ପର୍ଯ୍ୟଟନ ଭିତିଭୂମୀର ବିକାଶ ପାଇଁ ଜିଲ୍ଲାପାଳଙ୍କ ନିର୍ଦେଶ

jajurcollectorପର୍ଯ୍ୟଟନର ଭିତିଭୂମିର ବିକାଶ ଘଟିଲେ ତାହା ପର୍ଯ୍ୟଟକକୁ ଆକୃଷ୍ଟ କରିବା ସହ ଅର୍ଥନୀତିକୁ ସୁଦୃଢ କରିବ। ତେଣୁ ଜିଲ୍ଲାରେ ମଂଜୁର ହୋଇଥିବା ପର୍ଯ୍ୟଟନ ପ୍ରକଳ୍ପ ଗୁଡିକୁ ତ୍ୱାରାନ୍ନିତ ପ୍ରକ୍ରିୟାରେ ଶେଷ କରିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ନିର୍ଦେଶ ଦେଇଛନ୍ତି। ବୁଧବାର ଅପରାହ୍ନରେ ବିରଜା ପାନ୍ଥଶାଳା ଓ ବରାହ ମନ୍ଦିର ନିକଟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମାଣଧିନ ପ୍ରକଳ୍ପକୁ ଜିଲ୍ଲାପାଳ ଶ୍ରୀ ଦାସ ପରିଦର୍ଶନ କରିଥିଲେ। ୬ କୋଟି ଟଙ୍କା ବ୍ୟୟରେ ବିରଜା ମନ୍ଦିର ନିକଟରେ ନିର୍ମାଣଧିନ ପାନ୍ଥ ନିବାସକୁ ଅନୁଧ୍ୟାନ କରି ଏହାକୁ ନିର୍ଦ୍ଦିଷ୍ଟ ସମୟସୀମା ମ୍ମରେ ଶେଷ କରିବାକୁ ଜିଲ୍ଲାପାଳ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ବିରଜା ମନ୍ଦିର ଏକ ଦର୍ଶନୀୟ ସ୍ଥାନ ହୋଇଥିବାରୁ ଦୈନିକ ଶହ ଶହ ଲୋକ ମା’ ଙ୍କ ଦର୍ଶନ ପାଇଁ ଆସୁଛନ୍ତି।

ଏହି ଯାତ୍ରୀମାନଙ୍କ ସୁବିଧା ନିମିତ ପାନ୍ଥଶାଳାଟି ଅତ୍ୟନ୍ତ ଉପଯୋଗୀ ହେବାର ଥିବାରୁ ଏହାକୁ ତ୍ୱାରାନ୍ନିତ ପ୍ରକ୍ରିୟାରେ ସାରିବାକୁ ସେ ନିଦେ୍ର୍ଧଶ ଦେଇଥିଲେ। ଏହାର ପ୍ରାଚୀର ଓ ଗେଟ୍କୁ ଐତିହ୍ୟ ପୂର୍ଣ୍ଣ ଶୈଳୀରେ ନିର୍ମାଣ ପାଇଁ ସେ ପରାମର୍ଶ ଦେଇଥିଲେ। ପରେ ଜିଲ୍ଲାପାଳ ବରାହ ମନ୍ଦିର ନିକଟରେ ୬ କୋଟି ଟଙ୍କା ବ୍ୟୟରେ ନିର୍ମାଣଧିନ ପର୍ଯ୍ୟଟନ କାର୍ଯ୍ୟାଳୟ ଓ ସଂଗ୍ରାହାଳୟ, ୫ କୋଟି ଟଙ୍କା ବ୍ୟୟରେ ନିର୍ମାଣଧିନ ହେବାକୁ ଥିବା ଟୁରିଷ୍ଟ ମେଗା ଡେଷ୍ଟିନେସନ କେନ୍ଦ୍ର, ୬ କୋଟି ୩୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣଧିନ ବରାହପୀଠ ନିକଟସ୍ଥ ଦଶ୍ୱାସ୍ୱମେଧ ଘାଟକୁ ପରିଦର୍ଶନ କରିବା ସହ ଏହାର ଉପଯୋଗିତା ଉପରେ ଆଲୋଚନା କରିଥିଲେ।

ଜିଲ୍ଲାପାଳଙ୍କ ସହ ଉପ-ଜିଲ୍ଲାପାଳ ମହେଶ୍ୱର ପାଣିଗ୍ରାହୀ, ଯାଜପୁର ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ର, ଓ.ଟି.ଡି.ସି. ର ନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସଂମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଓ.ଟି.ଡି.ସି. ର ସହକାରୀ ଯନ୍ତ୍ରୀ ଶ୍ରୀଧର ମହାଲା ଓ ଜେ.ଇ. ଲାଲୁପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨୦୧୫-୨୦୧୬ ବର୍ଷରେ ୩୩,୫୦,୭୦.୦୦୦ ଟଙ୍କାର ୨୧ଟି ପର୍ଯ୍ୟଟନ ପ୍ରକଳ୍ପ ମଂଜୁର ହୋଇ କାର୍ଯ୍ୟ ଚାଲିଛି ବୋଲି ବିଭାଗ ପକ୍ଷରୁ ପ୍ରକାଶ। ଏଥିମ୍ମରେ ବରୀର ସ୍ୱାଧୀନତା ସଂଗ୍ରାମୀ ପୀଠର ପୁନରୁଦ୍ଧାର , ବରୁଣେଶ୍ୱର ମନ୍ଦିରର ଉନ୍ନୟନ, ଅଶୋକ ଝରର ପାରିପାଶ୍ୱର୍ିକ ଉନ୍ନୟନ, ଯାଜପୁର ମୁ୍ୟନିସିପାଲିଟିରେ ଏଲ.ଇ.ଡି. ଆଲୋକ ବ୍ୟବସ୍ଥା, ବରାହ ମନ୍ଦିରର ଉନ୍ନୟନ ଓ ଆଲୋକୀକରଣ ବ୍ୟବସ୍ଥା, ଛତିଆ ଅତିଥିଶାଳାର ଅତିରିକ୍ତ ଗୃହ ନିର୍ମାଣ, ଛତିଆ ମନ୍ଦିର ନିକଟ ଅମରାବତୀରେ ଆନନ୍ଦ ବଜାର ନିର୍ମାଣ, ଗାଙ୍ଗୀରେ ପର୍ଯ୍ୟଟନ ବିକାଶ, କୃଷ୍ଣଦାସପୁରଠାରେ ଐତିହ୍ୟ ଗେଟ୍ ନିର୍ମାଣ, ସଠିପୁରଠାରେ ଯାଯାବର ଗୃହ ନିର୍ମାଣ, ନେଉଳପୁର ପାହାଡଠାରେ ବୁଦ୍ଧ ମୃର୍ତି ସ୍ଥାପନ, ବ୍ୟାସସରବର ଉନ୍ନୟନ, ଯାଜପୁର ରୋଡସ୍ଥିତ ସଂସ୍କୃତି ଭବନ ନିର୍ମାଣ, ଦେଉଳିଠାରେ ୱାଚ ଟାୱାର ନିର୍ମାଣ, ବିରଜା ମନ୍ଦିର ଉନ୍ନୟନ ଓ ବ୍ରହ୍ମାକୁଣ୍ଡର ପୁନରୁଦ୍ଧାରର ବ୍ୟବସ୍ଥା ରହିଅଛି।

Share in top social networks!