ଆଦାନି ଧାମରା ପକ୍ଷରୁ ୨୦୧୬-୧୭ ର ଛାତ୍ର ବୃତ୍ତି ପ୍ରଦାନ

adaniportଚଳିତ ବର୍ଷ ୨୦୧୬-୧୭ ରେ ଦଶମ ଶ୍ରେଣୀ ପରୀକ୍ଷାରେ ୭୫ ପ୍ରତିଶତ ରୁ ଉର୍ଦ୍ଧ ମାର୍କ ରଖି କୃତକାର୍ଯ୍ୟ ହୋଇଥିବା ୨୩ ଜଣ ଛାତ୍ରଛାତ୍ରୀଙ୍କୁ ବନ୍ଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସୁବ୍ରତ ତ୍ରୀପାଠି ଛାତ୍ରବୃତ୍ତି ପ୍ରଦାନ କରିଥିଲେ। ଆଜି ବନ୍ଦର ପରିସରରେ ଏକ କାର୍ଯ୍ୟକ୍ରମ ମାଧ୍ୟମରେ ବନ୍ଦର ପାରିପାଶ୍ୱର୍ରେ ଥିବା ୯ଟି ବିଦ୍ୟାଳୟରୁ କୃତ୍ତକାର୍ଯ୍ୟ କରିଥିବା ୨୩ ଜଣ ଛାତ୍ରଛାତ୍ରୀଙ୍କୁ ବନ୍ଦର ପକ୍ଷରୁ ଚେକ୍ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ବହୁ ମାନଗଣ୍ୟ ବ୍ୟକ୍ତି, ଅଭିଭାବକ, ବନ୍ଦର କର୍ମଚାରୀ, ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ବନ୍ଦରର ସିଏସ୍ଆର୍ ମୁଖ୍ୟ ଶ୍ରୀ ପ୍ରଭାତ କୁମାର ମିଶ୍ର ଏହି କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ।

ସୂଚନାଯୋଗ୍ୟ, ଧାମରା ବନ୍ଦର ତାହାର ସାମାଜିକ ଦାୟିତ୍ୱବୋଧ ଅନ୍ତର୍ଗତ ଶିକ୍ଷାର ଗୁଣାତ୍ମକ ବିକାଶ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି। ସେଥିମଧ୍ୟରୁ ‘ଡିପିସିଏଲ୍ ଛାତ୍ରବୃତ୍ତି’ ଅନ୍ୟତମ। ଏହାଦ୍ୱାରା ବିଗତ ବର୍ଷରେ ୮୦ ଉର୍ଦ୍ଧ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି। ୨୦୦୯ ରୁ ଏହି କାର୍ଯ୍ୟକ୍ରମକୁ ବନ୍ଦର କର୍ତ୍ତୁପକ୍ଷ ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ୧୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏହି ବୃତ୍ତି ପାଇସାରିଛନ୍ତି। ବନ୍ଦରର ଏହି ପ୍ରକାର ଉଦ୍ୟମକୁ ବୁଦ୍ଧିଜୀବି, ଛାତ୍ର ଓ ଶିକ୍ଷକ ସମାଜ ପ୍ରଶଂସା କରିଛନ୍ତି।

Share in top social networks!