ନୂଆଦିଲ୍ଲୀ ଠାରେ ଗଣ ପର୍ବ ନୂଆଖାଇରେ ସାମିଲ ହେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

nuakhai- ଜୁହାର ପରିବାର ପକ୍ଷରୁ କାର୍ଯକ୍ରମ
- ଶଲା ବୁଢାର ପ୍ରମୁଖ କଳାକାର ଅଟଳ ବିହାରୀ ପଣ୍ଡାଙ୍କୁ ସମ୍ବର୍ଧନା
ନୂଆଦିଲ୍ଲୀ ଠାରେ ଜୁହାର ପରିବାର ତରଫରୁ ଆୟୋଜିତ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଉତ୍ସବରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ ।
ରାଜଧାନୀର ଜୱାହରଲାଲ ନେହେରୁ ଷ୍ଟାଡିୟମ ଠାରେ ଆୟୋଜିତ ଏହି ବର୍ଣ୍ଣାଢ୍ୟ ଉତ୍ସବରେ ଓଡ଼ିଶାର ଅନନ୍ୟ ସଂସ୍କୃତି ଓ ପରମ୍ପରାକୁ ଓଡ଼ିଆ ଲୋକମାନେ ମହାସମାରୋହରେ ପାଳନ ଅବସରରେ ସେ ଏଥିରେ ସାମିଲ୍ ହୋଇ ଆନନ୍ଦିତ ବୋଲି ଶ୍ରୀ ପ୍ରଧାନ କହିଥିଲେ ।
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଳନ, ନୃତ୍ୟ ସଙ୍ଗୀତର କାର୍ଯ୍ୟକ୍ରମ ଏବଂ ସ୍ୱତନ୍ତ୍ର ଓଡ଼ିଆ ରୋଷେୟାଙ୍କ ଦ୍ୱାରା ପ୍ରସ୍ତୁତ ବ୍ୟଞ୍ଜନର ମଜା ନେଉଥିବା ଲୋକମାନଙ୍କ ସହ ସାମିଲ୍ ହୋଇଥିଲେ ମନ୍ତ୍ରୀ ଶ୍ରୀ ପ୍ରଧାନ ।
ଏହି ଅବସରରେ ପୁରସ୍କାର ବିଜେତା ଶଲା ବୁଢା ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଥିବା ଅଟଳ ବିହାରୀ ପଣ୍ଡାଙ୍କୁ ମନ୍ତ୍ରୀ ଶ୍ରୀ ପ୍ରଧାନ ସମ୍ବର୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରେ ପ୍ରତିଷ୍ଠା ଲାଭ କରିଥିବା ପଶ୍ଚିମ ଓଡିଶାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଉତ୍ସବରେ ସାମିଲ ହୋଇଥିଲେ।

Share in top social networks!