ରାହୁଲ ଦ୍ରାବିଡ, ଭେଙ୍ଗସରକାର, ୱାଦେକର ପ୍ରଗତି ସ୍ପୋର୍ଟିଂର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେଲେ

rahul dravidରାଜଧାନୀର ସର୍ବପୁରାତନ କ୍ରିକେଟ କ୍ଲବ୍ ଭାବେ ପରିଚିତ ପ୍ରଗତି ସ୍ପୋର୍ଟିଂର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ସ୍ଥାନୀୟ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ବୁଧବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି | ଏହି ଉତ୍ସବରେ ଭାରତୀୟ କ୍ରିକେଟ ଦଳର ତିନି ପୂର୍ବତନ ଅଧିନାଯକ ରାହୁଲ ଦ୍ରାବିଡ, ଦିଲ୍ଲୀପ ଭେଙ୍ଗସରକାର, ଅଜିତ ୱାଦେକରଙ୍କ ସମେତ ପ୍ରଖ୍ୟାତ କ୍ରିକେଟ କୋଚ୍ ବାସୁ ପରାଞ୍ଜପେ ବିଶିଷ୍ଟ କୃକେଟ ସ୍ତମ୍ବକାର ବିଜୟ ଲୋକପାଲ୍ଲି ପ୍ରମୁଖ ଯୋଗଦେଇଥିଲେ |

ଏହି ଉତ୍ସବରେ ବିଶ୍ଵର ୩ୟ ସର୍ବାଧିକ ଟେଷ୍ଟ ରନ୍ ସ୍କୋରର ରାହୁଲ ଦ୍ରାବିଡ ସମସ୍ତଙ୍କ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଥିଲେ | ଏହି ଅବସରରେ ରାଜ୍ୟ କ୍ରିକେଟ ପାଇଁ ଗୌରବ ଆଣିଥିବା ଆନ୍ତର୍ଜ୍ୟାତିକ ଖେଳାଳି ଦେବାଶିଷ ମହାନ୍ତି, ସଞ୍ଜୟ ରାଉଳ, ମହିଳା କ୍ରିକେଟର ମାଧୁରୀ ମେହେଟା, ରୋଶୋନାରା ପରୱିନ ଏବଂ ଦୃଷ୍ଟିହୀନ କ୍ରିକେଟର ସୁଖରାମ ମାଝୀ, ପଙ୍କଜ ଭୁଏ ଓ ଏମ.ଜେ ଇକବାଲ୍ ପ୍ରମୁଖଙ୍କୁ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା | ପୁଣି ପ୍ରଗତି ସ୍ପୋର୍ଟିଂ କ୍ଳବରୁ କ୍ରିକେଟର ‘କ’ ଅକ୍ଷର ଶିଖି ରାଜ୍ୟ ତଥା ଦେଶରେ ଖ୍ୟାତି ଅର୍ଜନ କରିଥିବା ଜୁନିୟର ଆନ୍ତର୍ଜ୍ୟାତିକ ବାମହାତି ସ୍ପିନର ସତ୍ୟ ରଞ୍ଜନ ଶତପଥୀ, ଶ୍ରୀତମ ଦାସ, ବସନ୍ତ ମହାନ୍ତି, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଚିରଞ୍ଜିବୀ ବିଶ୍ଵାଳ, ଦେବବ୍ରତ କାନୁନଗୋ, ସଞ୍ଚୟନ ସାହାଣୀ, ଅଚ୍ୟୁତାନନ୍ଦ ଦାସ, ଜଗନ୍ନାଥ ଦାସ, ଟୁକୁନା ସାହୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା |

ଉଶ୍ଚବ ରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡାମନ୍ତ୍ରୀ ରମେଶ ଚନ୍ଦ୍ର ମାଝି ଅତିଥି ଭାବେ ଯୋଗ ଦେଇଥିଲେ | ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ, ପୁଲିସ୍ ଡିଜି ପ୍ରକାଶମିଶ୍ର, କ୍ଲବ ସଭାପତି ରଞ୍ଜିବ୍ ବିଶ୍ଵାଳ, ସମ୍ପାଦକ ନିଲେସ ବହିଦାର, ବରିଷ୍ଠ କ୍ରିକେଟ କୋଚ୍ କିଶୋର ମାଣିଆ ପ୍ରମୁଖ ଉପସ୍ଥିତ ଥିଲେ ମଧ୍ୟାହ୍ନରେ ରାହୁଲ ଦ୍ରାବିଡ, ଦିଲ୍ଲୀପ ଭେଙ୍ଗସରକାର, ଅଜିତ ୱାଦେକର ପ୍ରଗତି ସ୍ପୋର୍ଟିଂର ଖେଳପଡିଆକୁ ଯାଇ ସେଠାରେ କ୍ଲବ୍ ର ଛୋଟପିଲାଙ୍କ ସହ ମିଶିଥିରେ ଏବଂ ସେମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ | ସେମାନଙ୍କ ପସନ୍ଦର କ୍ରିକେଟ ତାରକାଙ୍କୁ ପାଖରେ ପାଇ ପିଲାମାନେ ସେମାନଙ୍କଠାରୁ ଅଟୋଗ୍ରାଫ୍ ନେବା ପାଇଁ ପ୍ରତିଦ୍ଵନ୍ଦିତାରେ ମାତିଥିଲେ |

Share in top social networks!
Powered By Indic IME