ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର ଇଲିଜିବିଲିଟି ଟେଷ୍ଟ ମାଧ୍ୟମରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

ରାଜ୍ୟରେ ଉଚ୍ଚ ବିଦ୍ୟାଳୟରେ ଖାଲିଥ#ବା ଶିକ୍ଷକ ପଦବୀ ପୂରଣ ନିମନ୍ତେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛିା ଏଥ# ନିମନ୍ତେ ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର ଇଲିଜିବିଲିଟି ଟେଷ୍ଟ(ଓଏସ୍ଏସ୍ଟିଇଟି) ମାଧ୍ୟମରେ ଶିକ୍ଷକ ନିଯୁକ୍ତି କରାଯିବା ଏହି ମର୍ମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ସଂକଳ୍ପ ପ୍ରକାଶିତ ହୋଇଛିା ଏଥ#ରେ ଇଲିଜିବିଲିଟି ଟେଷ୍ଟର ବିଶଦ ମାର୍ଗଦର୍ଶିକା ପ୍ରକାଶ ପାଇଛିା ଏହି ପରୀକ୍ଷା ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍ଇ) ପକ୍ଷରୁ ପ୍ରତିବର୍ଷ କରାଯିବା ଏହି ପରୀକ୍ଷା ମାଧ୍ୟମରେ ସରକାରୀ ଉଚ୍ଚବିଦ୍ୟାଳୟଗୁଡିକରେ ଖାଲି ପଡିଥ#ବା ଶିକ୍ଷକ ପଦବୀ ପୂରଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀପ୍ରସାଦ ମିଶ୍ର କହିଛନ୍ତିା ଏଥ# ପୂର୍ବରୁ ମନ୍ତ୍ରୀ ଶ୍ରୀ ମିଶ୍ର ଏବଂ ବିଭାଗୀୟ ଶାସନ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଅନ୍ୟାନ୍ୟ ବିଷୟ ସହିତ ବିଭିନ୍ନ ଉଚ୍ଚବିଦ୍ୟାଳୟରେ ଖାଲିଥ#ବା ଶିକ୍ଷକ ପଦବୀ ସମ୍ବନ୍ଧରେ ସମସ୍ତ ଜିଲ୍ଲା ଶିକ୍ଷାଧ#କାରୀ ଓ ବିଭାଗୀୟ ଅଧ#କାରୀମାନଙ୍କ ସହ ଆଲୋଚନା କରିଥ#ଲୋ ତେବେ ଓଡ଼ିଶାରେ ପ୍ରାୟ ୭ ହଜାର ଶିକ୍ଷକ ପଦବୀ ଖାଲିଥ#ବାର ପ୍ରାଥମିକ ଆକଳନରୁ ଜଣାପଡିଛିା ସେଥ# ପାଇଁ ଅର୍ଥ ବିଭାଗର ସହମତି ଅଣାଯାଉଛିା ତାଲିମପ୍ରାପ୍ତ ବି.ଇ.ଡି ଡିଗ୍ରୀଧାରୀମାନେ ଏହି ପରୀକ୍ଷା ନିମନ୍ତେ ଆବେଦନ କରିପାରିବୋ ଅନ୍ଲାଇନ୍ ମାଧ୍ୟମରେ ଦରଖାସ୍ତ ଗ୍ରହଣ କରାଯିବା ଆବେଦନକାରୀ ଦଶମ ଶ୍ରେଣୀ ଷ୍ଟାଣ୍ଡାର୍ଡର ଓଡ଼ିଆ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥ#ବା ଆବଶ୍ୟକା ତେବେ ହିନ୍ଦୀ, ସଂସ୍କୃତ ଏବଂ ଅନ୍ୟ ଭାଷାର ଶିକ୍ଷକ ନିମନ୍ତେ ସପ୍ତମ ଶ୍ରେଣୀ ଷ୍ଟାଣ୍ଡାର୍ଡର ଓଡ଼ିଆରେ ଉତ୍ତୀର୍ଣ୍ଣ ହେବା ଆବଶ୍ୟକା ଇଲିଜିବିଲିଟି ଟେଷ୍ଟର ତୁରନ୍ତ କ୍ୟାଲେଣ୍ଡର କରିବା ପାଇଁ ମନ୍ତ୍ରୀ ଶ୍ରୀ ମିଶ୍ର ବିଭାଗୀୟ ଅଧ#କାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତିା

Share in top social networks!