ଛତିଶଗଡ଼ର ଜିଦ୍‌ଖୋର ମନୋଭାବ ଓ କେନ୍ଦ୍ର ସରକାରଙ୍କ ଉଦେ୍ଦଶ୍ୟମୂଳକ ; ନିଷ୍କ୍ରିୟତା ପ୍ରତିବାଦରେ ବିଜେଡିର ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ

ମହାନଦୀ ପ୍ରସଂଗରେ ଛତିଶଗଡ଼ ସରକାରଙ୍କ ଜିଦ୍‌ ଖୋର ମନୋଭାବ ଓ କେନ୍ଦ୍ର ସରକାରଙ୍କ ଉଦେ୍ଦଶ୍ୟମୂଳକ ନିଷ୍କ୍ରିୟତା ପ୍ରତିବାଦରେ ଆଜି ବିଜୁ ଜନତା ଦଳ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଅପରାହ୍ଣ ୫ଟାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ କେନ୍ଦ୍ର ଜଳସଂପଦ ମନ୍ତ୍ରୀ ସୁଶ୍ରୀ ଉମା ଭାରତୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ମହାନଦୀ ଓଡ଼ିଶାର ଜୀବନ ରେଖା ଏବଂ ୧୫ଟି ଜିଲ୍ଲାର ୬୫ପ୍ରତିଶତ ଲୋକ ଏହା ଉପରେ ନିର୍ଭର କରନ୍ତି।

ଏହାଦ୍ୱାରା ଓଡ଼ିଶାର ବ୍ୟାପକ କ୍ଷତି ହେବା ସହିତ ପରିବେଶ ଉପରେ ଏହାର ପ୍ରଭାବ ପଡ଼ିବ। ସାତକୋଶିଆ, ଭିତରକନିକା ଓ ଚିଲିକା ମଧ୍ୟ ପ୍ରଭାବିତ ହେବ। ଛତିଶଗଡ଼ ସରକାର ବେଆଇନ୍‌ ଭାବେ ପ୍ରକଳ୍ପ ନିର୍ମାଣକୁ ରାଜ୍ୟ ସରକାର ତୀବ୍ର ବିରୋଧ କରିବା ସହ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତ୍ରିପାକ୍ଷିକ ବୈଠକରେ ସମାଧାନର ବାଟ ନବାହାରିବା ପର୍ଯ୍ୟନ୍ତ ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ରେ ନିର୍ମାଣ ଚାଲିଥିବା ବ୍ୟାରେଜ ପ୍ରକଳ୍ପ ବର୍ତ୍ତମାନ ପାଇଁ ବନ୍ଦ କରିବା ନିମନ୍ତେ ଓଡ଼ିଶା ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା।

କିନ୍ତୁ ବେଆଇନ୍‌ ଭାବେ ନିର୍ମାଣ କରୁଥିବା ଛତିଶଗଡ଼ ଓଡ଼ିଶାର ଦାବିକୁ ଅଗ୍ରାହ୍ୟ କରିଦେଇଥିଲା। କେନ୍ଦ୍ର ସରକାର ଛତିଶଗଡ଼ ସରକାରଙ୍କ ଏଭଳି ବେଆଇନ୍‌ କାର୍ଯ୍ୟକଳାପକୁ ପ୍ରତିହତ କରିବା ପରିବର୍ତ୍ତେ ଯେଭଳି ଉଦେ୍ଦଶ୍ୟମୂଳକ ଭାବରେ ସମସ୍ୟାକୁ ସମାଧାନ କରିବାରେ ଅସମର୍ଥ
ହେଲେ ତାହାକୁ ରାଜ୍ୟବାସୀଙ୍କ ତୀବ୍ର ନିନ୍ଦା କରାଯାଉଛି ଏବଂ ଏଥିରେ ଓଡ଼ିଶା ନ୍ୟାୟ ପାଇବାର ଆଶା କ୍ଷୀଣ ହୋଇଛି।

ଆଜିର ଏହି ବିକ୍ଷୋଭ ଓ କୁଶପୁତ୍ତଳିକା ଦାହରେ ଭୁବନେଶ୍ୱର ମଧ୍ୟ ବିଧାୟକ ବିଜୟ ମହାନ୍ତି, ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର ମହାନଗର ନିଗମ ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ. ଶାନ୍ତି, ବିଜୁ ଯୁବ ଜନତା ଦଳ ସାଧାରଣ ସଂପାଦକ ତଥା ମୁଖପାତ୍ର ବିଜୟ ନାୟକ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁଲି ମିଶ୍ର, ଭୁବନେଶ୍ୱର ଯୁବ ବିଜେଡି ସଭାପତି ବାବୁ ସିଂ, ଭୁବନେଶ୍ୱର ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ମହିଳା ସଭାନେତ୍ରୀ ଭାରତୀ ସିଂହ ପ୍ରମୁଖ ଯୋଗଦେଇଥିଲେ। ଏଥିରେ ମହିଳା ବିଜେଡିର ସୁନନ୍ଦା ଶତପଥୀ, ରୁନୁ ଜେନା, ରଞ୍ଜୁଲତା ରାୟ, ସ୍ନିଗ୍ଧା ପାଣିଗ୍ରାହୀ, ଯୁବନେତା ଚିନ୍ମୟ ସାହୁ, ଛାତ୍ର ବିଜେଡିର ଉପସଭାପତି ରାଜେଶ ରାଜ ସ୍ୱାଇଁ,ସାଧାରଣ ସଂପାଦକ ବିଶ୍ୱପ୍ରତାପ ସାହୁ, ଶ୍ରୀଚନ୍ଦନ ପାତ୍ର, ଅମିତ ଜେନା, ପବିତ୍ର ମହାପାତ୍ର, ସଂପାଦକ ପ୍ରଦୋଷ ପରିଡ଼ା,
ଛାତ୍ରନେତା ତନ୍ମୟ ସ୍ୱାଇଁ, ସୁଜିତ ପାଲ୍‌ଟାସିଂ, ପ୍ରମୋଦ ପାତ୍ରଙ୍କ ସମେତ ବହୁ କର୍ପୋରେଟର ଓ ଶତାଧିକ ଦଳୀୟ କର୍ମୀ
ସହଯୋଗ କରିଥିଲେ।

Share in top social networks!