ରୋଟାରୀ କ୍ଲବ ପକ୍ଷରୁ ସ୍ୱାସ୍ଥ୍ୟ ମେଳା

rotaryyଜାରକା ଓ ଯାଜପୁର ରୋଟାରୀ କ୍ଲବ ପକ୍ଷରୁ ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁରସ୍ଥିତ ଗୁରୁକୂଳ ପବ୍ଲିକ ସ୍କୁଲ
ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ଚିକିସôା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସ୍ୱସ୍ଥ୍ୟ ଶିବିରକୁ ବିଶିଷ୍ଟ ସମାଜସେବୀ ପ୍ରଦୀପ କୁମାର କର
ଉଦଘାଟନ କରିଥିଲେ। ଏହି ଶିବିରରେ ଆଖପାଖ ଅ•ଳର ୪୨୦ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣାରେ ଔଷଧ ପ୍ରଦାନ
କରାଯାଇଥିଲା । ଡାକ୍ତର କ୍ଷୀରୋଦ ଚନ୍ଦ୍ର ମହାନ୍ତି, ଡା. ବିଜୟ କୁମାର ଶତପଥି, ଡା. ପ୍ରଭାସ ରଞନ ପଣ୍ଡା, ଡା ହିମାଂଶୁ କର,ଡା ଶିତାଂଶୁ କର,
ଡା ପ୍ରତ୍ୟୁଷ ମହାରଣା, ଡା ଭାଗିରଥି ପାଣି ଡା ରମେଶ ଚନ୍ଦ୍ର ସାହୁ, ଡା ନିମାଇ ନାୟକ ଡା ମଦନ ସାମଲ ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ପରିକ୍ଷା
କରିଥିଲେ। ଏହି ଶିବିରକୁ ଯାଜପୁର ରୋଟାରୀ କ୍ଲବ ସଭାପତି ସୁଶାନ୍ତ କୁମାର ପଣ୍ଡା, ସମ୍ପାଦକ ବଳରାମ ମହାନ୍ତି, ଜାରକା ରୋଟାରୀ କ୍ଲବ
ସଭାପତି କ୍ୟାପଟେନ ତ୍ରୀଲୋଚନ ବିଶ୍ୱାଳ, ସମ୍ପାଦକ ପ୍ରମୋଦ କୁମାର ସାମଲ ଓ ଯାଜପୁର ଜାରକା ଇନରହୁଇଲ କ୍ଲବର ସଦସ୍ୟା ଲିଲି ରାଣୀ
କର, ପ୍ରେମଲତା ପଣ୍ଡା, ସୁରଭୀ ପାଣି, ଜାରକା ଇନରହୁଇଲ ସଭାପତି ମାଧୁରୀ ଶତପଥି, ସମାଜସେବୀ ମିନତି ସାହୁ, ନାରୀ ନେତ୍ରୀ କଳ୍ପନା
ନାୟକ, ପ୍ରଭାତ ନଳିନି ସାହୁ, ଅରୁଣା ରସ୍ମୀ ସାମଲ, ପ୍ରଭାତୀ ବିଶ୍ୱାଳ, କଳ୍ପନା ଖୁ•ିଆ, ଅଜନ୍ତା ପାଣିଗ୍ରାହୀ,ସାମ୍ବାଦିକ ଇନ୍ଦ୍ରମଣୀ ନାୟକ ପ୍ରମୁଖ ସହେଯାଗ କରିଥିଲେ। ଗୁରୁକୁଲ ପବ୍ଲିକ ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରମୁଖ ସହାୟତା କରିଥିଲେ।

Share in top social networks!
Powered By Indic IME