“ ବିଜୁ ପଟ୍ଟନାୟକ ରୁରାଲ ହକି ଚାମ୍ପିୟନସିପ୍ ” ଉଦ୍ଘାଟିତ

hockrural ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଦିଲ୍ଲୀପ ତିର୍କୀ ଫାଉଣ୍ଡେସନ ତରଫରୁ “ ବିଜୁ ପଟ୍ଟନାୟକ ରୁରାଲ ହକି ଚାମ୍ପିୟନସିପ୍ ” ଆଜି ଉଦ୍ଘାଟିତ ହୋଇଛି। ଏହା ଆସନ୍ତା ମାସ ନଭେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ। ଆଜି କଳିଙ୍ଗ ଷ୍ଟାଡିୟମରେ ଦିଲ୍ଲୀପ ତିର୍କୀ ଫାଉଣ୍ଡେସନ ପକ୍ଷରୁ ପ୍ରତିଯୋଗିତା ଶୁଭାରମ୍ଭ କରିବା ସହ ଏହାର ଲୋଗୋ ଉନ୍ମୋଚନ କରାଯାଇଛି।

ଏଥିରେ କ୍ରୀଡା ଓ ଯୁବ ବିଭାଗର ସଚିବ ଶ୍ରୀ ବିଶାଳ କୁମାର ଦେବ (ଆଇ.ଏ.ଏସ୍) ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହା ସହ ସେ ଏହି ଚାମ୍ପିୟନସିପ୍ର ଲୋଗୋକୁ ଉନ୍ମଚିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭାରତୀୟ ହକି ଦଳର ପୂର୍ବତନ ଅଧିିନାୟକ ତଥା ‘ଦିଲ୍ଲୀପ ତିର୍କୀ ଫାଉଣ୍ଡେସନ’ର ପ୍ରତିଷ୍ଠାତା ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ବାଲୁକା ଶିଲ୍ପୀ ସୁଦର୍ଶନ ପଟ୍ଟନାୟକ, ପିଲୁ୍ୟଡ୍ ମୁଖ୍ୟ ସତ୍ୟବ୍ରତ ସାନୁ ରଥ, ପ୍ରତିଷ୍ଠିତ ବ୍ୟବସାୟୀ ବ୍ରହ୍ମା ମିଶ୍ର ଓ ଉକôଳ ଚାମ୍ବର ଅଫ୍ କମର୍ସର ସଭାପତି ରମେଶ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ।

ଏହି ଅବସରରେ ଦିଲ୍ଲୀପ ତିର୍କୀ କହିଥିଲେ, ତାଙ୍କ ଫାଉଣ୍ଡେସନର ମୂଳଲକ୍ଷ୍ୟ ହେଲା ଓଡିଶାର ସବୁ ଗ୍ରାମରୁ ପ୍ରତିଭା ସଂପନ୍ନ ଖେଳାଳୀଙ୍କୁ ସମସ୍ତ ପ୍ରକାରର ସୁବିଧା ଓ ସୁଯୋଗ ଦିଆଯିବ। ଓଡିଶା ସମେତ ପଡୋଶୀ ରାଜ୍ୟରୁ ପାଖାପାଖି ୧୫୦୦ ଦଳ ଏହି ପ୍ରତିଯୋଗିତାରେ ଭାଗନେବେ। ଏଥିରେ ଭଲ ପ୍ରଦର୍ଶନ କରିଥିବା ପ୍ରତିଭାବାନ୍ ଖେଳାଳିଙ୍କୁ ଆନ୍ତର୍ଜାତୀୟ ସ୍ତରରେ ଖେଳିବାର ସୁଯୋଗ ମିଳିବା ସହ ଏହି ଦିଗରେ ଉନ୍ନତମାନର ତାଲିମ୍ ଓ ସମସ୍ତ ସୁବିଧାସୁଯୋଗ ମିଳିବ। ମୋ ସହର ସଂପର୍କ ର ସଂପାଦକ ଶ୍ରୀଯୁକ୍ତ ସତ୍ୟବ୍ରତ ସାନୁ ରଥ ଏହି ଫାଉଣ୍ଡେସନକୁ ସହଯୋଗ କରିଛନ୍ତି। ଏହି ପ୍ରତିଯୋଗିତାର ସମସ୍ତ ପରିଚାଳନା ନିମନ୍ତେ ଅଗ୍ରଣୀ ମିଡିଆ ହାଉସ ପ୍ରିଲ୍ୟୁଡ୍ ସମସ୍ତ ଦାୟିତ୍ୱ ବହନ କରିଛି।

‘ଦିଲ୍ଲୀପ ତିର୍କୀ ଫାଉଣ୍ଡେସନ’ର କୋଷାଧକ୍ଷ ଅଜିତ ପାଲ ଉପସ୍ଥିତ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଚାମ୍ପିୟନସିପ୍ର ବ୍ରାଣ୍ଡ୍ ଆମ୍ବାସଡର୍ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ପଦ୍ମଶ୍ରୀ ଦିଲ୍ଲୀପ୍ ତିର୍କୀଙ୍କୁ ସେ ମଧ୍ୟ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ବିଶାଲ ଦେବ କହିଛନ୍ତି, ଏଭଳି ମେଗା ଇଭେଂଟ୍ ଗ୍ରାମାଂଚଳର ଖେଳାଳୀ ଭାଗ ନେଇଛନ୍ତି।

ଏହାଦ୍ୱାରା ଯୁବ ଖେଳାଳୀ ଉସôାହିତ ହେବା ସହ ରାଜ୍ୟସ୍ତରରେ ବହୁ ପ୍ରତିଭାବାନ ଖେଳାଳୀ ବାହାରିପାରିବେ। ଏହି ଅବସରରେ ବାଲୁକା ଶିଲ୍ପୀ ସୁଦର୍ଶନ ପଟ୍ଟନାୟକ କହିଥିଲେ, ଆମ ଖେଳାଳୀମାନେ ବହୁ ପ୍ରତିଭାଶାଳୀ। ମୁଁ ବାଲୁକା କଳା ମାଧ୍ୟମରେ ଏହି ଚାମ୍ପିୟନ୍ସିପ୍କୁ ବିଶ୍ୱର କୋଣ ଅନୁକୋଣରେ ଲୋକପ୍ରିୟ କରାଇବି।

ଏହି ଅବସରରେ ଗ୍ରାମାଂଚଳରେ ଓ ବିଶେଷ କରି ପଶ୍ଚିମ ଓଡିଶାରେ ଅନେକ ଯୁବକମାନଙ୍କ ଖେଳ ପ୍ରତି ପ୍ରଗାଢ଼ ଇଚ୍ଛା ରହିଛି
ା ସେମାନଙ୍କ ରାସ୍ତା ଦେଖାଇବା ପାଇଁ ଏହି ଚାମ୍ପିୟନସିପ୍ ଏକ ମାଧ୍ୟମ। ଶ୍ରୀ ମହାପାତ୍ର ଏହି ଚାମ୍ପିୟନର ସମସ୍ତ ସହଯୋଗ କରିଥିଲେ। ଏହି ଅବସରରେ ପ୍ରିଲ୍ୟୁଡ୍ର ପ୍ରତିଷ୍ଠାତା ଓ ମୁଖ୍ୟ ସତ୍ୟବ୍ରତ ସାନୁ ରଥ କହିଥିଲେ, ଏପରି ହକି ଖେଳ ଦିଗରେ ନୂଆ ପରିବ•ର୍ନ ଆଣିବା ପାଇଁ ଚାମ୍ପିୟନସିପର ପାର୍ଟନର ରୂପେ ଆମର ଚେଷ୍ଟା ରହିବ।

Share in top social networks!