କରାଯିବ ବୋଲି
ମନ୍ତ୍ରୀ ଶ୍ରୀ ଦାସବର୍ମା କହିଥ#ଲେ ।
ଜିଲ୍ଲାର ଚାଷୀ ପ୍ରତିନିଧ#ମାନେ ପଞ୍ଜିକରଣ ସମୟ ବୃଦ୍ଧି, ତ୍ୱରିତ ପାଉଣା ପାଇବା, ଜଳସେଚିତ ଓ
ଅଣଜଳସେଚିତ ଜମିର ଉତ୍ପାଦନ ଲିମିଟ୍କୁ ସମୀକ୍ଷା କରି ବୃଦ୍ଧି କରିବା, ଧାନ ସଂଗ୍ରହକୁ ଶୀଘ୍ର ଆରମ୍ଭ କରାଯିବା,
ମଣ୍ଡିର ଭିତ୍ତିଭୂମିରେ ଉନ୍ନତି ଆଣିବା, ସମସ୍ତ ବଳକା ଧାନକ୍ରୟର ବ୍ୟବସ୍ଥା, ଆଧାର ନଥ#ଲେ ପଞ୍ଜିକରଣ ସୁବିଧା
ଦିଆଯିବା, ଭାଗଚାଷୀମାନଙ୍କୁ ଧାନ ସଂଗ୍ରହ ସୁବିଧା ଦିଆଯିବା, ଆର୍ଡିସି ସ୍ତରରେ ୩ଟି ବୈଠକ ଆହୂତ କରାଯିବା,
ଉନ୍ନତ ମାନର ଧାନ ଦେଇଥ#ବା ଚାଷୀଙ୍କୁ ପ୍ରୋତ୍ସାହନ ଆଦି ବିଭିନ୍ନ ମତ ଉପସ୍ଥାପନ କରିଥ#ଲେ ।
ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର ଚାଷୀ ପ୍ରତିନିଧ#ମାନଙ୍କୁ ଉପସ୍ଥାପିତ
ପ୍ରତ୍ୟେକ ସମସ୍ୟା ଦିଗରେ ଗ୍ରହଣ କରାଯାଇଥ#ବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇଥ#ଲେ ଏବଂ ନୂତନ
ସମସ୍ୟା ବିଷୟରେ ଅନୁଧ୍ୟାନ କରାଯିବ ବୋଲି ଉଲ୍ଲେଖ କରିଥ#ଲେ । ଚାଷୀଭାଇମାନଙ୍କୁ ଜମାଖାତାରେ ପାଉଣା
ପ୍ରଦାନ, ବୀମା ପ୍ରଦାନ, ସରପଞ୍ଚଙ୍କ ଦ୍ୱାରା ଭାଗଚାଷୀଙ୍କୁ ପ୍ରମାଣପତ୍ର ପ୍ରଦାନ, ମିଲରଙ୍କ କ୍ଷମତା ଅନୁଧ୍ୟାନ, ଧାନସଂଗ୍ରହର
ପ୍ରମାଣପତ୍ର ଇତ୍ୟାଦି ସଂପର୍କରେ ସେ ଆଲୋଚନା କରିଥ#ଲେ ।
ଏହି ବୈଠକରେ ଓଡ଼ିଶା ରାଜ୍ୟ ଖାଦ୍ୟଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ନାୟକ,
ଓ ବିଭାଗୀୟ ଉପଶାସନ ସଚିବ ଶ୍ରୀ ବିଜୟ କୁମାର ପୁଷ୍ଟି ଓ ଅନ୍ୟାନ୍ୟ ଅଧ#କାରୀମାନେ ଉପସ୍ଥିତ ଥ#ଲେ ।

Share in top social networks!