ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଓଡିଶାର ପ୍ରଦର୍ଶନକୁ କେନ୍ଦ୍ରସ୍ୱାସ୍ଥ୍ୟ ସଚିିବଙ୍କ ପ୍ରଶଂସା

healthସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଓଡିଶାର ପ୍ରଦର୍ଶକୁ କେନ୍ଦ୍ରସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳାୟ ସଚିବ ସି.କେ.ମିଶ୍ର ପ୍ରଶଂସା କରିଛନ୍ତି। ଓଡିଶା ଗସ୍ତରେ ଆସିଥିବା ଶ୍ରୀମିଶ୍ର ଆଜି ରାଜ୍ୟର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସଂପର୍କରେ ସମୀକ୍ଷା କରିବା ଅବସରରେ ଓଡିଶାର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ସନ୍ତୋଷଜନକ ବୋଲି ମତବ୍ୟକ୍ତ କରି ରାଜ୍ୟ ସରକାର ଗ୍ରହଣ କରିଥିବା କାର୍ଯ୍ୟକ୍ରମ ଗୁଡିକୁ ଅଧିକ ଭାବେ ତ୍ୱାରାନ୍ୱିତ କରିବାକୁ ପରାମର୍ଶ ଦେଇଛନ୍ତି।
ଏଥି ସହିତ ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକାଶ ଲାଗି କେନ୍ଦ୍ରସରକାର ଆବଶ୍ୟକ ସହାୟତା ଯୋଗାଇଦେବେ ବୋଲି ଶ୍ରୀମିଶ୍ରକହିଛନ୍ତି।ତେବେ ସ୍ଥାନୀୟ ସମସ୍ୟାଗୁଡିକୁ ମଧ୍ୟ ବିଶେଷ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ପ୍ରମୁଖସଚିବ ଅରତୀ ଆହୁଜା ରାସ୍ରସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ସଂପର୍କରେ ବିସ୍ତୃତବିବରଣୀ ପ୍ରଦାନ କରିଥିଲେ।

ଓଡିଶାରେ ୩ ଟିସରକାରୀମେଡିକାଲକଲେଜ ଓ ହସପିଟାଲ , ୩୨ ଟିଜିଲ୍ଲାମୁଖ୍ୟଚିକିତ୍ସାଳୟ , ୨୭ ଉପଖଣ୍ଡ ଚିକିତ୍ସାଳୟ , ୩୭୭ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର , ୨୨୬ଟି ପ୍ରାଥମିକସ୍ୱାସ୍ଥ୍ୟକେନ୍ଦ୍ର , ୭୯ ଅନ୍ୟାନ୍ୟଡାକ୍ତରଖାନାଏବଂ ୬୬୮୮ ସ୍ୱାସ୍ଥ୍ୟଉପକେନ୍ଦ୍ରରହିଛି। ବର୍ତମାନ ଆଉ ୭ଟି ସରକାରୀମେଡିକାଲକଲେଜ ପୁରୀ , ବାଲେଶ୍ୱର , ବାରିପଦା , କୋରାପୁଟ , ବଲାଙ୍ଗିର , କେନ୍ଦୁଝରଏବଂକଳାହାଣ୍ଡିଠାରେ ପ୍ରତିଷ୍ଠାକରାଯାଉଛି। ୫ ଟିର ନିର୍ମାଣକାର୍ଯ୍ୟତ୍ୱରାନ୍ୱିତଭାବେ ଆଗେଇଚାଲିଥିବାବେଳେକେନ୍ଦୁଝରଏବଂରାୟଗଡାରକାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଏତଦ୍ବ୍ୟତିତତାଳଚେରରେଏମ୍.ସି.ଏଲ୍ଏବଂସୁନ୍ଦରଗଡରେ ଏନ୍.ଟି.ପି.ସି ମଧ୍ୟରାଜ୍ୟସରକାରଙ୍କ ସହଭାଗୀତାରେମେଡିକାଲକଲେଜ ପ୍ରତିଷ୍ଠାକରୁଛନ୍ତିବୋଲିଶ୍ରୀମତୀ ଆହୁଜା ଦର୍ଶାଇ ଥିଲେ। ସେହିପରିମାତୃ ଓ ଶିଶୁମୃତ୍ୟୁହାରହ୍ରାସ ପାଇଁଗ୍ରହଣକରାଯାଇଥିବାବିଭିନ୍ନକାର୍ଯ୍ୟକ୍ରମବିଶେଷକରି ୧୫ ଟି ପ୍ରବଣଜିଲ୍ଲାମାନଙ୍କରେ ନିଆଯାଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମସମପର୍କରେସୂଚନା ଦେଇଥିଲେ। ରାଜ୍ୟରେସ୍ୱାସ୍ଥ୍ୟସେବା ପ୍ରଦାନକୁ ଅଧିକକ୍ରିୟାଶିଳକରିବା , ଖାଲିଥିବାଡାକ୍ତର ପଦବି ପୁରଣକରିବା , ମାନବସମ୍ବଳବ୍ୟବସ୍ଥା , ଅଗମ୍ୟ ଅଂଚଳରେ ନିଯୁକ୍ତଡାକ୍ତରମାନଙ୍କ ପାଇଁପ୍ରୋତ୍ସାହନ ବ୍ୟବସ୍ଥା , ନିରାମୟମାଧ୍ୟମରେମାଗଣାରେକେମୋଥେରାପିଠାରୁ ଆରମ୍ଭ କରିସମସ୍ତ ପ୍ରକାରଔଷଧ ପ୍ରଦାନ , ୭ ଟିଜିଲ୍ଲାରେକର୍କଟରୋଗୀଙ୍କୁମାଗଣାରେଡେ-କେୟାରମାଧ୍ୟମରେକେମୋ ଦିଆଯିବା , ନର୍ସିଂଶିକ୍ଷା , ଜିଲ୍ଲାସଦର ମହକୁମାମାନଙ୍କରେସ୍ୱଳ୍ପମୂଲ୍ୟଡାକ୍ତରଖାନା ପ୍ରତିଷ୍ଠା , ଇ-ରକ୍ତଭଣ୍ଡାରକାର୍ଯ୍ୟକାରୀ, ଭେଷଜ ନିୟନ୍ତ୍ରଣ ପ୍ରଶାସନକୁ ଅଧିକଲୋକାଭିମୁଖୀଏବଂକ୍ରିୟାଶୀଳକରାଯିବା , ଖାଦ୍ୟସୁରକ୍ଷା ଆଇନ କାର୍ଯ୍ୟକାରୀକରାଯିବାଏବଂଝାରସୁଗୁଡାରେ ପ୍ରତିଷ୍ଠାହେଉଥିବା ୧୦୦ ଶଯ୍ୟାବିଶିଷ୍ଟକାର୍ଡିଆକୟୁନିଟ୍ ଆଦି ନେଇରାଜ୍ୟସରକାରଗ୍ରହଣକରିଥିବାବିଭିନ୍ନ ପଦକ୍ଷେପ ସଂପର୍କରେ ପ୍ରମୁଖସଚିବଶ୍ରୀମତୀ ଆହୁଜା ଅବଗତକରାଇଥିଲେ। ବିଗତ ୬ ବର୍ଷ ମଧ୍ୟରେରାଜ୍ୟରବିଭିନ୍ନସରକାରୀଡାକ୍ତରଖାନାମାନଙ୍କରବର୍ହିବିଭାଗଏବଂଇନ୍-ଡୋରରେରୋଗୀସଂଖ୍ୟାବହୁଗୁଣରେବୃଦ୍ଧିପାଇଛି। ଡାକ୍ତରଖାନାମାନଙ୍କରେରୋଗୀଙ୍କସଂଖ୍ୟାକୁ ଦୃଷ୍ଟିରେରଖିସେବା ପ୍ରଦାନ ପାଇଁ ଯଥାସାଧ୍ୟ ଉଦ୍ୟମଜାରିରହିଛି। ଜାତୀୟସ୍ୱାସ୍ଥ୍ୟମିଶନ ନିଦେ୍ର୍ଦଶିକାଶାଳିନୀ ପଣ୍ଡିତଓଡିଶାରେଜାତୀୟସ୍ୱାସ୍ଥ୍ୟମିଶନରବିଭିନ୍ନକାର୍ଯ୍ୟକର୍ମସଂପର୍କରେସୂଚନା ପ୍ରଦାନ କରିଥିଲେ।
ଉକ୍ତବୈଠକରେରାଜ୍ୟମେଡିକାଲ ନିଗମ ପରିଚାଳନା ନିଦେ୍ର୍ଦଶକ ଆର୍.ପି.ସିଂହ , ଅତିରିକ୍ତଶାସନ ସଚିବଗୋସ୍ୱାମୀଗୋଲାମ ଦେବତା , ଯୁଗ୍ମସଚିବସୁରଜିତ ଦାଶ ,ଜାତୀୟସ୍ୱାସ୍ଥ୍ୟମିଶନ ଅତିରିକ୍ତ ନିଦେ୍ର୍ଦଶକସରୋଜସାମଲ , ସ୍ୱାସ୍ଥ୍ୟସେବା ନିଦେ୍ର୍ଦଶକଡାଃକୈଳାଶଚନ୍ଦ୍ର ଦାଶ , ଡାକ୍ତରୀଶିକ୍ଷା ଓ ତାଲିମ୍ ନିଦେ୍ର୍ଦଶକଡାଃ ପ୍ରକାଶ ମହାପାତ୍ର , ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକଡାଃଜ୍ଞାନିନ୍ଦ୍ରକୁମାରତ୍ରିପାଠୀ , ପରିବାରକଲ୍ୟାଣ ନିଦେ୍ର୍ଦଶକ ଡାଃବିନୋଦ ମିଶ୍ର , ଭେଷଜ ନିୟନ୍ତ୍ର କହୃଷିକେଶ ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Share in top social networks!