ସୁରଟଠାରେ ବୟନଶିଳ୍ପ ଉଦ୍ୟୋଗୀ ସମ୍ମିଳନୀ ଅନୁଷ୍ଠିତ

suratବୟନ ଶିଳ୍ପ କ୍ଷେତ୍ରରେ ଓଡ଼ିଶାରେ ପୁଞ୍ଜି ନିବେଶ ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ଏବଂ ଅନୁକୂଳ ଭିତ୍ତିଭୂମି ରହିଛି ।
ବିଶେଷ କରି ସ୍ପିନିଙ୍ଗ, ଉଇଭିଙ୍ଗ୍, ପ୍ରେସେସିଂ୍ ଓ ଉତ୍ପାଦନ ଶିଳ୍ପରେ ବ୍ୟାପକ ପୁଞ୍ଜିନିବେଶ ମାଧ୍ୟମରେ ଶିଳ୍ପ ପ୍ରତିଷ୍ଠା
ନିମନ୍ତେ ଗୁଜରାଟର ବୟନଶିଳ୍ପ ଉଦ୍ୟୋଗୀମାନେ ବିଶେଷ ଆଗ୍ରହ ପ୍ରକାଶ କରିଛନ୍ତି । ଏଥ#ପାଇଁ ସାଉଥ୍ ଗୁଜରାଟ
ଚ୍ୟାମ୍ବର୍ ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟି୍ର ମାଧ୍ୟମରେ ଏକ ପ୍ରତିନିଧ# ଦଳ ଓଡ଼ିଶା ଗସ୍ତରେ ଆସି ଭିତ୍ତିଭୂମି ନିରୀକ୍ଷଣ ଏବଂ
ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବେ । ଗୁଜୁରାଟର ସୁରଟରେ ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ
ବିଭାଗ ଅଧ#ନସ୍ତ ସ୍ପିନ୍ଫେଡ଼୍ ଓଡ଼ିଶା ଦ୍ୱାରା ଅନୁଷ୍ଠିତ ବୟନଶିଳ୍ପ ଉଦ୍ୟୋଗ ପତିମାନଙ୍କ ସମ୍ମିଳନୀରେ ଉପରୋକ୍ତ ନିଷ୍ପତ୍ତି
ଗ୍ରହଣ କରାଯାଇଛି । ଏଥ#ରେ ଗୁଜରାଟର ଶତାଧ#କ ଶିଳ୍ପପତି ଭାଗନେଇ ନିଜ ନିଜ ମତ ରଖିଥ#ଲେ । ରାଜ୍ୟ
ସରକାରଙ୍କ ବୟନଶିଳ୍ପ ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ଅତିରିକ୍ତ ନିର୍ଦ୍ଦେଶକ ଅନନ୍ତ ଦାସ, କୋଣାର୍କ ସୂତାକଳର
ପରିଚାଳନା ନିର୍ଦ୍ଦେଶକ ଦାଶରଥ# ଅଧ#କାରୀ, ସ୍ପିନଫେଡ଼ର ନୋଡ଼ାଲ ଅଫିସର ଶ୍ରୀ ନାରାୟଣ ସାହୁ ଯୋଗଦେଇ
ଓଡ଼ିଶା ସରକାରଙ୍କ ନୂତନ ଶିଳ୍ପ ନୀତି-୨୦୧୫, ମାଧ୍ୟମରେ ଓଡ଼ିଶାର ବୟନ ଶିଳ୍ପ ପ୍ରତିଷ୍ଠା ପାଇଁ ଉପଲବ୍ଧ ବିଭିନ୍ନ
ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥ#ଲେ । ଏହି ସୁବିଧାରୁ ଲାଭ ଉଠାଇବା ନିମନ୍ତେ ଶିଳ୍ପପତିମାନଙ୍କୁ
ଆହ୍ୱାନ ଦିଆଯାଇଥ#ଲା । ଗୁଜରାଟର ପ୍ରତିନିଧ# ଦଳଙ୍କ ଓଡ଼ିଶାଗସ୍ତ ସମୟରେ ଓଡ଼ିଶା ସରକାରଙ୍କ ତରଫରୁ ସମସ୍ତ
ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ସ୍ପିନଫେଡ଼୍ର ପରିଚାଳନା ନିର୍ଦ୍ଦେଶକ ଏ.ପି.ଦାସ ସୂଚନା ଦେଇଛନ୍ତି ।

Share in top social networks!