ତ୍ରିସ୍ତରୀୟ ପଞ୍ଚାୟତିରାଜ ଓ ବିଜୁବାବୁ

damodarଡା. ଦାମୋଦର ରାଉତ

ଉପନିବେଶ ଶାସନରୁ ମୁକ୍ତି ମିଳିବ ଏବଂ ସ୍ୱାଧୀନତା ଯେ ଆସନ୍ନ ପ୍ରାୟ ଏହା ହୃଦବୋଧ ହେଲା ପରେ ଜାତିର ଜନକ ମହାତ୍ମାଗାନ୍ଧୀ ମୁକ୍ତ ଭାରତର ଚିତ୍ର କଅଣ ହେବ ସେଥ#ପ୍ରତି ଚିନ୍ତନ ଆରମ୍ଭ କରିଥ#ଲେ । ୫ ଲକ୍ଷ ଗାଁକୁ ନେଇ ଭାରତବର୍ଷା ଦିଲ୍ଲୀ, କଲିକତା, ବମ୍ବେ ନଗରୀକୁ ନେଇ ଭାରତବର୍ଷ ନୁହେଁ ଏହା ସେ ନିଜର ଅନୁଗାମୀ ସଂଗ୍ରାମୀ ନେତାମାନଙ୍କୁ ବୁଝାଇବା ଆରମ୍ଭ କରିଥ#ଲେ । ସେଥ#ପାଇଁ ବିଶ୍ୱର ବୃହତ୍ତମ ଗଣତନ୍ତ୍ର ଭାରତବର୍ଷରେ ସାମାଜିକ, ଅର୍ଥନୈତିକ ଓ ବୌଦ୍ଧିକ ବିକାଶ ନିମନ୍ତେ ଯେଉଁ ସ୍ୱପ୍ନ ଦେଖ#ଥ#ଲେ ତାହାକୁ ଭିତ୍ତିକରି ସମ୍ବିଧାନ ପ୍ରଣୟନ କରିବା ପାଇଁ ପରାମର୍ଶ ଦେଇଥ#ଲେ । ଦୀର୍ଘକାଳର ପରାଧୀନତା ଫଳରେ ଏକଦା ସୁନାର ଭାରତର ୫ ଲକ୍ଷ ଗାଁର ରହୁଥ#ବା ଅଗଣିତ ମଣିଷ ଦାରିଦ୍ର୍ୟ, ନିରକ୍ଷରତା ଏବଂ ବ୍ୟାଧ#ରେ ସଢ଼ୁଥ#ଲେ । ଏଥ#ରୁ ମୁକ୍ତ ହେବା ପାଇଁ ସେ ପଞ୍ଚାୟତ ଶାସନ ବ୍ୟବସ୍ଥା ଏବଂ ସମବାୟ ଆନ୍ଦୋଳନକୁ ନୂଆ ସମ୍ବିଧାନରେ ସ୍ଥାନିତ କରିବା ପାଇଁ ପରାମର୍ଶ ଦେଇଥ#ଲେ । ଲୋକଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତିରେ ଏବଂ ପାରସ୍ପରିକ ସହଯୋଗରେ ସାମାଜିକ, ଅର୍ଥନୈତିକ ଏବଂ ବୌଦ୍ଧିକ ବିକାଶ ସମ୍ଭବପର ହେବ । ଗ୍ରାମାଞ୍ଚଳରେ ଭରି ରହିଥ#ବା କ୍ଷୁଧା, ବ୍ୟାଧ# ଓ ନିରକ୍ଷରତା ଆଦି ଦୂର ହୋଇପାରିବ ଏହା ଥ#ଲା ତାଙ୍କ ବିଶ୍ୱାସ ।
ସ୍ୱାଧୀନତା ପ୍ରାପ୍ତି ହେଲା ଅଗଷ୍ଟ ୧୫, ୧୯୪୭ ମସିହାରେ । ସମ୍ବିଧାନ ଗୃହୀତ ହେଲା ୧୯୫୦ ମସିହା ଜାନୁଆରୀ ୨୬ ତାିଖରେ । ପଞ୍ଚାୟତି ବ୍ୟବସ୍ଥା ଏବଂ ସମବାୟ ଆନ୍ଦୋଳନ ବ୍ୟବସ୍ଥା ସମ୍ବିଧାନରେ ସ୍ଥାନ ପାଇଲା ମାତ୍ର ଏହା ରହିଲା ରାଜ୍ୟ ବିଷୟ ଭାବରେ । ୧୯୫୨ ମସିହାରେ ସାଧାରଣ ନିର୍ବାଚନରେ ଗଠିତ ହେଲା ବିଶ୍ୱର ବୃହତ୍ତମ ଗଣତନ୍ତ୍ରା ଭାରତବର୍ଷର ସଂସଦୀୟ ବ୍ୟବସ୍ଥା ଭିତ୍ତିରେ ଗଢ଼ା ହେଲା ଜବାହରଲାଲ ନେହେରୁଙ୍କ ନେତୃତ୍ୱରେ ସରକାର । ପଞ୍ଚାୟତ ବ୍ୟବସ୍ଥାର ରୂପରେଖ କ’ଣ ହେବ ତାହା ଅନୁଧ୍ୟାନ କରି ରିପୋର୍ଟ ଦେବା ପାଇଁ ବଳବନ୍ତ ରାୟ କମିଶନ ଗଠନ କରାଗଲାା କମିଶନ ରିପୋର୍ଟ ଦେଲେ ୧୯୫୭ ମସିହାରେ । ସରକାର କମିଶନଙ୍କ ରିପୋର୍ଟକୁ ଗ୍ରହଣ କଲେ ଏବଂ ୧୯୫୯ ଅକେଫାବର ୨ ତାରିଖ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଜନ୍ମଦିନରେ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ପ୍ରଦୀପ ଜାଳି ରାଜସ୍ଥାନରେ ତି୍ରସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଶୁଭାରମ୍ଭ କଲେ ।
ପଞ୍ଚାୟତିରାଜ ବ୍ୟବସ୍ଥା ଏକ ରାଜ୍ୟ ବିଷୟ ହୋଇଥ#ବାରୁ ସବୁ ରାଜ୍ୟ ଏହାକୁ କାର୍ଯ୍ୟକାରୀ କଲେ ନାହିଁ । ତେବେ ଯେଉଁ କେତୋଟି ରାଜ୍ୟରେ ତି୍ରସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା କାର୍ଯ୍ୟକାରୀ କରାଗଲା ସେଥ#ରୁ ଓଡ଼ିଶା ଥ#ଲା ଅନ୍ୟତମ ଏବଂ ମୁଖ୍ୟମନ୍ତ୍ରୀ ହେଲେ ସ୍ୱର୍ଗତ ବିଜୁ ପଟ୍ଟନାୟକ । ୧୯୬୧ ମସିହା ନିର୍ବାଚନ ପରେ ୧୯୬୨ ମସିହାରୁ ତୃତୀୟ ପଞ୍ଚମ ବାର୍ଷିକ ଯୋଜନା ଆରମ୍ଭ ହେଲା । ସ୍ୱର୍ଗତ ବିଜୁ ପଟ୍ଟନାୟକ ତି୍ରସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଉଲ୍ଲାସ ଉଦ୍ଦୀପନା ମଧ୍ୟରେ କାର୍ଯ୍ୟକାରୀ କଲେ । ସେତେବେଳେ ସେ କହିଲେ ରାଜ୍ୟବାସୀ ମତଦାନ ଜରିଆରେ ମୋତେ ଯେଭଳି ମୁଖ୍ୟମନ୍ତ୍ରୀ କରିଛନ୍ତି ଏବଂ ମୁଁ ସେମାନଙ୍କ ପାଇଁ କିଛି କରୁଛି, ସେଭଳି ଗୋଟିଏ ପଞ୍ଚାୟତର ଲୋକେ, ସେହି ପଞ୍ଚାୟତ ସରପଞ୍ଚ ହେଉ କି ସମିତି ସଭ୍ୟଙ୍କୁ ମତଦାନ କରି ନିିର୍ବାଚିତ କରନ୍ତିା ଏହି ପଞ୍ଚାୟତି ବ୍ୟବସ୍ଥା ଦ୍ୱାରା ଗ୍ରାମାଞ୍ଚଳରୁ କ୍ଷୁଧା, ବ୍ୟାଧ# ଏବଂ ନିରକ୍ଷରତା ଦୂର ହେବା ସମ୍ଭବ ଏବଂ ଲୋକଙ୍କର ପ୍ରତ୍ୟକ୍ଷ ସମ୍ପୃକ୍ତିରେ ସାମାଜିକ, ଅର୍ଥନୈତିକ ଓ ବୌଦ୍ଧିକ ବିକାଶ ଦ୍ରୁତତର ହୋଇପାରିବ, ଏଥ#ନିମନ୍ତେ ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲ୍ଲା ପରିଷଦ ସ୍ୱୟଂଶାସିତ ଗଣତାନ୍ତ୍ରିକ ଅନୁଷ୍ଠାନ ଭାବରେ ଘୋଷଣା କରିଥ#ଲେ । ତିନି ସ୍ତରରେ ଏହି ନିର୍ବାଚିତ ସ୍ୱୟଂଚାଳିତ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ କ୍ଷମତା ଅର୍ପଣ କରାଗଲା । ନୂଆ ଆଶା, ନୂଆ ଉଦ୍ଦୀପନା ନେଇ ଏହି ତି୍ରସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ବେଶ୍ ସଫଳତାର ସହିତ ଆଗେଇ ଚାଲିଲା । ୧୯୬୪ ମସିହାରେ ଭୁବନେଶ୍ୱରଠାରେ ଯେତେବେଳେ ଅଖ#ଳ ଭାରତ କଂଗ୍ରେସ ସମ୍ମିଳନୀ ହେଲା ତାହା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଏକକ ଦାୟିତ୍ୱରେ ଅନୁଷ୍ଠିତ ହୋଇଥ#ଲାା ଭୁବନେଶ୍ୱରର ଗୋପବନ୍ଧୁ ନଗରରେ ଅଧ#ବେସନ ବସିଥ#ଲା । ଅବଶ୍ୟ ସେତେବେଳକୁ ବିଜୁବାବୁ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇ ସାରିଥ#ଲେ କାମରାଜ ଯୋଜନାରେ । ସେହି ଅଖ#ଳ ଭାରତ କଂଗ୍ରେସ ଅଧ#ବେଶନରେ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ନିଜର ଅଭିଭାଷଣରେ ସ୍ପଷ୍ଟ ଭାବେ ଘୋଷଣା କଲେ ଯେ ଦେଶର ଯେଉଁ କେତୋଟି ରାଜ୍ୟରେ ତି୍ରସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି ସେଥ#ରେ ବିଜୁବାବୁଙ୍କ ପଞ୍ଚାୟତିରାଜ ବ୍ୟବସ୍ଥା ସବୁଠାରୁ ଉତ୍ତମ, ପ୍ରଗତିଶୀଳ ଏବଂ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ସ୍ୱପ୍ନର ଭାରତକୁ ବାସ୍ତବ ରୂପ ଦେବା ପାଇଁ ବେଶ୍ ସହାୟକ ହେବ ।
ଦୁଃଖ ଏବଂ ପରିତାପର ବିଷୟ ୧୯୬୭ ମସିହାରେ ସ୍ୱତନ୍ତ୍ର ଜନକଂଗ୍ରେସ ସରକାର ଅମଳରେ ଜିଲ୍ଲା ପରିଷଦକୁ ଉଠାଇ ଦିଆଗଲା । ଯଦିଓ ପଞ୍ଚାୟତ ସମିତି ଓ ଗ୍ରାମ ପଞ୍ଚାୟତ ତିଷ୍ଠି ରହିଲା ତେବେ ସେତେବେଳର ବିଭାଗୀୟ ମନ୍ତ୍ରୀ ଅନନ୍ତ ନାରାୟଣ ସିଂହଦେଓଙ୍କ ଜିଦ୍ ଫଳରେ ଏହି ଦୁଇ ଅନୁଷ୍ଠାନକୁ ପୂର୍ବରୁ ଯେଉଁ କ୍ଷମତା ପ୍ରଦାନ କରାଯାଇଥ#ଲା ତାହା ବହୁ ପରିମାଣରେ ସଂକୁଚିତ କରି ଦିଆଗଲାା ତେବେ ୧୯୭୭ ମସିହାରେ ପ୍ରଥମ ଥର ପାଇଁ ଦିଲ୍ଲୀରେ ସ୍ୱର୍ଗତ ମୋରାର୍ଜୀ ଦେଶାଇଙ୍କ ନେତୃତ୍ୱରେ ଅଣକଂଗ୍ରେସ ସରକାର ପ୍ରତିଷ୍ଠା କରାଗଲାା ପୁଣି ଥରେ ଗାନ୍ଧୀ ବିଚାରଧାରାକୁ ସ୍ମରଣ କରି କେନ୍ଦ୍ର ସରକାର ଅଶୋକ ମେହେଟ୍ଟା କମିଶନ ବସାଇଲୋ ମେହେଟ୍ଟା କମିଶନ ତି୍ରସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାକୁ ନୂଆ ରୂପ ଦେଇ ରିପୋର୍ଟ ପ୍ରଦାନ କରିଥ#ଲୋ ମାତ୍ର ଏହି ରିପୋର୍ଟ ଉପରେ କେନ୍ଦ୍ର ସରକାର ବିଚାରବିମର୍ଶ କରି ନିଷ୍ପତ୍ତି ନେବା ପୂର୍ବରୁ ସରକାର ଭାଙ୍ଗିଗଲାା ଶ୍ରୀମତୀ ଇନ୍ଦିରା ଗାନ୍ଧୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହେଲୋ ପଞ୍ଚାୟତିରାଜ ବ୍ୟବସ୍ଥା ଉପରେ ଗୁରୁତ୍ୱ ନ ଦେଇ ଦାରିଦ୍ର୍ୟ ଦୂରୀକରଣ ପାଇଁ ବିଂଶସୂତ୍ରୀ କାର୍ଯ୍ୟକ୍ରମ ଘୋଷଣା କଲୋ ଏହି ବିଂଶସୂତ୍ରୀ କାର୍ଯ୍ୟକ୍ରମ ଚାଲିଥ#ଲା ବେଳେ ଶ୍ରୀମତୀ ଗାନ୍ଧୀଙ୍କର ଦେହାନ୍ତ ହେଲାା ତାଙ୍କ ଅନ୍ତେ ସ୍ୱର୍ଗତ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଲୋ ବିଂଶସୂତ୍ରୀ ଦାରିଦ୍ର୍ୟ ଦୂରୀକରଣ ଯୋଜନାର ୫ ବର୍ଷ ପୂରିଗଲାା ଏଥ#ରେ ପୁଞ୍ଜି ବିନିଯୋଗ ହେଲା ୨୫ ହଜାର କୋଟି ଟଙ୍କାା ଏତେ ବିପୁଳ ଅର୍ଥ ଦେଶ ଭିତରୁ ଓ ଦେଶ ବାହାରୁ ଋଣ କରଜ କରି ବ୍ୟୟ କରାଗଲାା ଏଥ#ରୁ ସଫଳତା କେତେ ମିଳିଛି, ଦାରିଦ୍ର୍ୟ କେତେ ପରିମାଣରେ କମିଛି ତାହା ଅନୁଶୀଳନ କରିବା ପାଇଁ ରାଜୀବ ଗାନ୍ଧୀ ଯୋଜନା କମିଶନଙ୍କୁ ନିର୍ଦ୍ଦେଶ ଦେଲୋ ଅର୍ଥନୀତିଜ୍ଞ, ସମାଜବିଜ୍ଞାନୀ, ରାଜନେତା ଏବଂ ଖ୍ୟାତନାମା ସମାଜସେବୀମାନଙ୍କୁ ନେଇ ଯୋଜନା କମିଶନ ଏକ ସମୀକ୍ଷା କଲେ ଏବଂ ଶେଷରେ ରିପୋର୍ଟ ଦେଲୋ ଏହି ରିପୋର୍ଟରେ ଯାହା ମତ ରଖ#ଲେ ତାହା ଥ#ଲା ଅତ୍ୟନ୍ତ ଉଦ୍ବେଗଜନକା ଏହି ରିପୋର୍ଟରେ ସ୍ପଷ୍ଟ ମତ ରହିଲା ଯେ ୫ ବର୍ଷରେ ବିନିଯୋଗ ହୋଇଥ#ବା ୨୫ ହଜାର କୋଟି ଟଙ୍କାର ୮୫ ଭାଗ ବାଟମାରଣା ହୋଇଛିା ତା’ର ଅର୍ଥ ହେଲା ଯେ ଗାଁରେ ରହୁଥ#ବା ଗୋଟିଏ ଗରିବ ଲୋକ ପାଇଁ ସରକାର ଯଦି ୧୦୦ ଟଙ୍କା ଦେଇଛନ୍ତି ସେ ପାଇଛି ମାତ୍ର ୧୫ ଟଙ୍କାା ତେବେ ଏ ସିଂହଭାଗ ବାଟମାରଣା କିଏ କଲା? ଏ ପ୍ରଶ୍ନ ଯୁବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ମନକୁ ଆନ୍ଦୋଳିତ କଲାା ସେ ସାରା ଦେଶ ଘୂରି ବୁଲିଲୋ ପ୍ରତ୍ୟେକ ରାଜ୍ୟକୁ ଯାଇ ଜିଲ୍ଲାପାଳମାନଙ୍କୁ ଡାକି ବୈଠକ କଲୋ ପ୍ରଶାସନିକ ବ୍ୟବସ୍ଥାରେ କେଉଁଠି ଦୋଷତ୍ରୁଟି ରହିଲା ଯେଉଁଥ# ପାଇଁ ଲୋକଙ୍କ ଦ୍ୱାରା ଗଠିତ ଲୋକଙ୍କ ସରକାର ଲୋକଙ୍କ ଦାରିଦ୍ର୍ୟ ହଟାଇବା ପାଇଁ ଯାହା ଅନୁଦାନ ଦେଲେ ତା’ର ୮୫ ଭାଗ କିଏ ବାଟମାରଣା କଲା? ସମାଜବିଜ୍ଞାନୀ, ବିଶ୍ୱସ୍ତରୀୟ ଅର୍ଥନୀତିଜ୍ଞ, ସମାଜସେବୀ, ସ୍ୱାଧୀନତା ସଂଗ୍ରାମୀ, ସେବା ଓ ତ୍ୟାଗର ପ୍ରତୀକ ଜନନେତାମାନଙ୍କଠାରୁ ପରାମର୍ଶ ନେଲୋ ଏ ସମସ୍ତ ମତାମତକୁ ଶୁଣି ଗାନ୍ଧୀ ବିଚାରକୁ ପୁଣି ଫେରିଯିବାକୁ ହେବ ଏହା ତାଙ୍କର ହୃଦବୋଧ ହେଲାା ସାରା ଦେଶରେ ସବୁ ରାଜ୍ୟମାନଙ୍କ ପାଇଁ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବା ପାଇଁ ୭୩ତମ ସମ୍ବିଧାନ ସଂଶୋଧନ ବ୍ୟତୀତ ଅନ୍ୟ ପନ୍ଥା ନାହିଁ ବୋଲି ବିଚାର କଲେ ଏବଂ ପାର୍ଲାମେଣ୍ଟରେ ବିଧେୟକ ଆଣି ଦୁଇତୃତୀୟାଂଶ ସମର୍ଥନରେ ଆନନ୍ଦଉଲ୍ଲାସ ଭିତରେ ଏହି ସମ୍ବିଧାନ ସଂଶୋଧନ ବିଲ୍କୁ ପାରିତ କଲୋ ମାତ୍ର ଏଥ#ରେ ରାଜ୍ୟର କିଛି କ୍ଷମତାକୁ କେନ୍ଦ୍ର ହାତକୁ ନେଇଥ#ବାରୁ ଏହା ରାଜ୍ୟ ସଭାରେ କାଟ ଖାଇଗଲାା ରାଜୀବ ଗାନ୍ଧୀଙ୍କ ମୃତୁ୍ୟ ଘଟିଲାା ଭି. ପି. ସିଂହ ପ୍ରଧାନମନ୍ତ୍ରୀ ହେଲୋ ୧୯୯୦ ମସିହା ସେପେଫମ୍ବର ୯ ତାରିଖରେ ଭି.ପି. ସିଂହ ଜଏଣ୍ଟ ପାର୍ଲାମେଣ୍ଟ କମିଟି ଦ୍ୱାରା ସଂଶୋଧ#ତ ସମ୍ବିଧାନ ସଂଶୋଧନ ବିଲ୍ ଉପସ୍ଥାପନ କଲୋ ସେହିଦିନ ଏହା ସିଲେକଫ କମିଟିକୁ ଯାଉ ବୋଲି ପ୍ରସ୍ତାବିତ ହେଲାା କେବେ ଏ ରିପୋର୍ଟ ଆସିବ ତାହା ଅନିଶ୍ଚିତତା ଭିତରେ ରହିଲାା
ସେତେବେଳକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁବାବୁ, ସମ୍ବିଧାନ ସଂଶୋଧନ ବିଲ୍ର ଏହି ଅବସ୍ଥା ଦେଖ# ବିଚଳିତ ହେଲୋ କହିଲେ-”ମୁଁ ଆଉ ଅପେକ୍ଷା କରିପାରିବି ନାହିାଁ ସଂକୀର୍ଣ୍ଣମନା ରାଜନେତା ଏବଂ କ୍ଷମତାଲିପ୍ସୁ ପ୍ରଶାସକ ଓ ଅମଲା କ୍ଷମତା ଛାଡିବାକୁ ଚାହାନ୍ତି ନାହିାଁ ଲୋକଙ୍କ ହାତକୁ କ୍ଷମତା ନଗଲା ଯାଏଁ ଲୋକମାନଙ୍କ ପତ୍ୟକ୍ଷ ସଂପୃକ୍ତିରେ ଲୋକେ ତାଙ୍କର ସମସ୍ୟାର ସମାଧାନ ପାଇଁ ଚିନ୍ତା ନ କଲେ ବିକାଶ ସମ୍ଭବ ନୁହୋଁ ଗ୍ରାମାଞ୍ଚଳରୁ ଦାରିଦ୍ର୍ୟ, କ୍ଷୁଧା, ନିରକ୍ଷରତା ଏବଂ ବ୍ୟାଧ# ଦୂର ହୋଇପାରିବ ନାହିାଁ’ ସେଥ#ପାଇଁ ରାଜ୍ୟ ଆଇନ ବ୍ୟାପକତର ସଂଶୋଧନ କରାଇଲୋ ସେତେବେଳକୁ ବିଜୁବାବୁ ମତେ ପଞ୍ଚାୟତିରାଜ ମନ୍ତ୍ରୀ ଭାବେ ଦାୟିତ୍ୱ ଦେଇଥାଆନ୍ତିା ନିର୍ଦ୍ଦେଶ ଦେଲେ ରାଜ୍ୟ ପଞ୍ଚାୟତ ଆଇନର ବ୍ୟାପକତର ସଂଶୋଧନ କରା
ଏହି ସଂଶୋଧ#ତ ବ୍ୟବସ୍ଥାରେ ୩୩ ଭାଗ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ କରାଗଲା ଏବଂ ଯଦି ମହିଳା ଜଣେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହୁଅନ୍ତି ତେବେ ଜଣେ ପୁରୁଷ ପ୍ରତିନିଧ# ଉପାଧ୍ୟକ୍ଷ ହେବେ ଓ ଯଦି ସେହିଭଳି ଜଣେ ପୁରୁଷ ପ୍ରତିନିଧ# ଅଧ୍ୟକ୍ଷ ହୁଅନ୍ତି, ଜଣେ ମହିଳା ପ୍ରତିନିଧ# ଉପାଧ୍ୟକ୍ଷା ହେବୋ ଏହି ନୀତି ପଞ୍ଚାୟତ ସମିତି ଓ ଗ୍ରାମ ପଞ୍ଚାୟତରେ ଲାଗୁ କରାଗଲା । ଏହା ସହିତ ପଞ୍ଚାୟତର ଓ୍ୱାର୍ଡମେମ୍ବର, ସମିତିିି ସଭ୍ୟ ସରପଞ୍ଚ ନିର୍ଦଳୀୟ ଭାବେ ନିର୍ବାଚିତ ହେବା ପାଇଁ ଆଇନ କରାଗଲା । ତାଙ୍କର ଭାଷା ଥ#ଲା ୧୯୪୭ ମସିହାରୁ ଦେଶ ସ୍ୱାଧୀନ ହେଲା ଏବଂ ଆମର ସ୍ୱାଧୀନତା ୪୩ ବର୍ଷରେ ପହଞ୍ଚିଲାଣି । ଆମର ପଞ୍ଚବାର୍ଷିକ ଯୋଜନା ଚାରି ଦଶନ୍ଧି ହୋଇ ଗଲାଣି । ମାତ୍ର ଗାଁର ଚିତ୍ର ବଦଳୁ ନାହିଁ । ପ୍ରକୃତ ଅର୍ଥରେ ବିକାଶର ଚିହ୍ନବର୍ଣ୍ଣ ନାହିଁ । ଦାରିଦ୍ର୍ୟ ବଢ଼ୁଛି ସିନା କମୁ ନାହିଁ । ରାଜନୀତି ନାଁରେ, ଦଳ ନାଁରେ, ଗାଁ ନାଁରେ ବିଭେଦ, ବିଦେ୍ୱଷ । ସରକାର ବିକାଶ ପାଇଁ, ଲୋକଙ୍କ କଲ୍ୟାଣ ପାଇଁ, ଯାହା କିଛି ଅନୁଦାନ ବରାଦ କଲେ ତାହା ବାଟମାରଣା ହେଲା, ଅପବ୍ୟୟ ହେଲା । ଅମଲା ଅଧ#କାରୀ ଏବଂ ଦଳୀୟ ଭାବନାକୁ ଆଧାର କରୁଥ#ବା ତୃଣମୂଳ ସ୍ତରର ପ୍ରତିନିଧ#ମାନେ ବାଟମାରଣା କରୁଛନ୍ତି । ଅପବ୍ୟୟ ହେଉଛି, ସେଥ#ପାଇଁ ନିଜକୁ ତୃଣମୂଳ ସ୍ତରରେ ଦଳୀୟ ରାଜନୀତିକୁ ଊ–ର୍ରେ ରଖ# ଲୋକଙ୍କୁ ସୁଯୋଗ ଦିଅ, ସେ ଭଲ ଲୋକ ଦେଖ# ଭୋଟ ଦିଅନ୍ତୁ । ଗାଁର ଓ୍ୱାର୍ଡ ମେମ୍ବର ହେଉ କିମ୍ବା ପଞ୍ଚାୟତର ସରପଞ୍ଚ କିମ୍ବା ପଞ୍ଚାୟତ ସମିତିର ସମିତି ସଭ୍ୟ କିମ୍ବା ଅଧ୍ୟକ୍ଷ, ଅଧ୍ୟକ୍ଷା ହୁଅନ୍ତୁ ସେମାନେ ଭଲ ଲୋକ ଭାବେ ଦରଦୀ ମଣିଷର ଭାବେ ଲୋକଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତୁ ଏବଂ ଲୋକଙ୍କ ପାଇଁ କାମ କରନ୍ତୁ । ୭୩ତମ ସମ୍ବିଧାନ ସଂଶୋଧନ ହେବା ପ୍ରାୟ ୩ ବର୍ଷ ଆଗରୁ ରାଜ୍ୟ ଆଇନକୁ ସଂଶୋଧ#ତ କଲେ ଏବଂ ୧୯୯୨ ମସିହା ସୁଦ୍ଧା ନିର୍ବାଚନ ସାରି ଦେଲେ । ସାରା ଦେଶରେ ଲୋକଙ୍କ ହାତକୁ କ୍ଷମତା ପ୍ରଦାନ, ଜନସଂଖ୍ୟାର ୫୦ ଭାଗ ମହିଳାମାନଙ୍କୁ ସାମ୍ବିଧାନିକ କ୍ଷମତା ଅର୍ପଣରେ ବିଜୁବାବୁ ହେଲେ ଦେଶରେ ପ୍ରଥମ । ୧୯୮୦ ମସିହାରେ ଦକ୍ଷିଣ ଏସିଆ ମହାଦେଶର ଉପନିବେଶ ଶାସନରୁ ମୁକ୍ତିଲାଭ କରିଥ#ବା ରାଷ୍ଟ୍ରମୁଖ୍ୟମାନଙ୍କୁ ନେଇ ଶିଖର ସମ୍ମିଳନୀରେ ଯେଉଁ ସଂକଳ୍ପ ଘୋଷଣା କରାଯାଇଥ#ଲା, ସେଥ#ରେ ଏହି ଦେଶମାନେ ମହିଳାମାନଙ୍କୁ ପୁରୁଷମାନଙ୍କ ସହିତ ସମାନ ଭାବେ ସମାଜରେ, ସମ୍ବିଧାନରେ, ଲୋକ ପ୍ରତିନିଧ# ଶାସନ ବ୍ୟବସ୍ଥାରେ ସ୍ଥାନିତ କରିବା ପାଇଁ ପଦକ୍ଷେପ ନେବେ । ମାତ୍ର ୧୦ ବର୍ଷ ଭିତରେ ଭାରତବର୍ଷରେ ଏ ସମ୍ପର୍କରେ କିଛି କରାଯାଇ ନ ଥ#ଲା । ସେଥ#ପାଇଁ କୁହାଯାଏ ନାରୀ ମୁକ୍ତି ଆନ୍ଦୋଳନର ପ୍ରବକ୍ତା ହେଉଛନ୍ତି ସ୍ୱର୍ଗତ ବିଜୁ ପଟ୍ଟନାୟକ ଏବଂ ଲୋକଙ୍କ ହାତକୁ କ୍ଷମତା ପ୍ରଦାନରେ ସାରା ଦେଶରେ ମୁଖ୍ୟମନ୍ତ୍ରୀ ଭାବରେ ବିଜୁବାବୁ ସମସ୍ତଙ୍କ ଆଗରେ । ସେଥ#ପାଇଁ ୧୯୭୩ ମସିହାରେ ପ୍ରାୟ ୨୭ ହଜାର ନିର୍ବାଚିତ ପଞ୍ଚାୟତ ପ୍ରତିନିଧ#ମାନଙ୍କ ସମ୍ମିଳନୀରେ ଦେଶର ଜଣେ ବିଖ୍ୟାତ ଅର୍ଥନୀତିଜ୍ଞ ଓ ଯୋଜନା କମିଶନର ସଦସ୍ୟ ଏଲ୍. ସି. ଜୈନ ବିଜୁବାବୁଙ୍କ ଜନ୍ମଦିନକୁ ପଞ୍ଚାୟତିରାଜ ଦିବସ ଭାବରେ ପାଳନ କରିବାକୁ ପ୍ରସ୍ତାବ ଆଣିଥ#ଲେ ଏବଂ ଜାତୀୟସ୍ତରରେ ସ୍ୱୀକୃତ ସେବା ଅନୁଷ୍ଠାନ “ଇଣ୍ଡିଆନ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ସୋସିଆଲ୍ ସାଇନ୍ସ’ର ଅଧ୍ୟକ୍ଷ ଡ. ଜର୍ଜ ମାଥୁ୍ୟ ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଥ#ଲେ ଏବଂ ଏହି ସମ୍ମିଳନୀରେ ଏହା ସର୍ବସମ୍ମତ ଭାବେ ଗୃହୀତ ହୋଇଥ#ଲା ।
ଆଉ କେଇ ମାସ ପରେ ଆମେ ତି୍ରସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତିପର୍ବ ଆରମ୍ଭ କଲୁଣି । ସବୁ ରାଜନୈତିକ ଦଳ ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଯୋରଦାର କସରତ ଆରମ୍ଭ କରି ଦେଇଛନ୍ତି । ଏବେଠାରୁ ନିର୍ବାଚନରେ ଦଳୀୟ ଗନ୍ଧ ବେଶ୍ ବାରି ହୋଇ ପଡ଼ିଲାଣି । ଦଳୀୟ ଭିତ୍ତିରେ ଯେଉଁମାନେ ନିର୍ବାଚିତ ହେବେ ସେମାନେ ଭଲ ଲୋକ ହୋଇଥ#ବେ କି ସ୍ୱାର୍ଥପର ଲୋକ ହୋଇଥ#ବେ ତାହା ଭବିଷ୍ୟତ ହିଁ କହିବ । ଲୋକଙ୍କ ଦ୍ୱାରା ପ୍ରତିଷ୍ଠିତ, ଲୋକଙ୍କ ସରକାର ଲୋକଙ୍କର କ୍ଷୁଧା, ବ୍ୟାଧ#, ନିରକ୍ଷରତା ଦୂର କରିବା ପାଇଁ ଯାହା ଦେବେ ଗୋଟିଏ ପାଖରେ ବେତନଭୋଗୀ ଅଧ#କାରୀ, ଅମଲା ଏବଂ ଲୋକଙ୍କ ଦ୍ୱାରା ନିର୍ବାଚିତ ତୃଣମୂଳ ସ୍ତରର ପଞ୍ଚାୟତ ପ୍ରତିନିଧ#ମାନେ ନିରପେକ୍ଷ ଭାବେ ଲୋକଙ୍କ ପାଖରେ ତାହା ପହଞ୍ଚାଇବେ ତ? ଏବଂ ସ୍ୱାଧୀନତାର ୭୦ ବର୍ଷ ପରେ ଭାରତୀୟ ଗଣତନ୍ତ୍ରରେ ଲୋକଙ୍କ ଦ୍ୱାରା ଗଠିତ, ଲୋକଙ୍କ ସରକାର ଲୋକଙ୍କ ହିତ ପାଇଁ ଯାହା ଦେଉଛନ୍ତି ତାହା ଯେ ଲୋକଙ୍କ ହକ୍ ଏ ବାବଦରେ ଆମେ ଲୋକଙ୍କୁ ସଚେତନ କରାଇ ପାରିଛୁ କି ? ଏ ପ୍ରଶ୍ନ ଦଳମତ ନିର୍ବିଶେଷରେ ନୀତି ନିଷ୍ପତ୍ତି ନେଉଥ#ବା ସବୁ ରାଜନେତାମାନଙ୍କ ପାଇଁ ଏକ ଅନୁଚିନ୍ତାର ବିଷୟ ହେବ କି ?

Share in top social networks!