ପଞ୍ଚାୟତ ନିର୍ବାଚନରେ ବିଦ୍ରୋହିଙ୍କୁ ନେଇ ଅଡୁଆରେ ଶାସକ ଓ ବିରୋଧୀ ଦଳ: ବିଜେଡିକୁ ଅମର ଓ କଂଗ୍ରେସକୁ ରାଜନାରାୟଣ କାଳ ଏବଂ ବିଜେପିରେ ଗୋଷ୍ଠୀ କନ୍ଦଳ

ଯାଜପୁର() ଦୁଇ ତିନି ମାସ ପରେ ହେବାକୁ ଥିବା ପ•ାୟତ ନିର୍ବାଚନକୁ ନେଇ ବଡଚଣାରେ ଦୁଇ ବିଦ୍ରୋହି
ଯୁବନେତାଙ୍କୁ ନେଇ ଉଭୟ ଶାସକ ଓ ବିରୋଧୀ ଦଳ ଅଡୁଆରେ ପଡିଥିବା ପରିଲକ୍ଷିତ ହୋଇଛି । ଫଳରେ ଏହି ସମସ୍ୟାକୁ ନେଇ ଶାସକ
ଓ ବିରୋଧୀ ବ୍ଲୁପ୍ରି• ପ୍ରସ୍ତୁତ ପାଇଁ ଅ•ା ଭିଡୁଥିବା ଦେଖିବାକୁ ମିଳୁଛି । ବଡଚଣା ବ୍ଲକରେ ନୂତନ ୬ଟି ପ•ାୟତକୁ ମିଶାଇ ମୋଟ ୪୩ଟି
ପ•ାୟତରେ ନିର୍ବାଚନ ଅନୁଷ୍ଠିତ ହେବ, ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ•ାୟତର ସଂରକ୍ଷିତ ତାଲିକା ପ୍ରକାଶ ପାଇସାରିଛି ।
ସଂରକ୍ଷଣ ତାଲିକା ପ୍ରକାଶିତ ବୋପରେ କିଏ କେଉଁ ଠାରୁ ପ୍ରାଥିୀହେବେ ତାହା ଏବେଠାରୁ କସରତ ଆରମ୍ଭ ହୋଇଗଲାଣି । ଶାସକ ଦଳର
ମହାନଦୀ ବିବାଦକୁ ନେଇ କରାଯାଇଥିବା ବତକ୍ଷୋଭ ପରେ ଦଳୀୟ କର୍ମୀମାନେ ବେଶି ଆଗ୍ରହି ହୋଇପଡିଛନ୍ତି । ଶାସକ ଦଳ ପକ୍ଷରୁ
ଏହି ପ୍ରତିଯୋଗିତା ଅଧିକ ଗତିଶୀଳ ହୋଉଥିବା ଦେଖିବାକୁ ମଳିଛି । ଦଳର ମଙ୍ଗଧରିଥିବା ବିଧାୟକଙ୍କ ବଡଚଣା ଗସ୍ତ ବେଳେ ଏବେ
ଅଧିକରୁ ଅଧିକ କର୍ମୀ ତାଙ୍କ ନିକଟରେ ପହ•ି ପ୍ରାର୍ଥୀପାଇଁ ଲବି ଆରମ୍ଭ କରିଦେଲେଣି। ଶାସକ ଦଳରେ ଆଶାୟୀଙ୍କ ସଂଖ୍ୟା ଅଧିକ ହେବା
ଏକ ପ୍ରକାର ନିଶ୍ଚିତ ହୋଇପଡିଛି, ଯାହାଫଳରେ ଯେଉଁ ଗୋଷ୍ଟୀ ପ୍ରାର୍ଥୀ ହେବାରୁ ବ•ିତ ହେବେ ସେମାନଙ୍କ ମଧ୍ୟରୁ ଅନେକ ଦଳୀୟ
ପ୍ରାର୍ଥୀଙ୍କୁ ବିରୋଧ କରିବାକୁ ଏଡାଇ ଦିଆଯାଇନପାରେ । ଅପରପକ୍ଷରେ ଗତ ପ•ାୟତ ନିର୍ବାଚନରେ ବଡଚଣା ପ•ାୟତ ସମିତି ବିଜେଡି
ଅକ୍ତିଆର କରିଥିଲା ସତ ମାତ୍ର ସମିତି ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ସିଧାସଳଖ ବିଧାୟକଙ୍କୁ ଦିର୍ଘ ଦିନହେବ ବିରୋଧ କରିଆସୁଛନ୍ତି । ଉଭୟ
ବିଜେଡିକୁ ସମର୍ଥନ କରୁଥିବା ବେଳେ ବଡଚଣା ନିର୍ବାଚନ ମଣ୍ଡଳୀରେ ଦଳର ନେତୃତ୍ୱ ନେଉଥିବା ନେତୃତ୍ୱଙ୍କୁ ସିଧାସଳଖ ବିରୋଧ
କରିଚାଲିଛନ୍ତି । ବ୍ଲକର ବିଭିନ୍ନ ଉନ୍ନୟନ କାମର ବିଲ ପାଶ ହେବାବେଳେ ଅଧ୍ୟକ୍ଷା ସବୁକିଛି ତର୍ଜମା କରି ଦେଖିଲା ପରେ କିଛି ବିଲ ପାଶ
କରୁଥିବା ବେଳେ କେତେକ ବିଲକୁ ଦିର୍ଘ ସମୟଧରି ନିଜ ପାଖରେ ରଖିଦେଉଥିବା ଚର୍ଚ୍ଚା ହେଉଛି । ଗତ ସାଧାରଣ ନିର୍ବାଚନରେ ବିଜେଡି
ବିଦ୍ରୋହି ପ୍ରାର୍ଥୀ ହୋଇଥିବା ଯୁବନେତା ଅମର ନାୟକଙ୍କୁ ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ସିଧାସଳଖ ସମର୍ଥନ କରିଥିବା ଦେଖିବାକୁ ମିଳିଥିଲା ।
ବିଜେଡି ବିଦ୍ରୋହି ଏହି ଯୁବନେତା ବଡଚଣ ନିର୍ବାଚନ ମଣ୍ଡଳୀରେ ବିଜେଡି ବିରୋଧରେ ଏକ ସମାନ୍ତରାଳ ସଂଗଠନ କରିବାରେ ବେଶ
ସକ୍ଷମ ହୋଇପାରିଛନ୍ତି, ଯାହାର ଉଦାହରଣ ଗତ ସାଧାରଣ ନିର୍ବାଚନରେ ୨୭ ହଜାରରୁ ଉଦ୍ଦ୍ୱର୍ ଭୋଟ ପାଇ ଦଳ ପାଇଁ ସବୁଦିନ ପାଇଁ ମୁଣ୍ଡ
ବିନ୍ଧାର କାରଣ ପାଲଟିଛନ୍ତି । ଏବେ ମଧ୍ୟ ଯୁବନେତା ଶ୍ରୀ ନାୟକ ବାରମ୍ବାର ବଡଚଣା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ•ାୟତ ଗସ୍ତକରି
ସଂଗଠନ ଦୃଢ଼ କରିବା ସହିତ ଆଗାମୀ ପ•ାୟତ ନିର୍ବାଚନରେ ସମସ୍ତ ପ•ାୟତରେ ପ୍ରାର୍ଥୀ ଦେବା ପାଇଁ ନିଷ୍ପତି କରିଛନ୍ତି । ସେହିପରି ଦିର୍ଘ
ବର୍ଷ ଧରି ବଡଚଣା ନିର୍ବାଚନ ମଣ୍ଡଳୀରେ କଂଗ୍ରସର ମଙ୍ଗଧରିଥିବା ବରିଷ୍ଠ କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ରଙ୍କ ପାଇଲଟ ପୁଅ
କ୍ୟାପଟେନ ରାଜନାରାୟଣ ମହାପାତ୍ର ଗତ ସାଧାରଣ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ହୋଇଥିଲେ ଏବଂ ଦିର୍ଘ ଦିନହେବ ବଡଚଣା ନିର୍ବାଚନ
ମଣ୍ଡଳୀକୁ ଗସ୍ତକରି ସବୁ ପ•ାୟତରେ କର୍ମୀ ବୈଠକ କରି ନିଜର ସମର୍ଥନ ବୃଦ୍ଧିକରିବାେ;ର ବେଶ ସମର୍ଥ ହୋଇଥିବା ଦେଖିବାକୁ
ମିଳିଛି । ଆଗାମୀ ପ•ାୟତ ନିର୍ବାଚନରେ ସେ ସମସ୍ତ ପ•ାୟତରେ ପ୍ରାର୍ଥୀ ଦେବାକୁ ନିଷ୍ପତି ନେଇ କଂଗ୍ରେସ ପାଇଁ କାଳ ସୃଷ୍ଟିକରିପାରିଛନ୍ତି ।
ଆସନ୍ତା ୨୮ ତାରିଖରେ ବିଭିନ୍ନ ସମସ୍ୟାକୁ ନେଇ ଶାସକ ଦଳର ବିଫଳତା ଦାୟୀ କରି ବ୍ଲକ ସମ୍ମୁଖରେ ତାଙ୍କ ସମର୍ଥକଙ୍କୁ ନେଇ ବିକ୍ଷୋଭ
କରିବାକୁ ଡାକରା ଦେଇଛନ୍ତି । ଜଣେ ଯୁବ ସଂଗଠନ ଭାବେ ସେ ବଡଚଣା ଅ•ଳରେ ଅଧିକ ଲୋକପ୍ରିୟ ହୋଇପାରିଥିବା ଦେଖିବାକୁ
ମିଳିଛି । ଆଗାମୀ ପ•ାୟତ ନିର୍ବାଚନ ପାଇଁ ଯୁବନେତା ଶ୍ରୀ ମହାପାତ୍ର ଦୈନିକ ବିଭିନ୍ନ ପ•ାୟତ ଗସ୍ତକରି କର୍ମୀ ବୈଠକ କରି ପଇମ
ପର୍ଯ୍ୟାୟରେ ପ୍ରାର୍ଥୀ ମନୋନୟନ ପାଇଁ ଉଦ୍ୟମ କରିଚାଲିଛନ୍ତି । ଯାହାକି ଏହି ସଂଗଠନ କଂଗ୍ରେସ ପାଇଁ ନିଶ୍ଚିତ କାଳହେବ ବୋଲି ଆଶା
କରାଯାଉଛି । ଅନ୍ୟପକ୍ଷରେ ବିଜେପି ଏହି ନିର୍ବାଚନ ମଣ୍ଡଳୀରେ ଗତ ସାଧାରଣ ନିର୍ବାଚନରେ ଯଦିଓ ବେଶୀ ଭୋଟ ପାଇପାରିନଥିଲା
ତଥାପି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନାକୁ ଆଧାର କରି ସଂଗଠନ ବୃଦ୍ଧି କରିବାରେ ଲାଗିଛି, ମାତ୍ର ଏଠାରେ ମଧ୍ୟ ଏହି
ଦଳରେ ମଧ୍ୟ ଦୁଇ ଗୋଷ୍ଠୀ ରହିଛନ୍ତି । ଯାହାଫଳରେ ଆଗାମୀ ପ•ାୟତ ନିର୍ବାଚନରେ ଦଳ ପାଇଁ ସମସ୍ୟା ସୃଷ୍ଠିହେବାକୁ ଏଡାଇ
ଦିଆଯାଇନପାରେ । ଏସମସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିକୁ ନେଲେ ଆଗାମୀ ପ•ାୟତ ନିର୍ବାଚନରେ ବିଜେଡିକୁ ଯୁବନେତା ଅମର ନାୟକ,
କଂଗ୍ରେସ ପାଇଁ ଯୁବନେତା କ୍ୟାପଟେନ ରାଜପାରାୟଣ ମହାପାତ୍ର କାଳ ହେବା ଏକ ପ୍ରକାର ନିଶ୍ଚିତ ହୋଇପଡିଥିବା ବେଳେ ବିଜେପି
ପାଇଁ ଗୋଷ୍ଠୀ କନ୍ଦଳ ସମସ୍ୟା ହେବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ରଖିଛନ୍ତି ।

Share in top social networks!