କ୍ୟାବିନେଟ ନିଷ୍ପତି -ଧାମରାରେ ପ୍ରତିଷ୍ଠା ହେବ ଗ୍ୟାସ ଟର୍ମିନାଲ :ଧର୍ମେନ୍ଦ୍ର ପ୍ରଧାନ

lng
-ଓଡିଶା ଦେଇ ଯିବ ଗ୍ୟାସ ପାଇପଲାଇନ
- ଭୁବନେଶ୍ୱର ଓ କଟକରେ ଆଗାମୀ ଦୁଇ- ଅଢେଇ ବର୍ଷରେ ମିଳିବ ପାଇପ ଯୋଗେ ରୋଷେଇ ଗ୍ୟାସ
- ବୋକାରୋରୁ ଧାମରା ଦେଇ ପାରାଦୀପ ଯିବ ଗ୍ୟାସ ପାଇପଲାଇନ
- ଓଡିଶା ପୂର୍ବ ଭାରତର ଶକ୍ତି କ୍ଷେତ୍ରର ପ୍ରବେଶ ପଥର ମାନ୍ୟତା ହେବ ଆହୁରି ଦୃଢ
ଧାମରାରେ ଗ୍ୟାସ ଟର୍ମିନାଲ ପ୍ରତିଷ୍ଠା ହେବ। ପୂର୍ବ ଭାରତରେ ଗ୍ୟାସ ପାଇପଲାଇନ ଓ ଏହି ଅଂଚଳର ପ୍ରମୁଖ ସହର ମାନଙ୍କରେ ଘରେ ରୋଷେଇ ଗ୍ୟାସ ଯୋଗାଣ ଯୋଜନାରେ କେନ୍ଦ୍ର ସରକାର ୧୯ ହଜାର କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ପୂର୍ବ ଭାରତର ପ୍ରମୁଖ ରାଜ୍ୟ ଭାବେ ଓଡିଶା ଏଥିରେ ସିଂହ ଭାଗ ପାଇବ ବୋଲି ବୁଧବାର ଦିନ ନୂଆ ଦିଲ୍ଲୀ ଠାରେ କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦ୍ର କ୍ୟାବିନେଟ ଉତର ପ୍ରଦେଶର ଜଗଦୀଶପୁରରୁ ପଶ୍ଚିମବଙ୍ଗର ହଳଦିଆ ତଥା ଝାଡଖଂଡର
ବୋକାରୋ ଠାରୁ ଓଡିଶାର ଧାମରା ଦେଇ ପାରାଦୀପ ଦେଇ ଏହି ଗ୍ୟାସ ପାଇପଲାଇନ ଯିବା ସମ୍ପର୍କରେ ନିଷ୍ପତି ଗ୍ରହଣ
କରିଛି। ମୋଟ ଅଢେଇ ହଜାର କିମି ପାଇପ ଲାଇନ ନିର୍ମାଣରେ ୧୩ ହଜାର କୋଟି ଟଙ୍କା ଖର୍ଚକୁ କ୍ୟାବିନେଟ ମଂଜୁରୀ
ଦେଇଥିବା ବେଳେ ସହରର ବାସ ଗୃହ ଗୁଡିକୁ ଗ୍ୟାସ ପାଇପ ଯୋଗେ ଯୋଗାଇବା ପାଇଁ ୬ ହଜାର କୋଟି ଟଙ୍କା ବ୍ୟୟ
ବରାଦ କରାଯାଇଥିବା ଶ୍ରୀ ପ୍ରଧାନ କହିଛନ୍ତି।

ଏହି ପାଇପଲାଇନ ନିର୍ମାଣ ଦ୍ୱାରା ପୂର୍ବ ଭାରତର ରାଜ୍ୟ ମାନଙ୍କର ସାର କାରଖାନା, ରିଫାଇନାରୀ ସମେତ ପ୍ରମୁଖ
ସହରକୁ ପାଇପ ଯୋଗେ ରୋଷେଇ ଗ୍ୟାସ ଓ ପରିବହନ ପାଇଁ ଇନ୍ଧନ ଯୋଗାଇବାରେ ସହାୟକ ହେବ। ଡିଶାର
ଶିଳ୍ପାୟନ, କୃଷି ଓ ସହର ମାନେ ଏହାର ଲାଭ ପାଇବେ।

ଆସନ୍ତା ଦୁଇ- ଅଢେଇ ବର୍ଷ ମଧ୍ୟରେ ରାଜ୍ୟ ରାଜଧାନୀ ଭୁବନେଶ୍ୱର ଓ ସାଂସ୍କୃତିକ ପ୍ରାଣକେନ୍ଦ୍ର କଟକରେ ଘରେ ଘରେ
ଗ୍ୟାସ ପାଇପଲାଇନ ମାଧ୍ୟମରେ ରୋଷେଇ ଗ୍ୟାସ ଯୋଗାଇ ଦିଆଯିବା କାର୍ଯ୍ୟ ସମ୍ପୂର୍ଣ ହେବ ବୋଲି ଶ୍ରୀ ପ୍ରଧାନ ସୂଚନା
ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶର ବିକାଶ ପାଇଁ ପୂର୍ବ ଭାରତର ବିକାଶ ଉପରେ ଗୁରୁତ୍ୱ ନୀତିର ଆଧାରରେ ପୂର୍ବ
ଭାରତର ପାଂଚଟି ରାଜ୍ୟ ଯଥା ଓଡିଶା ସମେତ ଉତର ପ୍ରଦେଶର ପୂର୍ବ ଭାଗ, ବିହାର, ଝାଡଖଂଡ, ପଶ୍ଚିମବଙ୍ଗ ରାଜ୍ୟ
ମାନେ ଲାଭ ବାନ ହେବେ।

ଏହି ପାଇପ ଲାଇନ ଓ ତଦ୍ସଂଯୁକ୍ତ କାର୍ଯ୍ୟ ଗୁଡିକ ଓଡିଶାକୁ ପୂର୍ବ ଭାରତର ଶକ୍ତି କ୍ଷେତ୍ରର ପ୍ରବେଶ ପଥ ମାନ୍ୟତାକୁ
ଆହୁରି ଦୃଢ କରିବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତିା

Share in top social networks!