ଅମୃତ ଯୋଜନାରେ ସଫଳତା ନିମନ୍ତେ ଓଡ଼ିଶା ପୁରସ୍କାର ପାଇଁ ମନୋନୀତ

କେନ୍ଦ୍ର ପ୍ରଣୟନ କରିଥ#ବା ମାର୍ଗଦର୍ଶିକା ପ୍ରକାରେ ଓଡ଼ିଶା ଅମୃତ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଦକ୍ଷତା ପ୍ରଦର୍ଶନ କରିଥ#ବା ଯୋଗୁଁ ୨୦୧୫-୧୬ ଆଥ#ର୍କ ବର୍ଷ ପାଇଁ ପୁରସ୍କୃତ ହେବାକୁ ମନୋନୀତ ହୋଇଛିା ଏଥ# ପାଇଁ ୧୦ କୋଟି ୨୭ ଲକ୍ଷ ଟଙ୍କା ପୋତ୍ସାହନ ରାଶି ପାଇବାକୁ ହକ୍ଦାର ହୋଇଥ#ବା ଜଣାପଡିଛିା

ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ନଗରାଞ୍ଚଳ ବିକାଶ ମନ୍ତ୍ରାଳୟ ତରଫରୁ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛିା କେନ୍ଦ୍ର ଲେଖ#ଥ#ବା ପତ୍ରରେ ନଗରାଞ୍ଚଳ ବିକାଶ କ୍ଷେତ୍ରରେ ବିଶେଷ ଭାବେ ଇ-ଗଭର୍ଣ୍ଣାନ୍ସ, ମୁ୍ୟନିସିପାଲ କ୍ୟାଡର୍ ସୃଷ୍ଟି, ପା=ି ବିକେନ୍ଦ୍ରୀକରଣ, ମୁ୍ୟନିସିପାଲ୍ ଟ୍ୟାକ୍ସରେ ଉନ୍ନତିକରଣ, ନଗର ବିକାଶ ଯୋଜନା ପ୍ରସ୍ତୁତି, ଶକ୍ତି ଓ ଜଳ ସମୀକ୍ଷା, ଲେଭି ସଂଗ୍ରହ ପ୍ରଭୃତି ଭଳି ୨୬ ଗୋଟି କାର୍ଯ୍ୟରେ ଉଲ୍ଲେଖନୀୟ ସଫଳତା ନିମନ୍ତେ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପିତ ରିପୋର୍ଟ ଆଧାରରେ ଆମ ରାଜ୍ୟକୁ ଚୟନ କରାଯାଇଛିା

ଆସନ୍ତା ୩୦ ତାରିଖ ଦିନ ନୂଆଦିଲ୍ଲୀର ବିଜ୍ଞାନଭବନଠାରେ ଆୟୋଜିତ ହେବାକୁ ଥ#ବା ଇଣ୍ଡୋ-ସାନ୍ ପରାମର୍ଶ କର୍ମଶାଳାକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁରସ୍କାର ସହ ପ୍ରୋତ୍ସାହନ ରାଶି ପ୍ରଦାନ କରିବୋ ନଗର ବିକାଶ ମନ୍ତ୍ରୀ ଏବଂ ବିଭାଗୀୟ ସଚିବ ବ୍ୟକ୍ତିଗତ ଭାବରେ ଉପସ୍ଥିତ ରହି ଏହି ପୁରସ୍କାର ଗ୍ରହଣ କରିବାକୁ ଆମନ୍ତ୍ରଣ କରାଯାଇଛିା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଏହି ସଫଳତା ବିଭାଗକୁ ଅଧ#କ କ୍ରିୟାଶୀଳ ହେବା ପାଇଁ ଉତ୍ସାହିତ କରିବ ବୋଲି ଗଣମାଧ୍ୟମକୁ କହିଛନ୍ତିା

Share in top social networks!