ଗଞ୍ଜାମରେ ଆରମ୍ଭ ହେଲା କୌଶଳ ବିକାଶ ଯାତ୍ରା

muralisharmaକୌଶଳ ବିକାଶ ଯୋଜନା ଯୁବବର୍ଗଙ୍କୁ ଆତ୍ମନିର୍ଭର ସହ ସ୍ୱାଭିମାନୀ ହେବାର ସହାୟକ ହେବ : ମୁରଲୀ ଶର୍ମା
ରାଜ୍ୟ ବିଜେପିର ବରିଷ୍ଠ ନେତା ମୁରଲୀ ମନୋହର ଶର୍ମା ଗଞ୍ଜାମ ଜିଲା
ଗସ୍ତ କରି ସେଠାରେ କେନ୍ଦ୍ର ସରକାରଙ୍କର କୌଶଳ ବିକାଶ ଯୋଜନାକୁ ଲୋକଙ୍କ ନିକଟରେ
ପହ•ାଇବା ପାଇଁ କୌଶଳ ବିକାଶ ଯାତ୍ରା ଆରମ୍ଭ କରିଛନ୍ତି । ଶ୍ରୀ ଶର୍ମା ଏହି ଯାତ୍ରା ଅବସରରେ
କହିଛନ୍ତି ଯେ, ମୋଦି ସରକାର ଦେଶର ଯୁବକ ଏବଂ ମହିଳାମାନଙ୍କୁ ରୋଜଗାରକ୍ଷମ କରିବା
ପାଇଁ ଏହି ଯୋଜନା ଆରମ୍ଭ କରିଛନ୍ତି । ସେ କହିଛନ୍ତି କୌଶଳ ବିକାଶ ଯୋଜନା ମାଧ୍ୟମରେ
ଶିକ୍ଷାରୁ ବ•ôତ ଗରିବ ଏବଂ ମଧ୍ୟବିତ ଲୋକଙ୍କୁ ପ୍ରଶିକ୍ଷଣ ଦେବା ସହିତ ସେମାନଙ୍କୁ ରୋଜଗାର,
ଆତ୍ମନିର୍ଭର ଏବଂ ସ୍ୱାଭିମାନୀ ହେବାକୁ ଚେଷ୍ଠା କରାଯାଉଛି । ଏହି ଯୋଜନାରେ ହେବାକୁ ଥିବା
ଲାଭ ବିଷୟରେ ଶ୍ରୀ ଶର୍ମା କହିଲେ ଯେ ଆଜିର ଆଧୁନିକ ଯୁଗରେ ମୋବାଇଲ ମରାମତି ଏବଂ
ବିୟୁଟିସିଆନର ପ୍ରଶିକ୍ଷଣ ଦେଇ ଦେଶର ଗରିବ ଏବଂ ପଛୁଆ ବର୍ଗର ଲୋକଙ୍କୁ ଆତ୍ମନିର୍ଭର
କରିବାରେ ସହାୟକ ହେବ । ସେହିପରି ସିଲେଇ, ଡ଼୍ରାଇଭିଂ, ରୋଷେଇ ଆଦି କୌଶଳ ବିକାଶ
ଯୋଜନାରେ ସାମିଲ କରାଯାଇଛି । ଏହି କୌଶଳ ବିକାଶ ଯାତ୍ରାର ଆୟୋଜନ କରିଥିଲେ ନିରଞ୍ଜନ
ପାଣିଗ୍ରାହୀ । ଏହି ଯାତ୍ରା ପୁରୁଷୋ•ମପୁରରୁ ଆସିକା ଦେଇ ଭଞ୍ଜନଗରରେ ପହ•ôଥିଲା ।
ଉଦ୍ଘାଟନ କାର୍ଯ୍ୟକ୍ରମ ପରେ ଭଞ୍ଜନଗର ସର୍କିଟ୍ ହାଉସ୍ ଠାରେ ଜିଲା ଭାରତୀୟ ଜନତା
ପାର୍ଟିର ନେତାମାନଙ୍କ ସହିତ ଶ୍ରୀ ଶର୍ମା ଏକ ବୈଠକ କହିଥିଲେ । ଶ୍ରୀ ଶର୍ମା ଏହି ଅବସରରେ
ଉପସ୍ଥିତ ପାର୍ଟିର କାର୍ଯ୍ୟକ•ର୍ାମାନଙ୍କୁ ସମ୍ବୋଧିତ କରି କହିଲେ ଯେ, ମୋଦି ସରକାରଙ୍କ ଏକମାତ୍ର
ଲକ୍ଷ୍ୟ ହେଉଛି ଭାରତକୁ ସବୁକ୍ଷେତ୍ରରେ ବିଶ୍ୱଗୁରୁ ଭାବେ ତିଆରି କରିବା ଯାହାପାଇଁ ଡ଼ିଜିଟାଲ
ଇଣ୍ଡିଆ, ମେକ୍ଇନ୍ ଇଣ୍ଡିଆ ଏବଂ ସ୍କିଲ ଇଣ୍ଡିଆ ଭଳି ଯୋଜନା ଆରମ୍ଭ କରାଯାଇଛି ।
ଏହି ଅବସରରେ ବିଜେପିର ଗଞ୍ଜାମ ଜିଲା ସଭାପତି ଶ୍ରୀ ପୃଥ୍ୱୀରାଜ ମହାପାତ୍ରଙ୍କ ସମେତ
ଦୀନବଂଧୁ ସାହୁ, ନୀଳମାଧବ ପାତ୍ର, ସନ୍ତୋଷ କୁମାର ତିଆଡ଼ୀ, ମାନସ କୁମାର ଜେନା, ସୀତାରାମ
ଗୌଡ଼ ଓ ହରପ୍ରସାଦ ମିଶ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Share in top social networks!