ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଦେଶ କଂଗ୍ରେସର ନିର୍ବାଚନ ଓ ଇସ୍ତାହାର କମିଟି ଗଠିତ

ପଞ୍ଚାୟତ ନିର୍ବାଚନ ପାଇଁ ଅଖିଳ ଭାରତ କଂଗ୍ରେସ କମିଟି ସଭାନେତ୍ରୀ ଶ୍ରୀମତୀ ସୋନିଆ ଗାନ୍ଧିଙ୍କ ଅନୁମୋଦନକ୍ରମେ, ଓଡିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ନିର୍ବାଚନ କମିଟି ଏବଂ ଇସ୍ତାହାର କମିଟି ଗଠନ କରାଯାଇଛି। ଏହି କମିଟିରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଓ ବିରୋଧୀଦଳ ନେତା ଶ୍ରୀ ନରସିଂହ ମିଶ୍ରଙ୍କ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ, କାହ୍ନୁଚରଣ ଲେଙ୍କା, ବିଗ୍ରେଡିୟର କେ.ପି. ସିଂହଦେଓ, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ରାମଚନ୍ଦ୍ର ଖୁଣ୍ଟିଆ, ଶରତ ପଟ୍ଟନାୟକ, ସୁଶିଳା ତିରିଆ, ଶ୍ରୀକାନ୍ତ ଜେନା, ଚନ୍ଦ୍ରଶେଖର ସାହୁ, ଭକ୍ତଚରଣ ଦାସ, ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, ରାମଚନ୍ଦ୍ର ରଥ, ରମାକାନ୍ତ ମିଶ୍ର, ସୁରେନ୍ଦ୍ର ସିଂ ଭୋଇ, ଚିରଞ୍ଜିବ ବିଶ୍ୱାଳ, ଜଗନ୍ନାଥ ପଟ୍ଟନାୟକ, ମତଲୁବ ଅଲ୍ଲୀ, କିଶୋର ପଟେଲ, ଶିବାନନ୍ଦ ରାୟ, ସମୀର କୁମାର ରାଉତରାୟ, ଗୁରୁପଦ ନନ୍ଦ, ଶରତ ରାଉତ, ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ସନ୍ଧ୍ୟା ମହାପାତ୍ର, ତାରାପ୍ରସାଦ ବାହିନୀପତି, ନବକିଶୋର ଦାସ, ପ୍ରଦୀପ ମାଝୀ, ରବିନ୍ଦ୍ର କୁମାର ସେଠୀ, ଯୁଧିଷ୍ଠିର ଜେନା, ରିପୁନାଥ ସେଠ୍, ଶୁଭେନ୍ଦୁ ମହାନ୍ତି ଓ ଦେବାଶିଷ ପଟ୍ଟନାୟକଙ୍କୁ ନିଆଯାଇଛି। ନିର୍ବାଚନ କମିଟିର ଆବାହକ ଇଂ. ମହମ୍ମଦ ମୋକିମ୍ ରହିଥିବା ବେଳେ ଏଥିରେ ମୋଟ୍ ୩୭ ଜଣ ସଦସ୍ୟ ଅଛନ୍ତି। ଏତଦ୍ବ୍ୟତୀତ ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରା, ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥି, ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ଇତିଶ୍ ପ୍ରଧାନ, ସେବାଦଳର ମୁଖ୍ୟ ନବ ନାୟକଙ୍କୁ ଏକ୍ସ ଅଫିସିଓ ସଦସ୍ୟ ରୂପେ ମନୋନୀତ କରାଯାଇଛି।
ସେହିଭଳି ୯ ଜଣିଆ ଇସ୍ତାହାର କମିଟିରେ ମତଲୁବ ଅଲ୍ଲୀ, କୈଳାସ ଆଚାର୍ଯ୍ୟ, ଶରତ ରାଉତ, ଗଣେଶ୍ୱର ବେହେରା, ନାରାୟଣ ପାତ୍ର, ହମିଦ୍ ହୁସେନ୍, ବିଶ୍ୱରଞ୍ଜନ ମହାନ୍ତି, ଅସଫ୍ ଅଲ୍ଲୀ ରହିଥିବା ବେଳେ ସୁଲୋଚନା ଦାସଙ୍କୁ ଏହାର ଆବାହକ କରାଯାଇଛି।
ପଞ୍ଚାୟତନ ନିର୍ବାଚନ ପାଇଁ ବରିଷ୍ଠ କଂଗ୍ରେସ ନେତାମାନଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ଦିଆଯାଇଛି। ସେମାନଙ୍କ ମଧ୍ୟରେ ହେମାନନ୍ଦ ବିଶ୍ୱାଳ – ସମ୍ବଲପୁର, କାହ୍ନୁଚରଣ ଲେଙ୍କା – ପୁରୀ, ନିରଞ୍ଜନ ପଟ୍ଟନାୟକ – କଟକ, ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର – ଗଞ୍ଜାମ, ଶ୍ରୀକାନ୍ତ ଜେନା – କନ୍ଧମାଳ, ଭକ୍ତଚରଣ ଦାସ – କେନ୍ଦୁଝର, ଚନ୍ଦ୍ରଶେଖର ସାହୁ – ବଲାଙ୍ଗୀର, ଶରତ ପଟ୍ଟନାୟକ – ଜଗତସିଂହପୁର, ଜୟଦେବ ଜେନା – ବାଲେଶ୍ୱର, ଯୁଧିଷ୍ଠିର ଜେନା – ଅନୁଗୁଳ, ନବକିଶୋର ଦାସ – ବରଗଡ, ରାମଚନ୍ଦ୍ର ଖୁଣ୍ଟିଆ – ଭଦ୍ରକ, ରମାକାନ୍ତ ମିଶ୍ର – ଯାଜପୁର, ସନ୍ତୋଷ ସିଂ ସାଲୁଜା – ବୌଦ୍ଧ, ପ୍ରଫୁଲ୍ଲ ମାଝୀ – ଦେବଗଡ, ରବିନ୍ଦ୍ର କୁମାର ସେଠୀ – ଢେଙ୍କାନାଳ, ତି୍ରନାଥ ବେହେରା – ଗଜପତି, ଅନନ୍ତ ପ୍ରସାଦ ସେଠୀ – ଝାରସୁଗୁଡା, କିଶୋର ପଟେଲ – କଳାହାଣ୍ଡି, ଚିରଞ୍ଜିବ ବିଶ୍ୱାଳ – କେନ୍ଦ୍ରାପଡା, ସନ୍ଧ୍ୟା ମହାପାତ୍ର – ଖୋର୍ଦ୍ଧା, ଜଗନ୍ନାଥ ପଟ୍ଟନାୟକ – କୋରାପୁଟ, ଅରୁଣ ଦେ – ମୟୁରଭଞ୍ଜ, କୃଷ୍ଣଚନ୍ଦ୍ର ଶଗରିଆ – ମାଲକାନାଗିରି, ଡମ୍ବରୁଧର ଉଲାକା – ନବରଙ୍ଗପୁର, ଭୁଜବଳ ମାଝୀ – ନୂଆପଡା, ଗୁରୁପଦ ନନ୍ଦ – ନୟାଗଡ, ତାରାପ୍ରସାଦ ବାହିନୀପତି – ରାୟଗଡା, ପ୍ରଦୀପ ମାଝୀ – ସୁବର୍ଣ୍ଣପୁର ଓ ପ୍ରକାଶ ଚନ୍ଦ୍ର ଦେବତା – ସୁନ୍ଦରଗଡ ଦାୟିତ୍ୱରେ ଅଛନ୍ତି।
ପଞ୍ଚାୟତ ନିର୍ବାଚନକୁ ଆଖିଆଗରେ ରଖି ଆସନ୍ତା କାଲି ସମସ୍ତ ସାଂଗଠନିକ ବ୍ଲକର ସଭାପତି, ଜିଲ୍ଲା ସଭାପତି ଏବଂ ପିସିସି କର୍ମକର୍ତ୍ତାମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ କରିବା ପାଇଁ ବିଭିନ୍ନ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରାଯିବ ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ହରିଚନ୍ଦନ କହିଛନ୍ତି।

Share in top social networks!