ଲୋକାୟୁକ୍ତ ନିଯୁକ୍ତି ଦାବିରେ ଉକ୍ରଳ ଭାରତର ଦୁଇଦିନିଆ ଗଣଧାରଣା

14344860_189988281430352_1998036046362814624_nଓଡିଶାରେ ଲୋକାୟୁକ୍ତ ନିଯୁକ୍ତି ପାଇଁ ଉକ୍ରଳ ଭାରତର ଦୁଇ ଦିନିଆ ଗଣ ଗଣଧାରଣା ଆଜିଠାରୁ ଭୁବନେଶ୍ୱରର ଲୋଅର ପିଏମ୍ଜିଠାରେ ଆରମ୍ଭ ହୋଇଛି। ଏହି ଗଣଧାରଣାରେ ପାର୍ଟିର ରାଜ୍ୟ ତଥା ବିଭିନ୍ନ ଜିଲ୍ଲାର ପଦାଧିକାରୀମାନେ ଯୋଗ ଦେଇଛନ୍ତି। ଆଜିର ଗଣଧାରଣାରେ ଦଳର ରାଜ୍ୟ ସଭାପତି ମହାମେଘବାହନ ଐର ଖାରବେଳ ସ୍ୱାଇଁ ଉଦବୋଧନ ଦେଇ କହିଛନ୍ତି ଯେ, ଓଡିÿଶାର ଲୋକପାଳ, ଅବସରପ୍ରାପ୍ତ ହାଇକୋର୍ଟର ବିଚାରପତି ପି.କେ.ପାତ୍ର ଗତ ୨୦୧୩ ଜାନୁୟାରୀ ୨୨ ତାରିଖରେ ମୃତ୍ୟୁବରଣ କଲା ପରେ ଇତିମଧ୍ୟରେ ଦୀର୍ଘ ସାଢ଼େ ୩ବର୍ଷ ବିତିଯାଇଥିଲେ ମଧ୍ୟ ଓଡିÿଶା ସରକାର ସେହି ସ୍ଥାନ ପୂରଣ କରୁନାହାନ୍ତି।

ତୋଷାଳୀ ପ୍ଲାଜାରେ ଚାଲିଥିବା ଲୋକପାଳଙ୍କ ଦପ୍ତରର କର୍ମଚାରୀମାନେ ବସି ବସି ଦରମା, ଭତ୍ତା ନେଉଛନ୍ତି ଓ ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚରେ ବିପୁଳ ଅର୍ଥ ବ୍ୟୟିତ ହେଉଛି। କିନ୍ତୁ ଲୋକପାଳ ନଥିବା ହେତୁ କୌଣସି କାମ ହେଉନାହିଁ। ବିଚାରପତି ପି.କେ.ପାତ୍ରଙ୍କ ମୃତ୍ୟୁବେଳକୁ ତାଙ୍କ ପାଖରେ ଦୁର୍ନୀତି, ପକ୍ଷପାତିତା, ପ୍ରିୟାପ୍ରୀତି ତୋଷଣ, ସରକାରୀ କଳର ମନ୍ଥରତା ଆଦି ଅଭିଯୋଗର ୧,୫୨୬ଟି ମାମଲା ପଡ଼ି ରହିଥିଲା। କିନ୍ତୁ ଲୋକପାଳ ନଥିବାରୁ ଏହି ଅଭିଯୋଗମାନଙ୍କର ତଦନ୍ତ ହେଉନାହିଁ। ନୂଆ ଅଭିଯୋଗମାନ ମଧ୍ୟ ଦପ୍ତରକୁ ଆସିପାରୁନାହିଁ। ୨୦୧୧ରେ ଆନ୍ନା ହଜାରେଙ୍କ ଜନଲୋକପାଳ ଆନେ୍ଦାଳନ ବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, କେନ୍ଦ୍ର ଯେତେବେଳେ ଲୋକପାଳ/ଲୋକାୟୁକ୍ତ ଆଇନ ଗୃହୀତ କରିବ, ତା’ର ଏକମାସ ମଧ୍ୟରେ ରାଜ୍ୟରେ ବହୁ ସଦସ୍ୟ ବିଶିଷ୍ଟ ଲୋକାୟୁକ୍ତ ନିଯୁକ୍ତି କରାଯିବ। ରାଜ୍ୟରେ ଏହି ଲୋକାୟୁକ୍ତ ଆଇନ ବିଧାନସଭାରେ ୧୪.୨.୨୦୧୪ରେ ଗୃହୀତ ହୋଇଯାଇଛି ଓ ୨୦୧୫ରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭକରିଛି, କିନ୍ତୁ ଏଯାଏ ନୂଆ ଲୋକାୟୁକ୍ତ ଗଠିତ ହୋଇନାହିଁ। ଲୋକାୟୁକ୍ତ ଆଇନରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଓ ରାଜ୍ୟସରକାରଙ୍କର ଦୁର୍ନୀତି ପ୍ରିୟାପ୍ରୀତି ତୋଷଣ ଓ ପକ୍ଷପାତିତା ବିରୁଦ୍ଧରେ ଲୋକାୟୁକ୍ତଙ୍କ ପାଖରେ ଅଭିଯୋଗ ଅଣାଯାଇପାରିବ।

ଏହି ଆଇନରେ ହାଇକୋର୍ଟର ପୂର୍ବତନ ଅଥବା କାର୍ଯ୍ୟରତ ବିଚାରପତି ଅଧ୍ୟକ୍ଷ ହେବେ ଓ ଦୁଇ ଜଣ ନ୍ୟାୟିକ ସଦସ୍ୟ ତଥା ମହିଳା, ଅନୁସୂଚୀତ ଜାତି, ଅନୁସୂଚୀତ ଜନଜାତି ତଥା ସଂଖ୍ୟାଲଘୁ ସମ୍ପ୍ରଦାୟର ଅଧ୍ୟକ୍ଷଙ୍କୁ ମିଶାଇ ମୋଟ ୬ ଜଣ ସଦସ୍ୟ ରହିବେ।କମିଟିର ଅଧ୍ୟକ୍ଷଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ , ବିରୋଧୀ ଦଳର ନେତା ଓ ରାଜ୍ୟ ହାଇକୋର୍ଟର ମୁଖ୍ୟ ବିଚାରପତି ସଦସ୍ୟ ଥିବା ଏକ କମିଟି ମନୋନୀତ କରିବେ। ବିଧାନସଭାରେ ଏହି ଆଇନ ଗୃହୀତ ହେବା ପରେ ଓଡ଼ିଶା ସରକାର ଗର୍ବର ସହିତ ଘୋଷଣା କରିଥିଲେ ଯେ, ଭାରତରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯେ କି ଲୋକାୟୁକ୍ତ ଆଇନ ପ୍ରଣୟନ କରିଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ ଏଯାଏ ଏହି ସଂସ୍ଥା ଗଠିତ ହୋଇନାହିଁ। ଶାସକ ଦଳର ମନ୍ତ୍ରୀ, ବିଧାୟକ ଆଦିଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗମାନ ଆସୁଥିବା ବେଳେ କାହିଁକି ଲୋକାୟୁକ୍ତ ପଦରେ କାହାକୁ ନିଯୁକ୍ତି ଦିଆଯାଉନାହିଁ ତାହା ଜନସାଧାରଣ ବୁଝିପାରୁଥିବେ। ଉକ୍ରଳ ଭାରତ ସରକାରଙ୍କ ଏହି ମତଲବର ଘୋର ବିରୋଧ କରୁଛି ଓ ଯଥା ଶୀଘ୍ର ଲୋକାୟୁକ୍ତ ନିଯୁକ୍ତି ଦିଆଯାଉ ବୋଲି ଦାବି କରୁଛି।

ଆଜିର ଗଣଧାରଣାରେ ଉକ୍ରଳ ଭାରତର ରାଜ୍ୟ ଉପ-ସଭାପତି ଲୋକନାଥ ଷଡ଼ଙ୍ଗୀ ଓ ସମ୍ପାଦକ କାମିଲୁଦ୍ଦିନ ଅହମ୍ମଦ ଓ ବନଜାବାସିନୀ ତ୍ରିପାଠୀ, ୍ୟୁଗ୍ମ ସମ୍ପାଦକ ବାବୁଲୀ ମଲ୍ଲିକ ନାରୀ ଉକ୍ରଳ ଭାରତର ସାଧାରଣ ସମ୍ପାଦିକା ସାବିତ୍ରୀ ଜେନା , ଯୁବ ଉକ୍ରଳ ଭାରତ ସଭାପତି ଜଗଦୀଶ ପ୍ରଧାନ, ସାଧାରଣ ସମ୍ପାଦକ ଦେବବ୍ରତ ତ୍ରିପାଠୀ, ବିଦ୍ୟାର୍ଥୀ ଉକ୍ରଳ ଭାରତର ସଭାପତି ପ୍ରତୁ୍ୟଷ ନାୟକ, ଦଳିତ ଉକ୍ରଳ ଭାରତ ସବାପତି ଦିଲ୍ଲୀପ ମଲ୍ଲିକ, ମୟୂରଭଂଜ ଜିଲ୍ଲା ସଭାପତି ପ୍ରଫୁଲ୍ଲ ଦାସବାବୁ, ବେତନଟୀ ବ୍ଲକ ସଭାପତି ଯୋଗେନ୍ଦ୍ର ଅଚାର୍ଯ୍ୟ,ଏବଂ କି୍ରଷ୍ଣ ଟିକିମାନୀ, ରବି ନାରାୟଣ ଦାସ, ନଟବର ପଣ୍ଡା,ଗୋପାଳ ରାଉଳ, ଅରୁଣ ସାହୁ, ନବକୁମାର ମାଇତି, ରୀତା ଶାହା ପ୍ରମୁଖ ନିଜ ନିଜର ମତ ରଖିଥିଲେ।

Share in top social networks!