- ଥାଚର ଓ ଇନ୍ଦିରା ଗାନ୍ଧୀ ପଢିଥିବା କଲେଜରେ ଦେଲେ ଭାଷଣ
କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ଇଂଲଣ୍ଡ ଗସ୍ତ କାଳରେ ପ୍ରସିଦ୍ଧ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଆମନ୍ତ୍ରଣ କ୍ରମେ ଭାରତ ସରକାରଙ୍କର ସ୍ୱଚ୍ଛ ଇନ୍ଧନ ଯୋଗାଣ ଯୋଜନା ତଥା ଶକ୍ତି କ୍ଷେତ୍ର ପ୍ରବନ୍ଧନ ମାମଲାରେ ଭାରତ ସରକାରଙ୍କ ନୀତି ସମ୍ପର୍କରେଉଦବୋଧନ ଦେଇଥିଲେ।
ଏହି ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟର ସୋମେରଭିଲି ମହାବିଦ୍ୟାଳୟ ପରିସରରେ ପ୍ରଫେସର, ସ୍କୋଲାର ଓ ଛାତ୍ର ମାନଙ୍କର ଏକ ସମ୍ମିଳନୀକୁ ସମ୍ବୋଧିତ କରି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଦେଶରେ ସ୍ୱଚ୍ଛ, ଭରସାଯୋଗ୍ୟ ଏବଂ ସ୍ୱଳ୍ପ ମୂଲ୍ୟରେ ଇନ୍ଧନ ଯୋଗାଇ ଦେବା ପାଇଁ ନୀତିଗତ ନିଷ୍ପତି ଆଧାରରେ କାର୍ଯ୍ୟ କରୁଥିବା ଏହି ସମ୍ମିଳନୀରେ ପ୍ରକାଶ କରିଥିଲେ। ଇନ୍ଧନ ତଥା ଜଳବାୟୁ ନ୍ୟାୟ ନୀତି ଆଧାରରେ ସବୁ ପରିବାରେ ସ୍ୱଚ୍ଛ ଇନ୍ଧନ ଏବଂ ବିଜୁଳି ସଂଯୋଗ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ। ଏହି
କାର୍ଯ୍ୟକ୍ରମରେ ଭାରତର ଗରୀବ ଏବଂ ସାଧାରଣ ପରିବାର ଗୁଡିକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ସେ କହିଥିଲେ।
ଭାରତରେ ଜୈବ ଇନ୍ଧନ ଏବଂ ଫସିଲ ଇନ୍ଧନ ବ୍ୟବହାରର ବ୍ୟାପକତା ବନ୍ଦ କରି ସିଏନଜି, ପିଏନଜିର ବହୁଳ ବ୍ୟବହାର ପାଇଁ ଭାରତ ସରକାରଙ୍କ ଯୋଜନା ସମ୍ପର୍କରେ ସୂଚନବା ଦେଇଥିଲେ। ୨୦୨୦ ସୁଦ୍ଧା ଭାରତରେ ବିଏସ-୬ ବ୍ୟବସ୍ଥା ଲାଗୁ କରି ଯାନବାହନ ଚଳାଚଳ ଜନିତ ପ୍ରଦୂଷଣ ରୋକିବା ପାଇଁ ଭାରତ ସରକାରଙ୍କର ଯୋଜନା ଓ କାର୍ଯ୍ୟ ସମ୍ପର୍କିତ ସୂଚନା ପ୍ରଦାନ କରିଥିଲେ।
ସୋମେରଭିଲି କଲେଜ ପରେ ବ୍ଲାଭାଟନିକ ସ୍କୁଲ ଅଫ ଗଭର୍ଣାନ୍ସରେ ଦକ୍ଷିଣ ଆଫ୍ରିକା ଏବଂ ଲାଟିନ ଆମେରିକାର ମନ୍ତ୍ରୀ ଏବଂ, ସାଂସଦ ଓ ବରିଷ୍ଠ ଅଧିକାରୀ ମାନଙ୍କ ସମ୍ମିଳନୀରେ ଶ୍ରୀ ପ୍ରଧାନ ଉଦବୋଧନ ଦେଇଥିଲେ। ଦେଶ – ଦେଶ ମଧ୍ୟରେ ଭାବର ଆଦାନ ପ୍ରଦାନ କରିବାକୁ ସେ ଗୁରୁତ୍ୱ ଆରୋପ କରିଥିଲେ।ଅକ୍ସଫୋର୍ଡର ଉଭୟ ଶିକ୍ଷାନୁଷ୍ଠାନରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଭାରତର ଛାତ୍ର ଏବଂ ନୀତି ନିର୍ଧାରକ ମାନେ ଏହି
ବିଶ୍ୱବିଦ୍ୟାଳୟର ଛାତ୍ର ଓ ଶିକ୍ଷକ ମାନଙ୍କ ସହ ନିୟମିତ ଭାବର ଆଦାନ ପ୍ରଦାନ ଉପରେ ଗୁରୁତ୍ୱ ଆରୋପ କରିଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ବ୍ରିଟେନର ପୂର୍ବ ପ୍ରଧାନମନ୍ତ୍ରୀ ମାର୍ଗାରେଟ ଥାଚର ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଅକ୍ସଫୋର୍ଡର ସୋମେରଭିଲି ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ।