ଧର୍ମଶାଳାରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର

dharmsalaଯାଜପୁର ଜିଲା ଧର୍ମଶଳା ବ୍ଲକ ସଭାଗୃହଠାରେ ଆଜି ବ୍ଲକ ସ୍ତରୀୟ ଜନଶୁଣାଣୀ ଅଭିଯୋଗ ଓ ମହାସମାଧାନ ଶିବିର
ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲାପାଳ ରଞନ କୁମାର ଦାସ ଏଥିରେ ଯୋଗଦେଇ ୨୮୪ଟି ବ୍ୟକ୍ତିଗତ ୫ଟି ସାମୁହିକ, ୩୪ଟି ସ୍ୱସ୍ଥ୍ୟଗତ
ମୋଟ ୩୨୩ଟି ଅଭିଯୋଗ ଶୁଣିଥିଲେ। ସେଥି ମଧ୍ୟରୁ ୧୬୧ଟି ଅଭିଯୋଗ ତତକ୍ଷଣାତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇ ସମାଧାନ କରିଥିଲାବେଳେ ୧୪ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧ଲକ୍ଷ୫ହଜାର ଓ ଜିଲ୍ଲା ରେଡକ୍ରସରୁ ୨୦ଜଣଙ୍କୁ ୯୦ହଜାରଟଙ୍କା

ସାହାଜ୍ୟ ପ୍ରଦାନ କରିଥିଲେ। ଅଧିକାଂଶ ଅଭିଯୋଗ ବିଜୁପକ୍କାଘର , ଇନ୍ଦିରାଆବାସ, ଭୁମିହୀନଙ୍କୁ ପଟ୍ଟା ପ୍ରଦନ ଓ ସ୍ୱସ୍ଥ୍ୟ ସମସ୍ୟା ସମ୍ପର୍କରେ ଥିବା ଜଣାପଡିଛି। ଏଷି ମହାସମାଧାନ ଶିବିରରେ ଯାଜପୁର ଏସପି ଅନୁପକୁମାର ସାହୁ, ଉପଜିଲ୍ଲାପାଳ ମହେଶ୍ୱର ପାଣିଗ୍ରାହୀ, ଜିଲ୍ଲା ଅତିରିକ୍ତ ପ୍ରକଳ୍ପ ଅଧିକାରୀ ଇନ୍ଦ୍ରମଣି ନାୟକ, ସୂଚନା ଲୋକସମ୍ପର୍କ ଅଧିକାରୀ ସନ୍ତୋଷ ସେଠୀ, ଜିଲ୍ଲା ଶିକ୍ଷା ଅଦôକାରୀ କପିଳେନ୍ଦ୍ର ମିଶ୍ର, ଡିପିସି ବିଷ୍ଣୁ ଚରଣ ସୂତାର, ଜିଲ୍ଲା କୃଷି ଉପନିଦେ୍ର୍ଦଶାକ ରାଜିବ ଲୋଚନ ଦାସ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ନେହଲତା ମହାନ୍ତି, ସମାଜ ମଙ୍ଗଳ ଅଧିକାରୀ ଚେତନା ସେଠୀ, ଗ୍ରାମ୍ୟ ଉର୍ଣ୍ଣୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଲୋକନାଥ ମିଶ୍ର, ତହସିଲଦାର ପ୍ରଭାସ କୁମାର ବେଉରା ପ୍ରମୁଖ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ସମାଧାନରେ ଅଂଶ ଗ୍ରହଣ କରିଥିଲେ।

ଧର୍ମଶାଳା ବିଡିଓ ଅବନୀ କୁମାର ସାହୁ ମହାସମାଧାନ ଶିବିରକୁ ପରିଚାଳନା କରିଥିଲେ। ଜନଶୁଣାଣୀ ପୁର୍ବରୁ ନୂତନ ଭାବେ ଯୋଗ ଦେଇଥିବା ଯାଜପୁର ଜିଲ୍ଲାପାଳଙ୍କୁ ପ•ାୟତ ସମିତି ପକ୍ଷରୁ ଉପାଦ୍ୟକ୍ଷ ଜଳଧର ମହାନ୍ତି, ବିଡିଓ ଶ୍ରୀ ସାହୁଙ୍କ ସମେତ ବ୍ଲକର ସମସ୍ତ ସଂପ୍ରଶାରଣ ଅଧିକାରୀ ଓ କର୍ମଚାରୀ ସ୍ୱାଗତ ଜଣାଇଥିବାବେଳେ, ଧର୍ମଶାଳା ପ୍ରେସକ୍ଲବ, ଗୋକଣ୍ଣିକା ସାହିତ୍ୟ ସମାଜ ପକ୍ଷରୁ ପୁଷ୍ପଗୁଛ ଦେଇ ଅଭିନନ୍ଦନ ଜଣାଯାଇଥିଲା।

Share in top social networks!