ଜାତୀୟ ସଂଗୀତକୁ ଅସମ୍ମାନ: ଏତଲା ଦେଲା କଳିଙ୍ଗ ସେନା

kalingasena
ସବୁ ଶିଷ୍ଠାଚାରର ସୀମା, ସରହଦ ଏବଂ ସାମ୍ବିଧାନିକ ସୀମା ଅତିକ୍ରମ କରି ନିଜର ରାଜନୈତିକ ଫାଇଦା ପାଇଁ ଜାତୀୟ ସଙ୍ଗୀତକୁ ଅସମ୍ମାନ ଓ ଅବମାନନା କରିଛନ୍ତି ଶାସକ ଦଳର ୪୭ ନଂ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ। ତାଙ୍କ ସହିତ ତାଳ ଦେଇଥିଲେ ପ୍ରଶାନ୍ତ କୁମାର ଜଗଦେବ (ବିଧାୟକ ବେଗୁନିଆ), ରାଜେନ୍ଦ୍ର ସାହୁ (ବିଧାୟକ ଖୋର୍ଦ୍ଧା), ସମୀର ରଂଜନ ଦାସ(ବିଧାୟକ ନିମାପଡା)। ସୋନପୁର ବିଧାୟକ ତଥା ବାଚସ୍ପତି ନିରଞ୍ଜନ ପୂଜାରୀ ଏବଂ ହିଞ୍ଜିଳିକାଟୁ ବିଧାୟକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଯେତେବେଳେ ଜାତୀୟ ସଙ୍ଗୀତ ଗାନ କରାଗଲା ଠିକ୍ ସେହି ସମୟରେ ବିଧାୟକ ଶ୍ରୀରାୟ ଗଳା ଫଟାଇ ଚିକôାର କରି ଉଠିଲେ।

ବାଚସ୍ପତି କିମ୍ବା ମୁଖ୍ୟମନ୍ତ୍ରୀ ନିରବଦ୍ରଷ୍ଟା ସାଜି ଆଖି ବୁଜି ଦେଇଥିଲେ। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଜାତୀୟ ସଙ୍ଗୀତକୁ ଅବମାନନା କରୁଥିବା ବିଧାୟକମାନଙ୍କୁ ବାଚସ୍ପତି ଓ ମୁଖ୍ୟମନ୍ତ୍ରୀ ପୂର୍ଣ୍ଣ ସମର୍ଥନ ଯୋଗାଇ ଦେଇଥିଲେ। ବଲାଙ୍ଗୀର ବିଧାୟକ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର, କୁଚିଣ୍ଡା ବିଧାୟକ ରବି ନାରାୟଣ ନାୟକ, ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ ପ୍ରମୁଖ ଶାସକ ଦଳର ସଂପୃକ୍ତ ବିଧାୟକମାନଙ୍କୁ ଘୋର ବିରୋଧ କରିଥିଲେ। ଶାସକ ଦଳର କିଛି ବିଧାୟକ ଜାତୀୟ ସଙ୍ଗୀତ ଗାନ ସମୟରେ ଯେଉଁଭଳି ଭାବେ ଜାତୀୟ ସଙ୍ଗୀତକୁ ଅବମାନନା ଓ ଅସମ୍ମାନ କଲେ ତାହା ଏକ ଧର୍ତ୍ତବ୍ୟ ଅପରାଧ। ଯାହାକି ରାଜ୍ୟର ସମସ୍ତ ଛାପା ଏବଂ ଇଲେକ୍ଟ୍ରୋନିକ୍ସ୍ ଗଣମାଧ୍ୟମରେ ପ୍ରଚାରପ୍ରସାର ହେଲା। ସତେ ଯେମିତି କାହାରି ଖାତିରି ନଥିଲା ଜାତୀୟ ସଙ୍ଗୀତ ପ୍ରତି। ବିଧାନସଭାରେ ଉପସ୍ଥିତ ଥିବା ମାନ୍ୟବର ବାଚସ୍ପତି, ଗୃହର ନେତା ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରମୁଖ ସମ୍ବିଧାନ ଓ ଜାତୀୟ ସଙ୍ଗୀତର ସମ୍ମାନ ଭୁଲୁଣ୍ଠିତ ହେଉଥିବା ବେଳେ ଏମାନେ ଜଳ ଜଳ ହୋଇ ଉପଭୋଗ କରୁଥିବା ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି।

ଆଜି କଳିଙ୍ଗ ସେନା ପକ୍ଷରୁ ସେନା ସୁପ୍ରିମୋ ହେମନ୍ତ ରଥ, ସାଧାରଣ ସମ୍ପାଦକ ସବ୍ୟସାଚୀ ମହାପାତ୍ର, ଗୌରାଙ୍ଗ ପ୍ରଧାନ, ଜଗବନ୍ଧୁ ମହାନ୍ତ ପ୍ରମୁଖ ଏହି ମହାଅପରାଧ ବିରୁଦ୍ଧରେ ତଦନ୍ତ କରାଯାଇ ଜାତୀୟ ସଙ୍ଗୀତକୁ ଅବମାନନା ଓ ଅସମ୍ମାନ କରିଥିବା ସଂପୃକ୍ତ ବିଧାୟକମାନଙ୍କ ବିରୁଦ୍ଧରେ ଝରମଗ୍ଧସକ୍ଟଦ୍ଭ ୩ କ୍ଟଲ ଚକ୍ସରଙ୍ଖରଦ୍ଭଗ୍ଧସକ୍ଟଦ୍ଭ କ୍ଟଲ ଓଦ୍ଭଗ୍ଦଙ୍କକ୍ଷଗ୍ଧଗ୍ଦ ଗ୍ଧକ୍ଟ ଘବଗ୍ଧସକ୍ଟଦ୍ଭବକ୍ଷ ଐକ୍ଟଦ୍ଭକ୍ଟଙ୍କକ୍ସ ଇମଗ୍ଧ ୧୯୭୧ ଅନୁଯାୟୀ ମାମଲା ରୁଜ୍ଜୁ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ୟାପିଟାଲ୍ ଥାନାରେ ଏତଲା ପ୍ରଦାନ କରିଛନ୍ତି।

Share in top social networks!