ଖୁବ୍ ଶୀଘ୍ର “ଓଡ଼ିଶା ପର୍ଯ୍ୟଟନ ନୀତି’, ଟୁର୍ ଅପରେଟର୍ସମାନଙ୍କ ଭୂମିକାକୁ ଗୁରୁତ୍ୱ ଦିଆଯିବ : ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପଣ୍ଡା

iato
ରାଜ୍ୟରେ ପର୍ଯ୍ୟଟନକୁ ଅଧ#କ ବିକଶିତ ଓ ଆଥ#ର୍କ ଦୃଷ୍ଟିରୁ ସମୃଦ୍ଧ କରିବା ପାଇଁ ସରକାର ସବୁମନ୍ତେ
ଉଦ୍ୟମ କରୁଛନ୍ତି ଓ ଏହି ମର୍ମରେ ଖୁବ୍ ଶୀଘ୍ର “ଓଡ଼ିଶା ପର୍ଯ୍ୟଟନ ନୀତି’ ଘୋଷିତ ହେବ ବୋଲି ପର୍ଯ୍ୟଟନ ଓ ସଂସ୍କୃତି
ମନ୍ତ୍ରୀ ଶ୍ରୀ ଅଶୋକଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି । ଶ୍ରୀ ପଣ୍ଡା କହିଛନ୍ତି ଯେ ରାଜ୍ୟରେ ଥ#ବା ପର୍ଯ୍ୟଟନ ସମ୍ବଳର ଅଧ#କ
ପ୍ରଚାର ଓ ବିପଣନ ପାଇଁ ସରକାର ବିସ୍ତୃତ କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି ।
ଗତ କାଲି ଚେନ୍ନାଇଠାରେ ଅନୁଷ୍ଠିତ ଭାରତୀୟ ଟୁର୍ ଅପରେଟର୍ସ ମହାସଂଘର ୩୨ତମ ଜାତୀୟ
ଅଧ#ବେଶନରେ ମୁଖ୍ୟ ଅତିଥ#ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ଓଡ଼ିଶାରେ ପର୍ଯ୍ୟଟନ ବିକାଶ
ନିମନ୍ତେ ଦକ୍ଷିଣ ଏସିୟ ଦେଶଗୁଡ଼ିକ ସହ ଓଡ଼ିଶାକୁ ବିମାନ ଚଳାଚଳ ବ୍ୟବସ୍ଥା ସହ, ରାଜ୍ୟରେ ଆଦିବାସୀ,
ପରିବେଶ ଓ ବୌଦ୍ଧ ପର୍ଯ୍ୟଟନ ନିମନ୍ତେ ଅଧ#କ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ରାଜ୍ୟ ସରକାର ସବୁ ସ୍ତରରେ
ଉଦ୍ୟମ ଅବ୍ୟାହତ ରଖିଛନ୍ତି । ଟୁର୍ ଅପରେଟରର୍ସମାନେ ବିଦେଶୀ ଓ ଘରୋଇ ପର୍ଯ୍ୟଟକମାନଙ୍କୁ ଅଧ#କମାତ୍ରାରେ
ଅନୁକୂଳ ସୁବିଧା ସୁଯୋଗ ଦେଇ ଓଡ଼ିଶା ପର୍ଯ୍ୟଟନକୁ ବିଶେଷ ଭାବରେ ସହଯୋଗ କରିବାକୁ ମନ୍ତ୍ରୀ ଶ୍ରୀ ପଣ୍ଡା
କହିଥ#ଲେ । ଟୁର୍ ଅପରେଟର୍ସମାନଙ୍କ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖୁବ୍ ଶୀଘ୍ର ଘୋଷିତ
ହେବାକୁ ଯାଉଥ#ବା ପର୍ଯ୍ୟଟନ ନୀତିରେ ବିଭିନ୍ନ ବ୍ୟବସ୍ଥା ରଖିବେ ବୋଲି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।
ଚେନ୍ନାଇଠାରେ ଅନୁଷ୍ଠିତ ଏହି ଜାତୀୟ ସମାରୋହରେ ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ସ୍ୱତନ୍ତ୍ର ମଣ୍ଡପ
ଖୋଲାଯାଇଥ#ଲା । ଅଧ#ବେଶନରେ ଟୁର୍ ଅପରେଟର୍ସ ମହାସଂଘର ଅଧ୍ୟକ୍ଷକଙ୍କ ସମେତ ବିଭିନ୍ନ ରାଜ୍ୟରେ କାର୍ଯ୍ୟରତ
ପ୍ରତିନିଧ#ବୃନ୍ଦ ଯୋଗଦେଇଥ#ଲେ ।

Share in top social networks!