କଳା ପତାକା ପଟୁଆର ୭୯ତମ ଦିନରେ

bhasaandolanଭାଷା ପାଇଁ ଗଣ ଓ ଗଣମାଧ୍ୟମ ଯେଉଁ ଭୂମିକା ନିର୍ବାହ କରିଛି ତାହା ଇତିହାସର ପୃଷ୍ଠାରେ ନିଶ୍ଚିତ ଭାବେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ
ରହିବ ଏଥିରେ ତିଳେହେଲେ ସନେ୍ଦହର ଅବକାଶ ନାହିଁ। ଗୋଟିଏ ପଟେ ସ୍ଥାଣୁ ସରକାର, ବିଭିନ୍ନ ସମସ୍ୟାରେ ଜର୍ଜରିତ ସରକାର ଏପରିକି
ଖଣିଜ ସଂପଦକୁ ବାହାର ବୈଦେଶିକ କଂପାନୀ ମାନଙ୍କୁ ଟେକିଦେବା ପରେ ନିଜ ମା’ର ଭାଷା ପାଇଁ ଲଢ଼ୁଥିବା ଜନସାଧାରଣଙ୍କୁ ଲଢ଼ିବାକୁ
ପଡୁଛି।

ସାଧାରଣ ଜନତାଟିଏ ଯେତେବେଳେ ସରକାରଙ୍କ ପାଖକୁ ନିଜର ବ୍ୟବହାରିକ କାର୍ଯ୍ୟକ୍ରମ ପାଇଁ ଦରଖାସ୍ତଟିଏ କରେ କାହାର
ସହାୟତାରେ ଇଂରାଜୀରେ ଦରଖାସ୍ତଟିଏ ଲେଖେ, ବୁଝିବାକୁ ମଧ୍ୟ ସକ୍ଷମ ନଥାଏ ସେ ନିଜେ କ’ଣ ଲେଖିଛି ବୋଲି, ତଳେ ଟିପଚିହ୍ନ କିମ୍ବା
ଓଡ଼ିଆରେ ଦସ୍ତଖତଟିଏ କରିଥାଏ। ତେଣୁ ଇଂରାଜୀ ସହିତ ସ୍ୱତଃ ସଂପର୍କ ନଥିବା ଲୋକଟି ତା’ର ସରକାର ଇଂରାଜୀରେ ଚିଠିପତ୍ର ଦେଇ ତା’ର ମାନସିକ ଭାରସାମ୍ୟକୁ ବଢ଼ାଇ ଚାଲେ। ଯାହା ଫଳରେ ସାଧାରଣ ଲୋକଟି ନିଜର ମତାମତ ଠିକ୍ ଭାବେ ରଖିପାରେ ନାହିଁ। ଏହି ଉଦେ୍ଦଶ୍ୟ ନେଇ ଭାଷା ଆନେ୍ଦାଳନ ଓଡ଼ିଶା ଦୀର୍ଘ ୧୬୫ ଦିନ ଧରି ଭାଷା ଆନେ୍ଦାଳନ ଜାରି ରଖିଛି। ତତ୍ ସଙ୍ଗେ ସଙ୍ଗେ ବିଭିନ୍ନ ସମୁଦାୟର ଗଣମାନଙ୍କ ଦ୍ୱାରା ଅଭିନବ ଉପାୟରେ ଗାନ୍ଧୀମହାତ୍ମାଙ୍କ ମାନସିକତାରେ ଦୀଘ ୭୯ ଦିନ ଧରି କଳାପତାକା ପଟୁଆର ସରକାରଙ୍କର ବିଧାନସଭା ଠାରୁ ମହାମହିମ ରାଜ୍ୟପାଳଙ୍କ ବାସଭବନ ସମ୍ମୁଖସ୍ଥ ମଧୁବାବୁଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ନିରବରେ ଚାଲେ। ପ୍ରତିବାଦର ଫଳକଟିଏ ହାତରେ ଧରି ପ୍ରତିବାଦ କରେ। କାରଣ ଇଂରାଜୀ ମନସ୍କ ସରକାରଟିକୁ ସେ ତା’ର ବଳପ୍ରୟୋଗ କରି ବୁଝେଇବାରେ ଅକ୍ଷମତା ପ୍ରକାଶ କରେ। ଏହି ଅବସରରେ ସରକାରଙ୍କ ଅବଗତି ନିମନ୍ତେ ଜଣାଇବାକୁ ଚାହେଁ ଯେ, ମୋତେ ମୋର ମା’ର ଭାଷାରେ ସରକାରୀ ଦପ୍ତରୀ କାର୍ଯ୍ୟ ହେବା ନିତାନ୍ତଆବଶ୍ୟକ।

ଏହି ପରିପ୍ରେକ୍ଷିରେ ପ୍ରତିଦିନ ପରି ଆଜି ମଧ୍ୟ ସାମ୍ବାଦିକା ସୁଲୋଚନା ଦାସ, ସାହିତି୍ୟକା ମିନତୀ ଦାସ, ଦକ୍ଷ ସଂଗଠକ ଗଣେଷ ସାମନ୍ତ
ଏବଂ ଭାରତୀ ବିହାର ମହାବିଦ୍ୟାଳୟର ତୃତୀୟ ବର୍ଷ ଛାତ୍ର ଅର୍ଜ୍ଜୁନ ମହାନ୍ତି ସାମିଲ ବିଧାନସଭା ସମ୍ମୁଖ ନବକୃଷ୍ଣ ଚୋ÷ଧୂରୀଙ୍କ ପ୍ରତିମୂର୍ତ୍ତି ନିକଟରୁ ଭାଷା ଆନେ୍ଦାଳନର ଅଧ୍ୟକ୍ଷ ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଓ ସଭାପତି ପ୍ରଦୁ୍ୟମ୍ନ ଶତପଥୀଙ୍କ ଠାରୁ କଳା ପତାକା ଓ ପ୍ଲା କାର୍ଡ ଧରି ପଟୁଆରରେ ବାହାରି ଥିଲେ ଏବଂ ଆବାହକ ପବିତ୍ର ମହାରଥା ଓ ଅନ୍ୟତମ ପ୍ରତିଷ୍ଠାତା ସଭ୍ୟ ତୁଷାରକାନ୍ତ ଶତପଥୀ ସେମାନଙ୍କୁ ସ୍ୱାଗତ କରିଥିଲେ ଏବଂ ସଭାପତି ପ୍ରଦୁ୍ୟମ୍ନ ଶତପଥୀ ସମସ୍ତଙ୍କୁ ପ୍ରଣାମୀ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜୟ କୁମାର ପ୍ରଧାନ, ସ୍ୱଦେଶ ଦାସ, ନବ କିଶୋର ପ୍ରଧାନ, ଗୋବିନ୍ଦ ଚନ୍ଦ୍ର ମହନ୍ତ, ଚକ୍ରଧର ମହନ୍ତ, ଆଶିଷ୍ ବେହେରା, ପ୍ରମୋଦ ଦେବ, ମିଲନ ପାଇକରାୟ, ସଂଜୀବ ପତ୍ରୀ, ସବ୍ୟସାଚୀ ଶତପଥି, ସନ୍ତୋଷ କୁମାର ସାହୁ, ବେଣୁଧର ହରିଚନ୍ଦନ, ଆନନ୍ଦ ସେଠୀ, ଉମାକାନ୍ତ ରାଉତ, ଅର୍ଜ୍ଜୁନ ସାମାନ୍ତରାୟ ଓ ଅଶୋକ ଦାସ ପ୍ରମୁଖ ଉପସ୍ଥିତ ରହି ଭାଷା ଆଇନ ଖିଲାପକାରୀଙ୍କୁ ଦଣ୍ଡ ବିଧାନ ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ଆନେ୍ଦାଳନ ରହିବ ବୋଲି ଆବାହକ ପବିତ୍ର ମୋହନ ମହାରଥା ଜଣାଇଛନ୍ତି ।

Share in top social networks!