ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ‘ବିଜୁ ଜନତା ଦଳ’ର ଜନସଂପର୍କ ପଦଯାତ୍ରା

14117924_1573021683007780_5336836893614057783_n“ବିଜୁବାବୁଙ୍କ ଅଭିଳଷିତ ଓଡ଼ିଶା ନିର୍ମାଣ ଲକ୍ଷ୍ୟରେ ଏକ ଯାତ୍ରା”
୧୪୭ ଜଣିଆ ନିର୍ବାଚନୀ ମଣ୍ଡଳୀ ସ୍ତରୀୟ ପର୍ଯ୍ୟବେକ୍ଷକ ମନୋନୀତ
୨୫ ତାରିଖରେ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପ୍ରାକ୍‌ ପ୍ରସ୍ତୁତି ବୈଠକ
ପବିତ୍ର ଗାନ୍ଧି ଜୟନ୍ତୀ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ

ବିଜୁ ଜନତା ଦଳର ‘ଜନ ସଂପର୍କ ପଦଯାତ୍ରା’ କାର୍ଯ୍ୟକ୍ରମ ଏକ ମାସ ଧରି ଅନୁଷ୍ଠିତ ହେବ। ଗାନ୍ଧି ଜୟନ୍ତୀରୁ ଆରମ୍ଭ କରାଯାଇଥିବା
ଏହି କାର୍ଯ୍ୟକ୍ରମ ଭିତରେ ଅକ୍ଟୋବର ୯ ତାରିଖ ଉକ୍ରଳମଣି ଗୋପବନ୍ଧୁ ଜୟନ୍ତୀ ଏବଂ ଅକ୍ଟୋବର ୧୧ ତାରିଖ ଲୋକନାୟକ
ଜୟପ୍ରକାଶ ନାରାୟଣ ଜୟନ୍ତୀ ଦୁର୍ଗାପୂଜା ଉତ୍ସବ ସତ୍ତ୍ୱେ ବ୍ଲକସ୍ତରରେ ପାଳନ କରାଯିବ। ସମସ୍ତ ଜିଲ୍ଲା/ବ୍ଲକ ସଦର ମହକୁମା/ଜିଲ୍ଲା
ପରିଷଦ ଜୋନ୍‌/ ପଞ୍ଚାୟତ ସ୍ତରରେ ଦୀର୍ଘ ପଦଯାତ୍ରା ସହିତ ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ଏବଂ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ
ଗଠନର ୮୦ ବର୍ଷ ପୂର୍ତ୍ତି ସମାରୋହ ମଧ୍ୟ ପାଳନ କରାଯିବ।

ପଦଯାତ୍ରାରେ ଦଳର କର୍ମୀ ଓ କର୍ମକର୍ତ୍ତାମାନେ ସାମିଲ ହୋଇ ସରକାରଙ୍କ ସଫଳତାର ବାର୍ତ୍ତା ପ୍ରସାର ସହ ବିଭିନ୍ନ ଉନ୍ନୟନମୂଳକ
କାର୍ଯ୍ୟକ୍ରମ ସଂପର୍କରେ ସଚେତନତା ସୃଷ୍ଟି କରିବେ। ବିଜୁ ଜନତା ଦଳ ଗତ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିର ପରିପୂରଣ
ଓ ସେ ଦିଗରେ ଅଗ୍ରଗତି ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ସହ ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା ଓ
ପକ୍ଷପାତିତା ପ୍ରସଂଗରେ ଲୋକମାନଙ୍କର ଦୃଷ୍ଟି ଆକର୍ଷଣ କରିବେ।

ଏହି ଜନ ସଂପର୍କ ପଦଯାତ୍ରାର ସଫଳତା ପାଇଁ ଦଳ ପକ୍ଷରୁ ବ୍ୟବସ୍ଥାବଳୀ ଚୂଡ଼ାନ୍ତ ହୋଇଛି। ରାଜ୍ୟ ସ୍ତରରେ ପଦଯାତ୍ରାକୁ ବିଜୁ
ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଶୁଭାରମ୍ଭ କରିବେ। ମନ୍ତ୍ରୀ, ସାଂସଦ
ଓ ଦଳର ବରିଷ୍ଠ ନେତାମାନେ ଦଳ ତରଫରୁ ପ୍ରତିନିଧି ରୂପେ ଅକ୍ଟୋବର ୨ ତାରିଖରୁ ପର୍ଯ୍ୟାୟକ୍ରମେ ଜିଲ୍ଳା ସଦର ମହକୁମାରେ
ଆୟୋଜିତ ପଦଯାତ୍ରା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଏବଂ ପଦଯାତ୍ରାକୁ ପରିଚାଳନା କରିବା
ପାଇଁ ବିଜୁ ଜନତା ଦଳ ମାନ୍ୟବର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଧାୟକ ଶ୍ରୀ ପ୍ରତାପ ଜେନାଙ୍କୁ ମୁଖ୍ୟ ଆବାହକ ଏବଂ
ବିଧାୟକ ଶ୍ରୀ ପଦ୍ମନାଭ ବେହେରା, ବିଧାୟକ ଶ୍ରୀ ବଳଭଦ୍ର ମାଝୀ ଓ ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କୁ ସଭ୍ୟଭାବେ ନିଯୁକ୍ତି
ଦେଇଛନ୍ତି। ସେହିପରି ନିର୍ବାଚନ ମଣ୍ଡଳୀ ସ୍ତରରେ ପଦଯାତ୍ରାକୁ ପରିଚାଳନା କରିବା ପାଇଁ ୧୪୭ଜଣ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ
ମନୋନୀତ ହୋଇଛନ୍ତି। ବିଜୁ ଜନତା ଦଳ ପଦଯାତ୍ରା କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ
ଅନୁମୋଦନ କ୍ରମେ ଦଳର ଛାମୁଆ ସଂଗଠନ ଓ ଦଳୀୟ ନେତୃମଣ୍ଡଳୀଙ୍କୁ ନେଇ ୩୨ଟି ସାଂଗଠନିକ ଜିଲ୍ଲା ସହ ମୟୂରଭଞ୍ଜ,
ଗଞ୍ଜାମ ଓ କଟକ ଜିଲ୍ଳାକୁ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ବିଭକ୍ତ କରାଯାଇ ପର୍ଯ୍ୟବେକ୍ଷକଙ୍କ ତାଲିକା ପ୍ରସ୍ତୁତ କରାଯାଇଛି।
ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ଲକ ଓ ପଞ୍ଚାୟତରେ ଅନୁଷ୍ଠିତ ପଦଯାତ୍ରାକୁ ତଦାରଖ କରି କାର୍ଯ୍ୟକ୍ରମ ସଂପର୍କରେ ବିବରଣୀ ପ୍ରଦାନ
କରିବାକୁ ମାନ୍ୟବର ସଭାପତି ନିଦେ୍ର୍ଦଶ ଦେଇଛନ୍ତି।

ଅନୁଗୁଳ ଜିଲ୍ଲା ପାଇଁ ଯୋଗେନ୍ଦ୍ର ତ୍ରିପାଠୀ, ଜୟବ୍ରତ ଦେ, ହରିଶଙ୍କର ରାଉତ, ଯଶୋବନ୍ତ ପରିଡ଼ା ଓ ସଂଗୀତା ଶର୍ମା, ଭୁବନେଶ୍ୱର
ପାଇଁ ରବି ସାମଲ, କୁଞ୍ଜଲତା ସାମଲ ଓ ଶ୍ରୀମତୀ ସରୋଜିନୀ ମିଶ୍ର, ଭଦ୍ରକ ପାଇଁ ଜଲିଲ ଖାଁ, ଧର୍ମେଶ ନାୟକ, ଉପେନ୍ଦ୍ର ପାଢ଼ୀ,
ସନ୍ତୋଷ ବେଜ ଓ ସୁନନ୍ଦା ଶତପଥୀ, ବୌଦ୍ଧ ପାଇଁ ହିଂମାଶୁ ଶେଖର ବିଶ୍ୱାଳ ଓ ମାଳତୀ ଗୁରୁ, ବଲାଙ୍ଗୀର ପାଇଁ ସଞ୍ଜୟ ବାବୁ,
ସୌଭାଗ୍ୟ ନାୟକ, ମାନଭଞ୍ଜନ ବେହେରା, ପ୍ରଭାସିନୀ ଷଢ଼ଙ୍ଗୀ ଓ ପୁଷ୍ପେନ୍ଦ୍ର ସିଂହଦେଓ, ବାଲେଶ୍ୱର ପାଇଁ ଅଲେଖ ଜେନା,
କ୍ଷୀରୋଦ ରାଉତ, ଦୁର୍ଗା ଦାସ, ରାଜକିଶୋର ଆଚାର୍ଯ୍ୟ, ଅଜୟ ନାୟକ, ଜିତେନ୍ଦ୍ର ମହାନ୍ତି, ସମ୍ପା ମଜୁମ୍‌ଦାର୍‌ ଓ ଦେବକୀ ଦାସ,

ବରଗଡ଼ ପାଇଁ ବିଜୟ ମହାନ୍ତି, ତ୍ରିନାଥ ଗୁଆଲ, ଅରୁଣ ପ୍ରଧାନ, ବୃନ୍ଦାବନ ମାଝୀ ଓ ସିପ୍ରା ମହାନ୍ତି, କଟକ ସିଟି ପାଇଁ ଟି. ପ୍ରସାଦ
ରାଓ ଦୋରା, ଶୈଳେନ୍ଦ୍ର ନାରାୟଣ ଦାସ, କନକପ୍ରଭା ଲେଙ୍କା ଓ ସାଗରିକା ମିଶ୍ର, କଟକ ଗ୍ରାମାଞ୍ଚଳ ପାଇଁ ପ୍ରହଲ୍ଲାଦ ନନ୍ଦ, ମିହିର
ମହାନ୍ତି, ଦେବୀ ପ୍ରସାଦ ଭୂତିଆ, ଅମରେନ୍ଦ୍ର ଦାସ ଓ ଶ୍ରୀମୟୀ ମିଶ୍ର, ଦେବଗଡ଼ ପାଇଁ କୁନବିହାରୀ ଦାସ ଓ କବିତା ପୁରୋହିତ,
ଢେଙ୍କାନାଳ ପାଇଁ କିଶୋର ମିଶ୍ର, ଯୁଗଳ ନାୟକ, ଦୁର୍ଗା ସାମନ୍ତରାୟ ଓ ମନୋରମା ଆଚାର୍ଯ୍ୟ, ଗଜପତି ପାଇଁ କୈଳାସ ରଣା ଓ
କେ. ମାଧବୀ, ଗଞ୍ଜାମ-୧ ପାଇଁ ସତ୍ୟନାରାୟଣ ପ୍ରଧାନ, ସାଲୁଗା ପ୍ରଧାନ, ଅକ୍ଷୟ ମହାନ୍ତି, ଲକ୍ଷ୍ମୀଧର ସାହୁ, ତ୍ରିପୁରା ଗରାଡ଼ ଓ
ସାରଳା ସ୍ୱାଇଁ, ଗଞ୍ଜାମ-୨ ପାଇଁ ସୁବାଷ ସିଂହ, ରବି ମଲ୍ଲିକ, ଦେବାଶିଷ ପଟ୍ଟନାୟକ, ବିନାୟକ କର, ଶେଷ ମେହେର, ରଘୁରାମ
ପାଡାଲ୍‌ ଓ ଅଳକା ରାୟ, ଜଗତସିଂହପୁର ପାଇଁ ସୌମେନ୍ଦ୍ର ଘୋଷ, ପ୍ରଦୀପ ପଟ୍ଟନାୟକ, କୌଶିକ ଜେନା ଓ ଶକୁନ୍ତଳା ସାହୁ,
ଯାଜପୁର ଜିଲ୍ଳା ପାଇଁ ଜଗନ୍ନାଥ ସ୍ୱାଇଁ, ସୁଶାନ୍ତ ରାଉତ, ରାଜେନ୍ଦ୍ର ଦାସ, ପ୍ରଦୀପ୍ତ ଖୁଣ୍ଟିଆ, ପ୍ରଦୀପ ମଲ୍ଲିକ, ପ୍ରଶାନ୍ତ ନାୟକ ଓ
ଉର୍ମିଲତା ଦାସ, ଝାରସୁଗୁଡ଼ା ପାଇଁ ସିଦ୍ଧାର୍ଥ ଦାସ ଓ ଫିଲ୍‌ସିତା ଲାକ୍ରା, ଖୋର୍ଦ୍ଧା ପାଇଁ ଦିବାକର ପାତ୍ର, ରଞ୍ଜନ ପୋଲାଇ, ସ୍ୱାଧୀନ
ନାୟକ, ଉମା ନାୟକ ଓ କେ.ଶାନ୍ତି, କେନ୍ଦ୍ରାପଡ଼ା ପାଇଁ ମିନାକ୍ଷୀ ବେହେରା, ପ୍ରକାଶ ବସ୍ତିଆ, ଦେବେନ୍ଦ୍ର ଖୁଣ୍ଟିଆ, ସତ୍ୟ ଜେନା ଓ
ସବିତା ମହାପାତ୍ର, କନ୍ଧମାଳ ପାଇଁ ସୁବାସ ମହାରଣା, ଅଶୋକ ସାହୁ ଓ ସଂଯୁକ୍ତା ମହଲ, କେନ୍ଦୁଝର ପାଇଁ ଧର୍ମାନନ୍ଦ ବେହେରା,
ଶ୍ରୀନାଥ ସୋରେନ୍‌, ସୁଶାନ୍ତ ଚୌଧୁରୀ, ପ୍ରକାଶ ସୋରେନ୍‌, ଜାହିର ଖାଁ ଓ ଗୀତାଞ୍ଜଳୀ ବସ୍ତିଆ, କୋରାପୁଟ ପାଇଁ ମୁକୁନ୍ଦ ସୋଡି,
ତେଜେଶ୍ୱର ପରିଡ଼ା, ଟି.ଗୋପୀ, ଚିନ୍ମୟ ସାହୁ ଓ ମମତା ବିଶୋୟୀ, କଳାହାଣ୍ଡି ପାଇଁ ଦେବେନ୍ଦ୍ର କହଁର, ମୋଜିବୁଲ୍ଳା ଖାଁ,
ଭାନୁପ୍ରତାପ ସିଂହ, ଯତେଶ ଚନ୍ଦ୍ର ଖମାରୀ ଓ ଜୟଶ୍ରୀ ଦାସ, ମାଲକାନଗିରି ପାଇଁ ଈଶ୍ୱର ପାଣିଗ୍ରାହ ଓ ସୌମ୍ୟ ସାଗରିକା ଶୁକ୍ଳା,
ମୟୂରଭଞ୍ଜ -୧ ପାଇଁ ଗୌରୀ ରାଉତ, ଯଜାତି ଦାସ, ଅମରେଶ ପତ୍ରି, ଭାରତୀ ସିଂହ ଓ ଶ୍ରଦ୍ଧାଞ୍ଜଳି ରାୟ, ମୟୂରଭଞ୍ଜ-୨ ପାଇଁ
ମାଧବ ସର୍ଦ୍ଦାର, ସୁରେନ୍ଦ୍ର ପରମାଣିକ, ନିହାର ସୋରେନ୍‌ ଓ ଦେବାଶିଷ ମହାନ୍ତି, ନବରଙ୍ଗପୁର ପାଇଁ ସୂର୍ଯ୍ୟନାରାୟଣ ରଥ,
ବଂଶୀଧର ମୁଦୁଲି, ପୃଥ୍ୱୀରାଜ ସାହୁ ଓ ପଦ୍ମିନୀ ଦିଆନ୍‌, ନୂଆପଡ଼ା ପାଇଁ ପ୍ରଭାସିନୀ ନନ୍ଦ, ନୟାଗଡ଼ ପାଇଁ ଶରତ ଚନ୍ଦ୍ର ପ୍ରଧାନ,
ଲେଲିନ୍‌ ମହାନ୍ତି, ପୁଷ୍ପାଞ୍ଜଳି ରଣା ଓ ସଂଯୁକ୍ତା ମହାନ୍ତି, ପୁରୀ ପାଇଁ ରବି ପାଣି, ଯୋଗେନ୍ଦ୍ର ସ୍ୱାଇଁ, ସୁରେନ୍ଦ୍ର ସ୍ୱାଇଁ, ଅମରେଶ ଜେନା,
ରାଣାପ୍ରତାପ ପାତ୍ର ଓ ସନ୍ଧ୍ୟାରାଣୀ ବିଶ୍ୱାଳ, ରାୟଗଡ଼ା ପାଇଁ ପ୍ରମୋଦ ପାଢ଼ୀ, ଅର୍ଜୁନ ତ୍ରିପାଠୀ ଓ ଜ୍ୟୋତ୍ସ୍ନା ପାଢ଼ୀ, ରାଉରକେଲା ପାଇଁ
ତାପସ ରାୟ ଚୌଧୁରୀ, ଶେଖ୍‌ ନିଜାମୁଦ୍ଦିନ୍‌, ସୁମନ୍ତ ପଣ୍ଡା ଓ ଚନ୍ଦ୍ରରେଖା ପଟ୍ଟନାୟକ, ସୋନପୁର ପାଇଁ ସିଦ୍ଧାର୍ଥ ଦାସ ଓ ଜ୍ୟୋତି
ପାଣିଗ୍ରାହୀ, ସୁନ୍ଦରଗଡ଼ ପାଇଁ ପ୍ରଭାତ ଆଦିତ୍ୟ ମିଶ୍ର, ପ୍ରିୟଦର୍ଶୀ ପ୍ରତୁ୍ୟଷ ରଥ ଓ ନିବେଦିତା ନାୟକ, ସମ୍ବଲପୁର ଜିଲ୍ଲା ପାଇଁ ଶକ୍ତି
ପଟ୍ଟନାୟକ, ଅଭିମନୁ୍ୟ କୁଶାଲ, ଉତ୍ତର ପାତ୍ର ଓ ସରୋଜିନୀ ରାଜଙ୍କୁ ମନୋନୀତ କରାଯାଇଛି।

ଏହି ପରିପ୍ରେକ୍ଷୀରେ ଆସନ୍ତା ୨୫ ତାରିଖ ରବିବାର ସକାଳ ୧୦ଟା ୩୦ମିନିଟ୍‌ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ
ଜନତା ଦଳ ରାଜ୍ୟ ସଭାପତିଙ୍କ ସଭାପତିତ୍ୱରେ ରାଜ୍ୟ କାର୍ଯ୍ୟାଳୟ ଠାରେ ପ୍ରାକ୍‌ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ
ଦଳର ରାଜ୍ୟ କର୍ମକର୍ତ୍ତା, ଜିଲ୍ଲାସ୍ତରୀୟ ପର୍ଯ୍ୟବେକ୍ଷକ, ସାଂସଦ, ବିଧାୟକ, ବିଧାୟକ ପ୍ରାର୍ଥୀ ଓ ଜିଲ୍ଲା ସଭାପତି ଉପସ୍ଥିତ ରହିବେ
ବୋଲି ରାଜ୍ୟ ସ୍ତରୀୟ ପଦଯାତ୍ରା ସଂଯୋଜନା କମିଟିର ମୁଖ୍ୟ ଆବାହକ ପ୍ରତାପ ଜେନା ସୂଚନା ଦେଇଛନ୍ତି।

Share in top social networks!