ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ

videoଜିଲ୍ଲ୍ା ମୁଖ୍ୟଚିକିତ୍ସା ଅଧିକାରୀମାନେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ସଜାଗ ରହିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପରାମର୍ଶ ଦେଇଛନ୍ତି। ଆଜି ମନ୍ତ୍ରୀ ଶ୍ରୀ ନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀମାନଙ୍କ ସହ ସେହି ସବୁ ଜିଲ୍ଲାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଥିବା ସମସ୍ୟା ଏବଂ ବିଭିନ୍ନ ଯୋଜନାର କାର୍ଯ୍ୟକାରୀତା ସଂପର୍କରେ ଆଲୋଚନା କରିଥିଲେ। ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ପାଇଁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ଯାହା କିଛି ସମସ୍ୟା ରହୁଛି ସେ ସବୁର ଆଶୁ ସମାଧାନ ଦିଗରେ ତତ୍ପର ହେବାକୁ ପରାମର୍ଶ ଦେଇଛନ୍ତି। ବିଭିନ୍ନ ସ୍ୱାସ୍ଥ୍ୟ ଅନୁଷ୍ଠାନମାନଙ୍କରେ କାର୍ଯ୍ୟରତ ଡାକ୍ତର ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଯେପରି ନିୟମିତ ଭାବେ ସେମାନଙ୍କର କର୍ତବ୍ୟ ସମ୍ପାଦନ କରନ୍ତି ତାହା ସୁନିଶ୍ଚିତ କରିବା ନିମନ୍ତେ ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି। କର୍ତବ୍ୟରେ କୌଣସି ପ୍ରକାର ଅବହେଳାକୁ ପ୍ରଶୟ ଦିଆଯିବ ନାହିଁ ବୋଲି ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ ସତର୍କ କରାଇଦେଇଛନ୍ତି।
ସେହିପରି ଡି.ଏଚ୍.ଏଚ୍ ମାନଙ୍କରେ ରବିବାର ଏବଂ ଛୁଟି ଦିନମାନଙ୍କରେ ବିଶେଷଜ୍ଞ ଡାକ୍ତରମାନେ ଉପସ୍ଥିତ ରହିବା , କାଜୁଆଲିଟି ପରିଚାଳନା ଏବଂ ଗୁରୁତରରୋଗୀ ମାନଙ୍କ ପ୍ରତି ସଜାଗ ରହିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି। ନିରାମୟ ଯୋଜନାରେ ଯୋଗାଇ ଦିଆଯାଉଥିବା ଔଷଧର ସଠିକ୍ ବିନିଯୋଗ ପାଇଁ ମଧ୍ୟ କୁହାଯାଇଛି। ସ୍ୱାସ୍ଥ୍ୟ ଭିତିଭୂମିର ବିକାଶ ପାଇଁ ନିର୍ମାଣାଧୀନ ପ୍ରକଳ୍ପଗୁଡିକର କାର୍ଯ୍ୟ ତ୍ୱରାନିତ କରିବା , ଶତପ୍ରତିଶତ ଟୀକାକରଣ , ଗର୍ଭବତୀ ମହିଳା ଓ ନବଜାତକଙ୍କ ସ୍ୱାସ୍ଥ୍ୟ ପ୍ରତି ସଜାଗରହିବାକୁ କୁହାଯାଇଛି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଆରତୀ ଆହୁଜା ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ମୁଖ୍ୟଚିକିତ୍ସା ଅଧିକାରୀମାନେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସଂପର୍କରେ ନିୟମିତ ଭାବେ ସମୀକ୍ଷା କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ଜାତୀୟ ସ୍ୱାସ୍ଥ୍ୟମିଶନ ନିଦେ୍ର୍ଦଶିକା ଶାଳିନୀ ପଣ୍ଡିତ ମିଶନ ତରଫରୁ ଜିଲ୍ଲାମାନଙ୍କରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିକାଶ ଏବଂ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ପାଇଁ କାର୍ଯ୍ୟକାରୀ କରାଯାଉଥିବା କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା ରଖି ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀମାନେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପାପନ କରିବା , ପ୍ରଦତ ଅର୍ଥର ଶତପ୍ରତିଶତ ବିନିଯୋଗ କରିବାକୁ କହିଛନ୍ତି। ଓଡିଶା ରାଜ୍ୟ ମେଡିକାଲ ନିଗମ ପରିଚାଳନା ନିଦେ୍ର୍ଦଶକ ଆର୍.ପି.ସିଂହ , ଜାତୀୟ ସ୍ୱାସ୍ଥ୍ୟମିଶନ ଅତିରିକ୍ତ ନିଦେ୍ର୍ଦଶକ ସରୋଜ ସାମଲ ,ସ୍ୱାସ୍ଥ୍ୟସେବା ନିଦେ୍ର୍ଦଶକ ଡାଃ କୈଳାସ ଚନ୍ଦ୍ର ଦାଶ ଏବଂ ପରିବାର କଲ୍ୟାଣ ନିଦେ୍ର୍ଦଶକ ଡାଃ ବିନୋଦ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Share in top social networks!
Powered By Indic IME