ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କର ଜନ୍ମ ଶତବାର୍ଷିକରେ ବିଜେପିର ବର୍ଷ ବ୍ୟାପୀ କାର୍ଯ୍ୟକ୍ରମ

bjpmuraliପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କର ଜନ୍ମ ଶତବାର୍ଷିକ ପୂତି ଉପଲକ୍ଷେ ୨୦୧୬ ସେପ୍ଟେମ୍ବର ୨୫ରୁ ୨୦୧୭ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ ସମଗ୍ର ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ପାଳନ କରିବା ପାଇଁ ଭାରତୀୟ ଜନତା ପାର୍ଟି ତରଫରୁ ନିଷ୍ପତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟସ୍ତରୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଶତବାର୍ଷିକ ଉତ୍ସବ କମିଟିର ସଂଯୋଜକ ତଥା ବିଜେପିର ରାଜ୍ୟ ଉପସଭାପତି ଶ୍ରୀ ନୟନ କିଶୋର ମହାନ୍ତି ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟଠାରେ ଏଥିପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବର୍ଷବ୍ୟାପି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଥିବା ସୂଚନା ଦେଇଛନ୍ତି। କେରଳର କୋଝିକୋଡ ଠାରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଓ ରାଷ୍ଟ୍ରୀୟ ପରିଷଦର ମିଳିତ ଅଧିବେଶନ ସେପ୍ଟେମ୍ବର ୨୩ ରୁ ଆରମ୍ଭ ହୋଇ ୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ୨୫ ତାରିଖ ଦିନ ଦୀନଦୟାଲ ଜୟନ୍ତୀରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଶତବାର୍ଷିକ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ ଏବଂ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ବିଭିନ୍ନ ବୈଦୁ୍ୟତିକ ଗଣମାଧ୍ୟମରେ କରାଯିବ। ଶ୍ରୀ ମହାନ୍ତି ଜିଲ୍ଲା ସ୍ତରରୁ ବୁଥ୍ ସ୍ତର ପର୍ଯ୍ୟନ୍ତ ବିଜେପିର ବିଭିନ୍ନ କମିଟି ମାନେ ଦୀନଦୟାଲଙ୍କ ଉଦେ୍ଦଶ୍ୟରେ ସ୍ୱତନ୍ତ୍ରଭାବେ ସଭା ସମିତି କରିବା ସହିତ ପ୍ରଧାନମନ୍ତ୍ରୀଙ୍କର ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମକୁ ଟେଲିଭିଜନ ଜରିଆରେ ଲୋକଙ୍କୁ ଦେଖାଇବାର ବ୍ୟବସ୍ଥା କରିବାକୁ ନିଦେ୍ର୍ଦଶ ଦିଆଯାଇଛି ବୋଲି ପ୍ରକାଶ କରିଥିଲେ। ଏଥି ସହିତ ବୃକ୍ଷରୋପଣ, ରକ୍ତଦାନ ଶିବିର, ଗ୍ରାମସଭା, ପଦଯାତ୍ରା, ଗଣଦୌଡ, ଦୀନଦୟାଲଙ୍କ ଜୀବନକୁ ନେଇ କୁଇଜ୍ ପ୍ରତିଯୋଗୀତା, କ୍ରୀଡା ପ୍ରତିଯୋଗୀତା, ଦେଶାତ୍ମବୋଧକ ଗୀତ, ଯୋଗ ପ୍ରଣାୟମ ଓ ବ୍ୟାପକ ଜନସଂପର୍କ ଯାତ୍ରା ପ୍ରଭୃତି ଉପରେ ପ୍ରତିଯୋଗିତା କାର୍ଯ୍ୟକ୍ରମ ବର୍ଷସାରା ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଭାରତୀୟ ସଂସ୍କୃତି ଓ ତାର ମହାନତା ଦୀନଦୟାଲଙ୍କ ପ୍ରଣୀତ ଏକାତ୍ମ ମାନବ ବାଦ ଦର୍ଶନ ପ୍ରଭୃତି ବିଷୟ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ରହିବ। ବିଭିନ୍ନ ସମୟରେ ଦରିଦ୍ର ନାରାୟଣ ସେବା ମାଧ୍ୟମରେ ଦୀନଦୟାଲଙ୍କ ବାଣୀ ଓ ଆଦର୍ଶ ଯେପରି ସମାଜର ସବୁଠାରୁ ଦରିଦ୍ରତମ ଲୋକପାଖରେ ଯେପରି ପହଞ୍ଚô ପାରିବ ତାହା ଉପରେ ଗୁରୁତ୍ୱ ଦିଆଯିବ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପରି ବରିଷ୍ଠ ଉପସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ପ୍ରବକ୍ତା ଶ୍ରୀ ଦିଲ୍ଲୀପ ମହାନ୍ତି, ବିଜେପି ବାର୍ତାାର ମୁଖ୍ୟ ସଂପାଦକ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଏବଂ ପରିଚାଳନା ସଂପାଦକ ଶ୍ରୀ ଭୁବନାନନ୍ଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Share in top social networks!