ପୋଲାଭରମ ପ୍ରକଳ୍ପ ଦ୍ୱାରା ଓଡିଶାର କ୍ଷତି ହେବ ବୋଲି ବିଜେପିର ମତ ଆଜି ବି ସ୍ପଷ୍ଟ – ଧର୍ମେନ୍ଦ୍ର ପ୍ରଧାନ

dpji
- ସଂସଦରେ ଗୃହୀତ ଆନ୍ଧ୍ର ବିଭାଜନ ଆଇନରେ ଜାତୀୟ ପ୍ରକଳ୍ପ ମାନ୍ୟତା ଦେଇଥିଲା ୟୁପିଏ
- ସରକାର ନିରନ୍ତର ପ୍ରକ୍ରିୟା ହୋଇଥିବାରୁ ଅର୍ଥ ପ୍ରଦାନ କରିବା ବାଧ୍ୟବାଧକତା
- ଓଡିଶା, ଛତିଶଗଡ ଓ ତେଲେଙ୍ଗାନା ମିଳିତ ପଦକ୍ଷେପ ଜରୁରୀ
- ନଗଡା, ଗୁମୁଡୁମାହା, ଦାନମାଝୀ, ଶିକ୍ଷା, ସ୍ୱାସ୍ଥ୍ୟ ସେବାର ବିଫଳତାକୁ ଲୁଚାଇବାକୁ ମହାନଦୀ ପ୍ରସଙ୍ଗ ଉଠଉଛି
ବିଜେଡି
ଆନ୍ଧ୍ରରେ ପୋଲାଭରମ ପ୍ରକଳ୍ପ ମାମଲାରେ ଓଡିଶାର କିଛି ଆଦିବାସୀ ଗାଁ ବୁଡିବ ଓ
ଏହା ଦ୍ୱାରା ଓଡିଶାର କ୍ଷତି ହେବ ବୋଲି ଭାରତୀୟ ଜନତା ପାର୍ଟୀର ପୂର୍ବରୁ ଏହି ମତ ଥିଲା ଓ ବର୍ତମାନ ମଧ୍ୟ ପାର୍ଟୀ
ଏହି ମତରେ ସ୍ପଷ୍ଟ ଅଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ମଙ୍ଗଳବାର ଦିନ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତର ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ବାରମ୍ବାର ଏ ପ୍ରଶ୍ନ ଉଠୁଛି ଯେ ଆଜିର
କେନ୍ଦ୍ର ସରକାର କାହିଁକି ଏହି ପ୍ରକଳ୍ପକୁ ବନ୍ଦ କରୁ ନାହାନ୍ତିା ଶ୍ରୀ ପ୍ରଧାନ କହିଛନ୍ତି ଯେ ତକ୍ରାଳୀନ ୟୁପିଏ ସରକାର
୨୦୧୩ ଡିସେମ୍ବର ମାସରେ ସଂସଦରେ ଗୃହୀତ କରାଇଥିବା ଆନ୍ଧ୍ର ପ୍ରଦେଶ ବିଭାଜନ ସମ୍ପର୍କିତ ଆକ୍ଟରେ
ପୋଲାଭରମ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦେଇଥିଲେ। ସରକାର ଏକ ନିରନ୍ତର ପ୍ରକ୍ରିୟା। ସଂସଦରେ ଗୃହୀତ
ଆଇନ ଆଧାରରେ ପୋଲାଭରମ ପ୍ରକଳ୍ପ ବାବଦର ସମସ୍ତ ଖର୍ଚ ବହନ କରିବା କେନ୍ଦ୍ର ସରକାରଙ୍କ ପାଇଁ ବାଧ୍ୟବାଧକତା।
ଶ୍ରୀ ପ୍ରଧାନ କହିଥିଲେ ଯେ କେବଳ ଓଡିଶା ନୁହେଁ ଛତିଶଗଡ ଓ ତେଲେଙ୍ଗାନା ମଧ୍ୟ ପୋଲାଭରମ ପ୍ରକଳ୍ପ କାରଣରୁ
କ୍ଷତିଗ୍ରସ୍ତ ହୋଇଛନ୍ତି। ଏହି ତିନି ରାଜ୍ୟ ମିଳିତ ଭାବରେ ନିଜ ନିଜ ରାଜ୍ୟର ସ୍ୱାର୍ଥ ପାଇଁ କାର୍ଯ୍ୟ କରିବା ଉଚିତ।
ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତର ଦେଇ ସେ ପୁଣି କହିଲେ ଯେ ପୋଲାଭରମ ପ୍ରକଳ୍ପ ନେଇ ଓଡିଶାର ସ୍ୱାର୍ଥ ସମ୍ବନ୍ଧିତ ଦାବି
ସରକାର, ରାଜନୈତିକ ଦଳ, ସାମାଜିକ ସଂଗଠନ ଓ କୌଣସି ବ୍ୟକ୍ତିବିଶେଷ ଉଠାଇଲେ ବିଜେପିର ସମର୍ଥନ ରହିବ।
ମହାନଦୀ ନେଇ ସାମ୍ବାଦିକ ମାନଙ୍କର ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୂଳ ପ୍ରଶ୍ନ ହେଉଛି ଓଡିଶାକୁ ପାଣି
ମିଳିବ ନା ନାହିଁ। ଏଥିନେଇ କେନ୍ଦ୍ର ସରକାରଙ୍କ ତରଫରୁ ଓଡିଶାକୁ ଆଶ୍ୱସ୍ତ କରି କୁହାଯାଇଛି ଯେ ୧୯୫୦ ମସିହାରେ
ହୀରାକୁଦ ବନ୍ଧ ନିର୍ମାଣ ସମୟରେ ଓଡିଶାକୁ ଯେଉଁ ଭାଗ ପାଣି ମିଳିବା ପାଇଁ ସ୍ଥିର ହୋଇଥିଲା, ସେଥିରୁ ବୁନେ୍ଦ ହେଲେ
ପାଣି କମିବ ନାହିଁ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟ ସରକାର ନଗଡାର ଶିଶୁ ମଡକ, ଗୁମୁଡୁମାହାର ଆଦିବାସୀ-ଦଳିତ ହତ୍ୟା, ଦାନ ମାଝୀ
ପରେ ଅନେକ ଘଟଣା, ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଷୁଡି ପଡିବା ପରି ଲମ୍ବା ବିଫଳତାର ଉତର ନ ଦେବା ପାଇଁ
ମହାନଦୀ ପ୍ରସଙ୍ଗକୁ ରାଜ୍ୟ ସରକାର ଢାଲ କରୁଛନ୍ତି।

Share in top social networks!