ଗଛକୁ ସମସ୍ତେ ଭଲ ପାଅ ଓ ପରିବଶେକୁ ରକ୍ଷାକର – ଜିଲ୍ଲାପାଳ, ଖୋର୍ଦ୍ଧା

plantପିପୁଲ୍ସ କଲଚରାଲ ସେଣ୍ଟର (ପିକକ୍) , ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ହେରିଟେଜ୍ ଓ ଭୁବନେଶ୍ୱର ବ୍ଲକ ଶିକ୍ଷା କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ଭୁବନେଶ୍ୱରର ୫ଟି ବିଦ୍ୟାଳୟ ଯଥା – ଗଣ୍ଡମୁଣ୍ଡା ୟୁପି ବିଦ୍ୟାଳୟ, ରାଜଭବନ ପ୍ରୋଜେକ୍ଟ ବିଦ୍ୟାଳୟ, ପାଓାରହାଉସ୍ ୟୁପି ବିଦ୍ୟାଳୟ, ୟୁନିଟ୍ – ୬ ପ୍ରାଇମେରୀ ବିଦ୍ୟାଳୟ ଓ ୟୁନିଟ୍ -୨ ୟୁପି ବିଦ୍ୟାଳୟରେ ୫୦୦ରୁ ଉଦ୍ଧ୍ୱର୍ ଫଳ, ଫୁଲ ଓ ଅନ୍ୟାନ୍ୟ ବୃକ୍ଷ ରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଗଣ୍ଡମୁଣ୍ଡା ବିଦ୍ୟାଳୟରେ ଖୋର୍ଦ୍ଧା ଜିଲ୍ଲା ଜିଲ୍ଲାପାଳ ଶ୍ରୀଯୁକ୍ତ ନିରଞ୍ଜନ ସାହୁ ବୃକ୍ଷରୋପଣ କରି ଉଦଘାଟନ କରିବା ସହ ପିଲାମାନେ ଗଛକୁ ଭଲପାଇ ବା ଉଚିତ ତଥା ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ଦ୍ୱାରା ବିଦ୍ୟାଳୟର ପରିବେଶ ସୁନ୍ଦର ରହିପାରିବ ବୋଲି ମତରଖି ଥିଲେ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ମାନସ ରଂଜନ ସାମଲ, ଭୁବନେଶ୍ୱର ବ୍ଲକ ଶିକ୍ଷା ଅଧିକାରୀ ସ୍ନିଗଧା ମିଶ୍ର, ପିକକର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶିକା ଅନୁରାଧା ମହାନ୍ତି, ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ହେରିଟେଜର ଶ୍ରୀ ଶାନ୍ତନୁ ମିଶ୍ର ଓ ଶ୍ରୀ ନିରଜ ଦତ୍ତ, ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଓ ପିଲାମାନେ ବୃକ୍ଷରୋପଣ କରିଥିଲେ।
ଆଗାମୀ ଦିନରେ ପିକକ୍ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ବ୍ୟାପକ ଭାବରେ ହାତକୁ ନେବ। ଏହି କାର୍ଯ୍ୟକ୍ରମରେ ପିକକ୍ର ପାଣୁ ବେହେରା, ପ୍ରଦିପ୍ତ ବେଉରା, ଚିନ୍ମୟୀ ପଟ୍ଟନାୟକ, କ୍ରିଷ୍ଣା ମହାପାତ୍ର, ବିଜୟ କୁମାର ସେନାପତି ଆଦି ସହଯୋଗ କରିଥିଲେ।

Share in top social networks!