ଜିନ୍ଦଲ ଷ୍ଟିଲ ପକ୍ଷରୁ ଯାଜପୁରଠାରେ Multi ସ୍ପେସିଆଲିଷ୍ଟ ହସ୍ପିଟାଲ ଓ ମଡର୍ଣ୍ଣ ସ୍କୁଲ ପ୍ରତିଷ୍ଠା କରାଯିବ

12191556_169202820093505_1921726933699069381_nଜିନ୍ଦଲ ଷ୍ଟିଲ ଲିମିଟେଡ୍ ପକ୍ଷରୁ ଯାଜପୁରଠାରେ ଏକ ମଲଫି ସ୍ପେସିଆଲିଷ୍ଟ ହସ୍ପିଟାଲ ଓ ମଡର୍ଣ୍ଣ ସ୍କୁଲ ପ୍ରତିଷ୍ଠା କରାଯିବା ଆଜି ସଚିବାଳୟଠାରେ ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସହିତ ଏକ ସୌଜନ୍ୟମୂଳକ ସାକ୍ଷାତକାର ସମୟରେ ଜିନ୍ଦଲ ଷ୍ଟିଲର ଡ. ଏସ୍. ଭାସିନ୍ ଏହି ପ୍ରସ୍ତାବ ଦେଇଛନ୍ତିା ପ୍ରଥମ ପର୍ଯ୍ୟାୟରେ ୧୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ ବ୍ୟାସନଗରଠାରେ ପ୍ରତିଷ୍ଠା କରାଯିବା ପରେ ଏହାକୁ ସଂପ୍ରସରାଣ କରାଯିବାର ପ୍ରସ୍ତାବ ରହିଛିା ଏଥ#ରେ ସମସ୍ତ ପ୍ରକାର ଅତ୍ୟାଧୁନିକ ଚିକିତ୍ସା ସୁବିଧା ଉପଲବ୍ଧ ହେବା ହସ୍ପିଟାଲ ପରିସରରେ ଏକ ଟ୍ରମାକେୟାର ସେଣ୍ଟର ଓ ଅର୍ଥୋପେଡିକ୍ସ ସର୍ଜରୀର ସମସ୍ତ ସୁବିଧା ଉପଲବ୍ଧ ହେବ ବୋଲି ଜିନ୍ଦଲ କର୍ତ୍ତୃପକ୍ଷ କହିଥ#ଲୋ ଏହି ହସ୍ପିଟାଲ୍ରେ ୫ ହଜାରରୁ ଊ–ର୍ କର୍ମଚାରୀଙ୍କ ସହିତ ଯାଜପୁର ଜିଲ୍ଲା ଓ ଏହାର ସଂଲଗ୍ନ ଗ୍ରାମବାସୀମାନେ ଅତ୍ୟାଧୁନିକ ଚିକିତ୍ସାର ସୁବିଧା ପାଇବୋ ହସ୍ପିଟାଲ୍ ନିମନ୍ତେ ଆବଶ୍ୟକ ଜମି ଯୋଗାଇଦେବା ପାଇଁ ଇଡ୍କୋ କର୍ତ୍ତୃପକ୍ଷଙ୍କୁ ଜିନ୍ଦଲ ତରଫରୁ ଅନୁରୋଧ କରାଯାଇଛିା ଆଲୋଚନାରେ ଇଡ୍କୋ ତରଫରୁ ଏଥ# ନିମନ୍ତେ ତିନିଚାରୋଟି ସ୍ଥାନ ଚିହ୍ନଟ କରାଯାଇଛି ବୋଲି ଦର୍ଶାଯାଇଥ#ଲାା ଆସନ୍ତାକାଲି ଜିଲ୍ଲା ପ୍ରଶାସନ, ଇଡ୍କୋ ଏବଂ ଜିନ୍ଦଲ କର୍ତ୍ତୃପକ୍ଷ ଉପଯୁକ୍ତ ଜମି ଚିହ୍ନଟ କରିବାର କାର୍ଯ୍ୟକ୍ରମ ରହିଛିା
ଏଥ# ସହିତ ଏକ ମଡର୍ଣ୍ଣ ସ୍କୁଲ ପ୍ରତିଷ୍ଠା ନିମନ୍ତେ ଜିନ୍ଦଲ ପକ୍ଷରୁ ପ୍ରସ୍ତାବ ଦିଆଯାଇଥ#ଲାା ଏହି ମଡର୍ଣ୍ଣ ସ୍କୁଲରେ ଏଲ୍.କେ.ଜିଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢାଯିବା
ଏହି ସାକ୍ଷାତକାର ସମୟରେ ଜିନ୍ଦଲ ଷ୍ଟିଲ ଲିମିଟେଡ୍ର ଡ. ଏସ୍. ଭାସିନ୍, ଓ.ପି. ଜିନ୍ଦଲ ମଡର୍ଣ୍ଣ ସ୍କୁଲର ପ୍ରନିସ୍ପାଲ ଜୁଲିୟାନ୍ ଏଡ୍ବର୍ଟ, କଂପାନୀର ରେସିଡେଣ୍ଟ ଡାଇରେକଫର ଶଶୀଭୂଷଣ ଉପାଧ୍ୟାୟଙ୍କ ସମେତ ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଂଜୀବ ଚୋପ୍ରା ଓ ଇଡ୍କୋର ଚିଫ୍ ଜେନରୋଲ୍ ମ୍ୟାନେଜର ସୁଶାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥ#ଲୋ

Share in top social networks!
Powered By Indic IME