ସୈନିକଙ୍କ ମୃତୁ୍ୟରେ ଅବସରପ୍ରାପ୍ତ ସୈନିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା

saheedଉରି ଆର୍ମୀ ବିଗ୍ରେଡ କ୍ୟାମ୍ପରେ ଆତଙ୍କବାଦୀ ହମଲାକୁ ନେଇ ସାରା ଦେଶ ସ୍ତବ୍ଦ ହୋଇଯାଇଥିବା ବେଳେ ଯାଜପୁର ଜିଲ୍ଲା ମଙ୍ଗଳପୁର ଅଞ୍ଚଳରେ ଅବସରପ୍ରାପ୍ତ ସୈନିକ ମାନକଙ୍କ ତର‘ରୁ ଏକ ଭାବାବିହଳ ଶ୍ରଦ୍ଧାଞ୍ଜଳୀ ସଭା ଓ କ୍ୟାଣ୍ଡେଲ ଶୋଭାଯାତ୍ରା ବଜାର ପରିକ୍ରମା କରି ଅଞ୍ଚଳବାସିଙ୍କୁ ଏକ ନୂଆ ବାର୍ତ୍ତା ଦେଇଥିଲା। ଏହି ଶୋଭାଯାତ୍ରାରେ ଓଡିଶା ବିଶିଷ୍ଟ ସମାଜସେବୀ ଡ.ସୁରେଶ ଚନ୍ଦ୍ର ଦଳାଇ ,ପୂର୍ବତନ ସୈନିକ ଦୟାନିଧି ପାଣିଗ୍ରାହୀ, ଗୋଲେଖ ଚନ୍ଦ୍ର ସେନାପତି, ଅନିଲ୍ ରାୟ, ବ୍ରଜକିଶୋର ସେନାପତି, ସୁଦେଶ ପାତ୍ର, ଦୀନବନ୍ଧୁ ଦାସ, ପୀତବାସ ଦିଖିତ, ପ୍ରତାପ ପାଣିଗ୍ରାହୀ, ଶଶଧର ପାଣି, ଦିନେଶ ଦାସ, ଶ୍ରୀଧର ତ୍ରିପାଠୀ, ଅକ୍ଷୟ ପାଢୀ, ତ୍ରିଲୋଚନ ନାୟକ ଓ ପ୍ରକାଶ ନାୟକଙ୍କ ସମେତ ୭୦ ରୁ ଉଦ୍ଧ୍ୱର୍ ଅବସରପ୍ରାପ୍ତ ସୈନିକ ମାନେ ଯୋଗଦେଇ ଏହି ମସାଲ ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ। ଏହି ସୈନିକ ମାନଙ୍କ ତର‘ରୁ ଭାରତ ସରକାରଙ୍କୁ ଅବଗତ କରାଇବା ପାଇଁ ଏକ ପତ୍ର ଲେଖିଥିବା ଜଣାଯାଇଛି। ପାକିସ୍ତାନର ଏହି ବର୍ବରଚିତ କାର୍ଯ୍ୟକୁ ପୂର୍ବତନ ସେନାଧିକାରୀ ମାନେ କଢା ସମାଲୋଚନା କରିଥିଲେ।

Share in top social networks!