କଂଗ୍ରେସ ଆଣିଲା ମହାନଦୀ ଉପରେ ଶ୍ୱେତପତ୍ର

14317590_1088818461205253_8837138089442484740_n
 ମହାନଦୀ ପ୍ରସଙ୍ଗରେ ସରକାର କରିଛନ୍ତି ମହାପ୍ରତାରଣା
 ଶ୍ୱେତପତ୍ରରେ ପଦାରେ ପଡିଛି ରାଜ୍ୟ ସରକାରଙ୍କ ଦୋମୁହାଁ ନୀତି
 ବୈଠକରେ ଆଲୋଚନାପାଇଁ ଶୁଭେଚ୍ଛା
 ହେଲେ ଓଡ଼ିଶାର ହକ୍କୁ ନେଇ ସାଲିସ କରାନଯାଉ
 ତ୍ରିପାକ୍ଷିକ ବୈଠକରେ ଓଡିଶାର ସ୍ୱାର୍ଥହାନୀ ହେଲେ ବରଦାସ୍ତ କରାଯିବ ନାହିଁ
 ଓଡିଶା ହକ୍ର ବିନ୍ଦୁଏ ଜଳ ଛତିଶଗଡକୁ ନଦେବାକକୁ କଂଗ୍ରେସ ସକଳ୍ପ ବଦ୍ଧ

ମହାନଦୀ ଓଡିଶାର ଜୀବନ ସ୍ରୋତ, ଓଡିଶାବାସୀଙ୍କ ମା’ ନଦୀ। ମହାନଦୀ ପାଣିକୁ ନେଇ ଏବେ ଓଡିଶାବାସୀ ଆତଙ୍କିତ। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାରଙ୍କ ଦ୍ୱାରା ତିଆରି କରାଯାଉଥିବା ବିଭିନ୍ନ ପ୍ରକଳ୍ପ ଯୋଗୁଁ ଓଡ଼ିଶା ବହୁମାତ୍ରାରେ ପ୍ରଭାବିତ ହେବ ବୋଲି ଆଶଙ୍କା ପ୍ରକାଶ ପାଉଛି। ଅଣମୌସୁମୀ ସମୟରେ ମହାନଦୀ ଦେଇ ପ୍ରବାହିତ ଜଳର ପରିମାଣ କମିଯିବ, ଚାଷ ପାଇଁ ପାଣି ମିଳିବନି, ହୀରାକୁଦ ଜଳଭଣ୍ଡାରରେ ଆବଶ୍ୟକ ପାଣି ରହିବ ନାହିଁ, ଜଳ ବିଦୁ୍ୟତ୍ ବାଧାପ୍ରାପ୍ତ ହେବ, ଶିଳ୍ପାନୁଷ୍ଠାନଗୁଡିକ ପାଣି ପାଇବେନି ଏମିତି ଅନେକ ପ୍ରଶ୍ନ ଆତଙ୍କିତ କରିଛି । ମହାନଦୀ ପ୍ରସଙ୍ଗରେ ଗତ ୧୬ବର୍ଷ ଭିତରେ ବିଜେଡି ସରକାରଙ୍କ ଅପାଗରତା ଓ ମହାପ୍ରତାରଣା ପାଇଁ ଆଜି ମହାନଦୀର ଜଳରେ ଓଡିଶାର ହକ୍ଉପରେ ଆକ୍ରମଣ କରିବାକୁ ବସିଛି। ଏହାକୁ ଆନ୍ତରିକତାର ସହ ଠିକଣା ଜାଗାରେ ପ୍ରତିବାଦ କରିବା ବଦଳରେ ନିଜ ଅପାଗରତା ଘୋଡାଇବା ସହ ଓଡିଶାବାସୀଙ୍କୁ ଭୂଆଁ ବୁଲାଇବା ପାଇଁ ଆନେ୍ଦାଳନ ନାଟକ ଚଳାଇଛନ୍ତି ।

ହେଲେ ରାଜ୍ୟସରକାର ୨୦୦୦ ମସିହାରୁ ତକ୍ରାଳୀନ ମଧ୍ୟପ୍ରଦେଶ ଓ ଛତିଶଗଡ ମହାନଦୀ ଉପରେ କରୁଥିବା ବେଆଇନ ନିର୍ମାଣ ସର୍ମ୍ପର୍କରେ ଅବଗତ ଥାଇ ବି ଓଡିଶାବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳୀ ଦେଇଦେଇଛନ୍ତି । ୧୬ବର୍ଷ ଭିତରେ ୧୬ ମିନିଟ୍ବି ସମୟ ପାଇଲେନି ମହାନଦୀ, ହୀରାକୁଦ ନଦୀବନ୍ଧ ସର୍ବୋପରି ଓଡିଶାବାସୀଙ୍କ ଭବିଷ୍ୟତକୁ ବିପନ୍ନ କରିବାକୁ ଯାଉଥିବା ଏହି ଛତିଶଗଡ ସରକାରଙ୍କ ଏଭଳି କାର୍ଯ୍ୟର ସମ୍ପର୍କରେ ଆଲୋଚନା କରିବା ପାଇଁ। ଏବେ ନେଡିଗୁଡ କହୁଣିକୁ ବୋହିଯାଇଛି । ଛତିଶଗଡ ମହାନଦୀର ଜଳପ୍ରବାହକୁ ରୋକିବା ଭଳି ଅନେକ ଡ୍ୟାମ, ବ୍ୟାରେଜ୍ ବନ୍ଦ କରିସାରିଲାଣି । ଏଥିପାଇଁ କେବଳ ଜଳ ସମ୍ପଦ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଦାୟୀ। ଓଡିଶାର ବିଜେଡି ଓ ଛତିଶଗଡର ବିଜେପି ସରକାର ଦାୟୀ। ହେଲେ ଏବେ ତ୍ରିପାକ୍ଷିକ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ଯାଉଛନ୍ତି ଯେତେବେଳେ ଆମେ ସେ ଆଲୋଚନାର ସ‘ଳକାମନା କରୁଛୁ । ହେଲେ ନବୀନ ବାବୁ କିଭଳି ଭାବେ ପ୍ରସ୍ତୁତ ତାହା ରାଜ୍ୟବାସୀ ଏବେବି ଅନ୍ଧାରରେ । ଏ ସମ୍ପର୍କରେ ଏକ ଶ୍ୱେତପତ୍ର ପ୍ରକାଶ କରିବା ପାଇଁ ଆମେ ଦାବି କରିଆସିଥଲୁ । ହେଲେ ରାଜ୍ୟସରକାର ଏହା କଲେନାହିଁ ।

ବିଜେପି ଏହାରି ଉପରେ ଖୁବ୍ଶିଘ୍ର ଶ୍ୱେତପତ୍ର ପ୍ରକାଶ କରିବ ବୋଲି ଘୋଷଣା କଲା ନାହିଁ । ତେଣୁ ମହାନଦୀ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ଅନ୍ଧାରରେ ଥିବା ଓଡିଶାବାସୀଙ୍କ ନିକଟରେ ମହାନଦୀ ଗୁମରରର ଖୁଲାସା କରିବା ପାଇଁ ଓ କେମିତି ରାଜ୍ୟସରକାର ମହାନଦୀ ପ୍ରସଙ୍ଗରେ କେମିତି ରାଜ୍ୟବାସୀଙ୍କ ପ୍ରତି ମହାପ୍ରତାରଣା କରିଛନ୍ତିତାହା ଲୋକ ଲୋକଚନକୁ ଆଣିବା ପାଇଁ ଓ ବାସ୍ତବରେ ମହାଂନଦୀ ପ୍ରସଙ୍ଗର ମୂଳରୁ ବିଜେଡିର ଆଭିମୁଖ୍ୟ କଣ ତାହା ପ୍ରକାଶ କରିବା ସହ ମହାନଦୀ ପ୍ରସଙ୍ଗରେ ଓଡିଶାର ସ୍ୱାର୍ଥ କେମିତି ସୁରକ୍ଷିତ ରଖାଯାଇପାରିବ ସେ ସମ୍ପର୍କରେ ମତାମତ ସମ୍ବଳିତ ମହାନଦୀ ଜଳ ସଂକ୍ରାନ୍ତରେ ଏହି ଶ୍ୱେତପତ୍ର ପ୍ରଦେଶ କଂଗ୍ରେସ ପକ୍ଷରୁ ପ୍ରକାଶ କରାଯାଇଛି ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ,ରାଜ୍ୟ ସରକାରଙ୍କ ଉଦାସୀନତା ତଥା ମହାପ୍ରତାରଣା କାରଣରୁ ମହାନଦୀ ପ୍ରସଙ୍ଗକୁ ନେଇ ଏବେ ଯେଉଁଭଳି ପରିସ୍ଥିତି ସୃଷ୍ଟି ହୋଇଛି,ଏହା କାବେରୀ ଜଳ ବିବାଦର ରୂପ ନ ନେଉ। ପ୍ରସ୍ତାବିତ ବୈଠକରେ ଓଡିଶାର ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଇ ଓଡିଶା ଓ ଛତିଶଗଡ ମଧ୍ୟରେ ଜଳ ଆବଂଟନ ଚୁକ୍ତିନାମା କରାଯାଉ। ମହାନଦୀ ଜଳ ବିବାଦରେ ଓଡିଶାର ସ୍ୱାର୍ଥ ସୁରକ୍ଷିତ ହେବା ଭଳି ଆପୋଷ ବୁଝାମଣା ନହେଲେ ତୁରନ୍ତ ଓଡିଶା ସରକାର ଆନ୍ତଃରାଜ୍ୟ ଜଳ ବିବାଦ ଆଇନ୍, ୧୯୫୬ ଅନ୍ତର୍ଗତ ବ୍ୟବସ୍ଥା ଅନୁଯାୟୀ ମହାନଦୀ ଜଳ ବିବାଦ ଟି୍ରବୁ୍ୟନାଲ୍ ଗଠନ ପାଇଁ କେନ୍ଦ୍ର ସରକାରଙ୍କୁ ଜଣାନ୍ତୁ।

ମହାନଦୀ ଏବଂ ଏହାର ଅବବାହିକାର ବିକାଶ ପାଇଁ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ମହାନଦୀ ରିଭର କର୍ପୋରେସନ / ବୋର୍ଡ ଗଠନ କରାଯାଉ। ହୀରାକୁଦର ଉପରମୁଣ୍ଡରେ ଥିବା ମହାନଦୀରେ ଛତିଶଗଡ ସରକାରଙ୍କ ଦ୍ୱାରା ନିର୍ମାଣାଧିନ ସମସ୍ତ ବନ୍ଧ, ବ୍ୟାରେଜ୍, ପାୱାର ପ୍ଲାଂଟ କାର୍ଯ୍ୟ ତୁରନ୍ତ ବନ୍ଦ କରାଯାଉ। ମହାନଦୀ ପାଣି ଉଭୟ ରାଜ୍ୟର ଅବବାହିକା ଅଧିବାସୀଙ୍କର ଜୀବନ, ଜୀବିକା ପାଇଁ ; ବ୍ୟବସାୟ ପାଇଁ ନୁହେଁ। ମହାନଦୀର ଜଳ ଉପରେ ନଦୀର ଅବବାହିକାରେ ବସବାସ କରୁଥିବା ଲୋକମାନଙ୍କର ପ୍ରଥମ ଅଧିକାର। ସେମାନଙ୍କର ପିଇବା ପାଇଁ ପାଣି, ଚାଷ ପାଇଁ ପାଣି ଓ ପରିବେଶର ଆବଶ୍ୟକତାକୁ ପ୍ରାଥମିକତା ଦିଆଯିବା ଦରକାର। ଏଥିପାଇଁ ଓଡିଶା ସରକାର ଏକ ବିଧିବଦ୍ଧ ଆଇନ୍ ପ୍ରଣୟନ କରନ୍ତୁ। ଛତିଶଗଡ ଓ ଓଡିଶା ସରକାର ଘରୋଇ କମ୍ପାନୀ, ଶିଳ୍ପପତି, ଉଦ୍ୟୋଗପତି ଓ ଖଣି ମାଲିକମାନଙ୍କୁ ମହାନଦୀର ମାଲିକ କରିପାରିବେ ନାହିଁ। ଏହା ଅବବାହିକା ଅଧିବାସୀମାନଙ୍କ ପାଇଁ ପ୍ରକୃତିର ଦାନ। ନଦୀ ଓ ନଦୀ ଅବବାହିକାର ସର୍ବାଙ୍ଗୀନ ବିକାଶ ଦୃଷ୍ଟିଭଙ୍ଗୀକୁ ନେଇ ଏକ ସମନ୍ୱିତ ମହାନଦୀ ନୀତି ରାଜ୍ୟ ସରକାର ପ୍ରସ୍ତୁତ କରନ୍ତୁ। ଓଡିଶା ସରକାର ହୀରାକୁଦର ଉପରମୁଣ୍ଡରେ
ଚାଲିଥିବା ଏବଂ ନିର୍ମାଣାଧିନ ଥିବା ସମସ୍ତ ପ୍ରକଳ୍ପ ସଂକ୍ରାନ୍ତୀୟ ତଥ୍ୟ, ଏହାର ପରିବେଶ ଓ ପର୍ଯ୍ୟାବରଣ ଉପରେ ପ୍ରଭାବ, ଜଳଭଣ୍ଡାରର ଧାରଣ କ୍ଷମତା, ଉଭୟ ରାଜ୍ୟର ବର୍ତମାନ ଏବଂ ଆଗାମୀ ଶହେ ବର୍ଷ ପାଇଁ ଚାହିଦାର ଆକଳନ ସମ୍ବଳିତ ଏକ ଦସ୍ତାବିଜ୍ ତୁରନ୍ତ ପ୍ରକାଶ କରନ୍ତୁ। ମହାନଦୀର ସୁରକ୍ଷାରେ ବିଫଳ ହୋଇଥିବା ବିଜୁ ଜନତା ଦଳ ସରକାରରେ ଥାଇ ମଧ୍ୟ ଏହାକୁ ନେଇ ଆନେ୍ଦାଳନ ରାଜନୀତି କରିବା ଏକ ପ୍ରହସନ। ମହାନଦୀରେ ବଳକା ପାଣି ନାହିଁ।

ମହାନଦୀ ପାଲଟିଲାଣି ନିଅଂଟିଆ ନଦୀ। ହୀରାକୁଦ ଜଳଭଣ୍ଡାରରେ ଜଳାଭାବ ଯୋଗୁଁ ହୀରାକୁଦ କମାଣ୍ଡ ଅଂଚଳରେ ଜଳସେଚନ ବାଧାପ୍ରାପ୍ତ ହେବା ସହିତ ରବି ଫସଲ ପାଇଁ କେନାଲର ତଳି ଅଂଚଳକୁ ପାଣି ମାଡୁନାହିଁ। ତିରୋଟ ସମୟରେ କେନାଲରେ ପାଣି ଯୋଗାଇବା ମ୍ମ ସମ୍ଭବ ହେଉନାହିଁ। ମହାନଦୀର ଉପରମୁଣ୍ଡରେ ବ୍ୟାପକ ଜଙ୍ଗଲ ଅବକ୍ଷୟ ଏବଂ ଅବବାହିକାରେ ଗଢି ଉଠିଥିବା ବିଭିନ୍ନ ଶିଳ୍ପାନୁଷ୍ଠାନ ବିଶେଷକରି ସ୍ପଞ୍ଜ ଆଇରନ୍, ତାପଜ ବିଦୁ୍ୟତ କେନ୍ଦ୍ର ଏବଂ ଆଲୁମିନିୟମ୍ ପ୍ରକଳ୍ପଗୁଡିକ ଗଢି ଉଠିଥିବାରୁ ମହାନଦୀର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି। ଜଳଭଣ୍ଡାର ପଟୁମାଟିରେ, କୋଇଲା ଗୁଣ୍ଡ ଓ ନିଦା ପାଉଁଶରେ ଭର୍ତି ହେବା ସହ ପ୍ରଦୂଷିତ ଏବଂ ସଂକୁଚିତ ହେଉଛି। ଜଳଭଣ୍ଡାରର ଜଳଧାରଣ କ୍ଷମତା ମ୍ମ କମୁଛି। ନିର୍ମାଣ ବେଳେ ଯେତେ ପଟୁମାଟି ଭର୍ତି ହେବ ବୋଲି ଆକଳନ କରାଯାଇଥିଲା ଏସବୁ କାରଣରୁ ଏବେ ଅଢ଼େଇଗୁଣାରୁ ଅଧିକ ଭର୍ତି ହୋଇ ଜଳଭଣ୍ଡାର ପୋତି ହୋଇଗଲାଣି। ତେଣୁ ଜଳଭଣ୍ଡାରର କ୍ଷମତା ବୃଦ୍ଧି ବର୍ତମାନର ସବୁଠୁ ବଡ ଆବଶ୍ୟକତା। ହୀରାକୁଦ ଜଳଭଣ୍ଡାରରୁ ମୁହାଣ ପର୍ଯ୍ୟନ୍ତ ମହାନଦୀ ଜଳର ସର୍ବାଧିକ ଉପଯୋଗ ଓ ଉତମ ପରିଚାଳନା କରାଯାଉ।

ଏଥିନିମନ୍ତେ ନୀତି, ଯୋଜନା ଖସଡା ପ୍ରସ୍ତୁତ କରାଯାଇ କାର୍ଯ୍ୟକାରୀ କରାଯାଉ। ଯେଉଁସବୁ ପ୍ରକଳ୍ପ / ଯୋଜନା ସହ ଆନ୍ତଃ-ରାଜ୍ୟ ପ୍ରସଙ୍ଗ ଜଡିତ ସେଭଳି କ୍ଷେତ୍ରରେ ଓଡିଶା ସରକାର ତୁରନ୍ତ ଯନôବାନ ଓ କ୍ରିୟାଶୀଳ ହେବା ଜରୁରୀ ଅଟେ। ପୋଲାଭରମ୍, ଇନ୍ଦ୍ରାବତୀ ଓ ଜୁଆରନଳା, ଝଞ୍ଜାବତୀ, ବଂଶଧାରା (ନେରେଡି), ବହୁଦା, ପେଡାଗଡା, ଇବ୍, ସପନାଇ, ଅପର ଜୋଙ୍କ, ଲୋୟର ଜୋଙ୍କ, ଅଙ୍ଗ, ଜିରା, ଲୋୟର କୋଲାବ, ସୁବର୍ଣ୍ଣରେଖା ଭଳି ଆନ୍ତଃ-ରାଜ୍ୟ ନଦୀ ପ୍ରକଳ୍ପରେ ରାଜ୍ୟର ସ୍ୱାର୍ଥ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମହାନଦୀ ଓ ଓଡିଶାର ଅନ୍ୟ ନଦୀଗୁଡିକର ସୁରକ୍ଷା ଓ ନଦୀ ଜଳର ସଦୁପଯୋଗ ତଥା ସୁପରିଚାଳନା ପାଇଁ କାର୍ଯ୍ୟ ଓ ଗବେଷଣା କରୁଥିବା ବ୍ୟକ୍ତି ବିଶେଷ, ବୈଷୟିକ ସଂସ୍ଥା, ଅନୁଷ୍ଠାନ, ସାମାଜିକ ସଂଗଠନ ସହ ସରକାର ସମନ୍ୱୟ ରଖନ୍ତୁ। ୧୬ ବର୍ଷ ଧରି ବିଜେଡି ଦଳ ଓ ଜଳସଂପଦ ବିଭାଗ ଦାୟିତ୍ୱରେ ଥିବା ଖୋଦ୍ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜଟିଳ ରୂପ ଧାରଣ କରିଥିବା ମହାନଦୀ ଜଳ ବିବାଦ ପାଇଁ ସଂପୂର୍ଣ୍ଣ ରୂପେ ଦାୟୀ। ରାଜ୍ୟ ସ୍ୱାର୍ଥ ରକ୍ଷା କରିବାରେ ଚରମ ଅବହେଳା ପାଇଁ ମଧ୍ୟ ସେ ଉତରଦାୟୀ। ନିଜର ଦାୟିତ୍ୱ ନ ତୁଲେଇ ରାଜ୍ୟବାସୀଙ୍କ
ସ୍ୱାର୍ଥ ପ୍ରତି ପ୍ରତାରଣା କରିଛନ୍ତି।

ମହାନଦୀର ଜଳ ଓଡିଶାବାସୀଙ୍କର ରକ୍ତ। ରାଜ୍ୟ ହକ୍ରୁ ଗୋଟିଏ ବିନ୍ଦୁ ମଧ୍ୟ ଜଳ ଛଡାଯିବ ନାହିଁ। ମହାନଦୀ ଜଳ ପ୍ରସଙ୍ଗରେ ରାଜ୍ୟ ସରକାର ଓଡିଶାବାସୀଙ୍କୁ ଅନ୍ଧାରରେ ରଖିଥିବା ବେଳେ ବିରୋଧୀ ଦଳ ନେତାଙ୍କ ନେତୃତ୍ୱରେ କଂଗ୍ରେସ ବିଧାୟକମାନଙ୍କର ଏକ ପ୍ରତିନିଧି ଦଳ ଛତିଶଗଡ ଗସ୍ତ କରିଥିଲେ। ଓଡିଶା ଏବଂ ଛତିଶଗଡ ସରକାରଙ୍କ ପ୍ରତାରଣା ବିରୁଦ୍ଧରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଗତ ଅଗଷ୍ଟ ୧୬, ୨୦୧୬ ରେ ‘ଓଡିଶା ବନ୍ଦ’ ଡାକରା ଦିଆଯାଇଥିଲା। ରାଜ୍ୟବାସୀ ବନ୍ଦରେ ସାମିଲ ହୋଇଥିଲେ ଏବଂ ବନ୍ଦ ଅଭୂତପୂର୍ବ ଭାବେ ସଫଳ ହୋଇଥିଲା। ମହାନଦୀ ଜଳ ପ୍ରସଙ୍ଗରେ ସଂଗ୍ରାମ ଜାରି ରଖିବା ପାଇଁ କଂଗ୍ରେସ କଟୀବଦ୍ଧ ବୋଲି ଶ୍ରୀ ହରିଚନ୍ଦନ ସାମ୍ବାଦିକ ସମ୍ମଳିନୀରେ ଘୋଷଣା କରିଥିଲେ। ଏ ସାମ୍ବାଦିକ ସମ୍ମିଳନୀରେ ମିଡିଆସେଲ ଅ୍ମକ୍ଷ କୈଳାସ ଆଚାର୍ଯ୍ୟ, ପିସିସି ଉପସଭାପତି ରବୀନ୍ଦ୍ର ସେଠୀ, ପିସସି ସାଧାରଣ ସମ୍ପାଦକ ଶୁଭେନ୍ଦୁ ମହାନ୍ତି, ସୁଲୋଚନା ଦାସ, ମୁଖପାତ୍ର ଗିରିଜା ଶଙ୍କର ଦାଶ ଓ ସୌଗତ ମହାନ୍ତି ଉପସ୍ଥିତ ଥିଲେ.

ଏହି ଶ୍ୱେତପତ୍ରରେ ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାର ସବୁ ଜାଣି କେମିତି ଅଜଣା ଥିଲେ ସେ ସମ୍ପର୍କିତ ଅନେକ ଦଲିଲ ଓ ଗୁରୁତ୍ୱପୂର୍ଣ୍ଣନଥି ସ୍ଥାନୀତ କରାଯାଇଛି । ଜୁଲାଇ ୭ ତାରିଖ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତତ୍କାଳୀନ କେନ୍ଦ୍ର ଜଳସେଚନ ମନ୍ତ୍ରୀ ଶ୍ରୀ ଅର୍ଜୁନ ସେଠୀଙ୍କୁ ଲେଖିଥିବା ଏକ ଚିଠିରୁ ସ୍ପଷ୍ଟ। ଯାହା ଆପଣମାନଙ୍କର ଅବଗତି ନିମନ୍ତେ ଦିଆଯାଇଛି। ଏହି ଚିଠିରେ ମହାଦନୀର ଉପରମୁଣ୍ଡରେ ମଧ୍ୟପ୍ରଦେଶ ୧୯୫୭ ମସିହାରୁ ୨୦୦୦ ମସିହା ଭିତରେ କ’ଣ କ’ଣ ପ୍ରକଳ୍ପ କରିଛନ୍ତି ସେ ବିଷୟରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ୨୦୦୦ମସିହାର ସବୁ ଜାଣି ଚୁପ୍ ଥିବା ରାଜ୍ୟ ସରକାରଙ୍କ ଚକ୍ରାଳନୀ ଜଳସମ୍ପଦ ସଚିବଙ୍କ ବିବୃତି ‘ ମହାନଦୀର ଉପର ମୁଣ୍ଡରେ ଶହେ ପ୍ରକଳ୍ପ କଲେ ବି ଓଡିଶାର କିଛି କ୍ଷତି ହେବନି’ ବୋଲି କହିଥିବା ପ୍ରମାଣ ଉପସ୍ଥାପିତ କରାଯାଇଛି ।

୨୦୦୦ ମସିହାରେ ଛତିଶଗଡ ପ୍ରକଳ୍ପକୁ ନେଇ ଚିନ୍ତାପ୍ରକଟ କରୁଥିବା ରାଜ୍ୟ ସରକାର ୨୦୧୦ ରେ ଏହି ପ୍ରକଳ୍ପ ଯୋଗୁଁ ମହାନଦୀର ଜଳ ପ୍ରବାହରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ସଫେଇ ଦେଇଥିଲେ। ଅଗଷ୍ଟ ୫, ୨୦୧୦ ରେ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ପ୍ରଭାତ କୁମାର ତି୍ରପାଠୀ ଓ ପ୍ରୀତିରଞ୍ଜନ ଘଡାଇଙ୍କ “ମହାନଦୀ ଜଳକୁ ନେଇ ବିବାଦ” ଶୀର୍ଷକ ଏକ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଉପରେ ସରକାର କହିଥିଲେ
“୧୯୮୨ ରୁ ୨୦୦୬ ମଧ୍ୟରେ ହୀରାକୁଦ ଉପରମୁଣ୍ଡରେ ଛତିଶଗଡରେ ଜଳଭଣ୍ଡାର ଗୁଡିକ ନିର୍ମାଣ ହେବାପରେ ମଧ୍ୟ ଅଣମୌସୁମୀ ସମୟରେ ହୀରାକୁଦ ଜଳଭଣ୍ଡାରକୁ ଅଧିକ ଜଳ ପ୍ରବେଶ କରୁଛି। ଏଣୁ ଜଳଭଣ୍ଡାରକୁ କମ୍ ଜଳ ଆସିବା ଅଭିଯୋଗ ଯୁକ୍ତିସଂଗତ ଏବଂ ତଥ୍ୟଭିତିକ ନୁହେଁ।” ସମ୍ପିକିତ ସବିଶେଷ ତଥ୍ୟ ଓ ପ୍ରମାଣ ଏହି ଶ୍ୱେତପତ୍ରରେ ଉପସ୍ଥାପିତ କରାଯିବା ସହ ସରକାରଙ୍କ ଦୋମୁହାଁ ନୀତିକୁୂ ପଦାରେ ପଡିଯାଇଛି ବୋଲି ଶ୍ରୀ ହରିଚନ୍ଦନ ପ୍ରକାଶ କରିଛନ୍ତି ।

Share in top social networks!