ପାଇପ ଯୋଗେ ଗ୍ୟାସ ବଂଟନ ଯୋଗୁଁ ରାଜ୍ୟର ଭୁବନେଶ୍ୱର, କଟକ ଜିଲ୍ଲାର ଗୃହିଣୀମାନେ ଉପକୃତ ହେବେ

bjppetrol- ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଞ୍ଜାପନ
- ରାଜ୍ୟର ବିକାଶ ପାଇଁ ସମସ୍ତ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ତାଙ୍କର ପ୍ରଚେଷ୍ଟା ଜାରି ରଖିଛନ୍ତି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶର ସନ୍ତୁଳିତ ବିକାଶକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଛନ୍ତି। ଏହି କ୍ରମରେ ପୂର୍ବ ଭାରତ ଦେଶର ଅନ୍ୟ ଅଂଚଳ ତୁଳନାରେ କମ୍ ବିକଶିତ। ଓଡିଶା ଏଥି ମଧ୍ୟରୁ ଅନ୍ୟତମ। ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଓଡିଶାବାସୀଙ୍କ ସ୍ନେହ ଓ ଭଲ ପାଇବାକୁ ସୁଧମୁଳ ସହିତ ଫେରସ୍ତ କରିବେ ବୋଲି ଘୋଷଣା କରିଥିଲେ। ରାଜ୍ୟର ବିକାଶ ପାଇଁ ସମସ୍ତ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ତାଙ୍କର ପ୍ରଚେଷ୍ଟା ଜାରି ରଖିଛନ୍ତି। ଏହି କ୍ରମରେ ଗତକାଲି କେନ୍ଦ୍ର କ୍ୟାବିନେଟ ପକ୍ଷରୁ ଧାମରା-ବୋକାରୋ ଏବଂ ଜଗଦିଶପୁର-ହଳଦିଆ ଦେଇ ପାଇପ ଯୋଗେ ଗ୍ୟାସ ସଂଯୋଗ ପ୍ରକଳ୍ପ ଘୋଷଣା କରାଯାଇଛି। ଏହି ପ୍ରକଳ୍ପରେ ରାଜ୍ୟର ଭୂବନେଶ୍ୱର ଏବଂ କଟକ ସହରକୁ ଅନ୍ତର୍ଭୁକ୍ତ କରାଯାଇଥିବାରୁ ରାଜ୍ୟ ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ରାଷ୍ଠ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଅଛି।
ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଭୂବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ହରେକୃଷ୍ନ ଖୁଂଟିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଧନ୍ୟବାଦ ସଭାରେ ବିଧାୟକ ଦଳର ନେତା ଶ୍ରୀ କନକ ବର୍ଦ୍ଧନ ସିଂଡଦେଓ, ଉପସଭାପତି ଶ୍ରୀ ସମୀର ମହାନ୍ତି, ସାଧରଣ ସଂପାଦକ ଶ୍ରୀ ପୃଥିରାଜ ହରିଚନ୍ଦନ, ରାଜ୍ୟ ସମ୍ପାଦକ ଶ୍ରୀ ଦିଲ୍ଳିପ ମଲ୍ଲିକ, ପ୍ରବକ୍ତା ଦିଲ୍ଲିପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମୀୟ ଦାଶ, ଜଗନ୍ନାଥ ପ୍ରଧାନ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, ଯୁବମୋର୍ଚ୍ଚା ସାଧାରଣ ସଂପାଦକ ବିଶ୍ୱରଂଜନ ବଡଜେନା, ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ପ୍ରିୟଦର୍ଶିନୀ, ଶୁଶାନ୍ତ ସାବତ, ବିଭାସ ସେନଗୁପ୍ତ, ଶିବପ୍ରସାଦ ବେହେରା, ଅଚ୍ୟୁତାନନ୍ଦ ରଣଜିତ, ରୁପାଲୀ ଠାକୁର, ସଂଜୁଲତା ଶତପଥୀ, ସଂଗ୍ରାମ ନାୟକ, ସଂଜିବ ମିଶ୍ର ପ୍ରମୁଖ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପେଟ୍ରୋଲିୟମ ବିଭାଗ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାଧୁବାଦ ଜଣାଇଥିଲେ।
ରାଜ୍ୟରେ ହେଉଥିବା ଏହି ପ୍ରଳ୍ପରେ ପ୍ରାୟ ୧୩ ହଜାର କୋଟି ଟଙ୍କା ବ୍ୟୟ ହେବ ଏବଂ ଏହାଦ୍ୱାରା କଟକ , ଭୁବନେଶ୍ୱର ସମେତ ବାଲେଶ୍ୱର, ଭଦ୍ରଖ, ମୟୁରଭଂଜ, କେନ୍ଦୁଝର ଜିଲ୍ଲାର ଉପଭୋକ୍ତା ମାନଙ୍କୁ ଗ୍ୟାସ ପାଇପ ମାଧ୍ୟମରେ ଘରକୁ ଯୋଗାଇ ଦିଆଯିବ। ଏହି ପ୍ରକଳ୍ପରେ ୨୧ ହଜାର ବ୍ୟକ୍ତି ସିଧାସଲଖ ଭାବେ ନିଯୁକ୍ତିର ସୁଯୋଗ ପାଇ ପାରିବେ। ରାଜ୍ୟର ଗୃହିଣୀ ମାନଙ୍କ ପାଇଁ ଏହା ବେଶ ସୁବିଧା ଜନକ ହେବ ଏବଂ ଗ୍ୟାସ ପାଇଁ କୌଣସି ସମସ୍ୟା ରହିବ ନାହିଁ। ଏହି ଭଳି ସଂଯୋଗ ଦ୍ୱାରା ଗ୍ୟାସ ଚୋରି ବନ୍ଦ ହେବା ସହିତ ଦୁର୍ନିତୀ ମଧ୍ୟ ବନ୍ଦ ହେବ ବୋଲି ବିଜେପି ନେତୃବୃନ୍ଦ ମତ ଦେଇଥିଲେ।
ବିଧାୟକ ଦଳର ନେତା ଶ୍ରୀ ସିଂହଦେଓ କହିଥିଲେଯେ, ୨୦୧୨ ମସିହାରେ ଶ୍ରୀ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ରାଜ୍ୟରେଏହି କାର୍ଯ୍ୟ ଆରମ୍ଭ କରିବାକୁ ଯାଉଥିବା ସମୟରେ ସେତେବେଳର କେନ୍ଦ୍ର ଉପା ସରକାର ସୁପ୍ରିମକୋର୍ଟ ଯାଇ ଏହାର ବିରୋଧ କରିଥିଲେ। ତେବେ ବର୍ତମାନ କେନ୍ଦ୍ର ସରାକର ଘରକୁ ଗ୍ୟାସ ପାଇପ ଦ୍ୱାରା ଯୋଗାଇ ଦେବା ପାଇଁ ସ୍ଥିର କରିଛନ୍ତି। ଆଗାମୀ ଦୁଇ ବର୍ଷ ମଧ୍ୟରେ ଓଡିଶାରେ ଏହି ପ୍ରକଳ୍ପର କାର୍ଯ୍ୟ ଶେଷ ହେବା ସହିତ ଆଗାମୀ ଦିନମାନଙ୍କରେ ଏହା ରାଜ୍ୟର ସମସ୍ତ ଅଂଚଳରେ କାର୍ଯ୍ୟକ୍ଷମ କରାଯିବ ବୋଲି ଶ୍ରୀ ସିଂହଦେଓ ଆଶାବ୍ୟକ୍ତ କରିଥିଲେ।ଏହାପରେ ଜିଲ୍ଲା ତରଫରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଧନ୍ୟବାଦ ଜଣାଇ ଖୁସିରେ ଦଳର ସମସ୍ତ କାର୍ଯ୍ୟକର୍ତା ବାଜା ବଜାଇ ମିଷ୍ଠାନ ବଂଟନ କରିଥିଲେ।

Share in top social networks!