ଅନୁଭବରୁ ଅନୁଭୂତି- ସେଦିନରୁ ଆଜିଯାଏଁ କେଉଁ ନାମ ଧରି ଡାକିବି ତୁମ୍ଭଙ୍କୁ-ବନ୍ଧୁ ହେ

damodar
ଡା. ଦାମୋଦର ରାଉତ
ଦିଲ୍ଲୀରେ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ପ୍ରତିଷ୍ଠା ହେବା ପରଠାରୁ ରାଜ୍ୟ ବିଜେପି ନେତାମାନେ ରାଜ୍ୟ ସରକାରଙ୍କୁ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଯେଉଁ ଢଙ୍ଗରେ ଆଉ ଭାଷାରେ ସମାଲୋଚନା କରୁଛନ୍ତି ଏହା ତାଙ୍କର ସଂକୀର୍ଣ୍ଣ ମାନସିକତା ଏବଂ ସୀମିତ ରାଜନୀତିକ ପରିପକ୍ୱତାର ଚିତ୍ର ପ୍ରଦାନ କରୁଛିା ଏବେ ଓଡ଼ିଶାରୁ ନିର୍ବାଚିତ ଏକମାତ୍ର ବିଜେପି ଏମ୍.ପି. ଏବଂ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଅଭିଯୋଗ କରିଛନ୍ତି ଯେ ସ୍ୱର୍ଗତଃ ବିଜୁ ପଟ୍ଟନାୟକ ତତ୍କାଳୀନ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍.ଟି.ରାମାରାଓଙ୍କ ସହିତ ଗୁପ୍ତ ମନ୍ତ୍ରଣା କରି ଓଡ଼ିଶା ସ୍ୱାର୍ଥକୁ ଆନ୍ଧ୍ର ହାତରେ ଟେକି ଦେଇଥ#ଲେ ଏବଂ ଏହା ରାଜ୍ୟବାସୀ ଜାଣିବା ଉଚିତ୍ା ବୋଧହୁଏ ଶ୍ରୀ ଓରାମ ଜାଣିନାହାନ୍ତି ଯେ ୧୯୭୭ ମସିହାରେ ସ୍ୱର୍ଗତଃ ବିଜୁ ପଟ୍ଟନାୟକ କେନ୍ଦ୍ରରେ ଖଣି ଓ ଇସ୍ପାତ୍ ମନ୍ତ୍ରୀ ହୋଇଥ#ଲା ବେଳେ ତତ୍କାଳୀନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ତାଙ୍କୁ ସାକ୍ଷାତ କରି ଗୋଦାବରୀ ନଦୀ ଜଳସ୍ରୋତକୁ ଅବରୋଧ କରି ଏକ ପ୍ରକଳ୍ପ ନିର୍ମାଣ ନିମିତ୍ତ ପ୍ରାରମ୍ଭିକ ଆଲୋଚନା କରିଥ#ଲୋ

ସେତେବେଳକୁ ଏହି ନଦୀ ଉତ୍ପତ୍ତି ସ୍ଥଳରୁ ସମୁଦ୍ରରେ ମିଶିବା ପର୍ଯ୍ୟନ୍ତ ଏଥ#ରେ ପ୍ରବାହିତ ବିପୁଳ ଜଳରାଶିକୁ ଜଳସେଚନ, ବନ୍ୟା ନିୟନ୍ତ୍ରଣ କିମ୍ବା ବିଦୁ୍ୟତ ଉତ୍ପାଦନ କ୍ଷେତ୍ରରେ ବ୍ୟବହାର କରାଯାଉ ନଥ#ଲାା ଅପର ପକ୍ଷରେ ଓଡ଼ିଶା, ଛତିଶଗଡ ଏବଂ ଆନ୍ଧ୍ରପ୍ରଦେଶ ଦେଇ ପ୍ରବାହିତ ଏହି ନଦୀ ସ୍ରୋତ ଯେଭଳି ବନ୍ୟା ବିତ୍ପାତ ସୃଷ୍ଟି କରୁଥ#ଲା ଏବଂ ବିଶେଷ କରି ଆନ୍ଧ୍ରପ୍ରଦେଶର ବିପୁଳ ପରିମାଣର ଚାଷଜମି ଜଳସେଚନ ସୁବିଧାରୁ ବଞ୍ଚ#ତ ହେଉଥ#ଲା ତାହା ସର୍ବଜନବିଦିତା ତେବେ ସ୍ୱର୍ଗତଃ ବିଜୁ ପଟ୍ଟନାୟକ ଜଣେ ସଂକୀର୍ଣ୍ଣମନା ରାଜନୀତିଜ୍ଞ ନଥ#ଲୋ ତାଙ୍କର ରାଷ୍ଟ୍ରୀୟ ଭାବନା ଥ#ଲାା ସେଥ#ପାଇଁ ତାଙ୍କର ମତ ଥ#ଲା-ଜଳସଂପଦ ହେଉଛି ଜାତୀୟ ସଂପଦା ତେଣୁ ଏହି ଜାତୀୟ ସଂପଦକୁ ବିନିଯୋଗ କରି ଆନିକଟ ନିର୍ମାଣ ଜରିଆରେ ଜଳବିଦୁ୍ୟତ୍ ଉତ୍ପାଦନ କରିବା, ବନ୍ୟା ନିୟନ୍ତ୍ରଣ କରିବା ଏବଂ ଜଳସେଚନ ସୁବିଧାକୁ ସଂପ୍ରସାରିତ କରିବାରେ ଉପଯୋଗ କରିବାର ଯଦି ସୁବିଧାସୁଯୋଗ ଅଛି ତେବେ ସଂପୃକ୍ତ ରାଜ୍ୟମାନଙ୍କର ସହମତିରେ ଏହା କରାଯିବ ଏବଂ ଏଥ# ନିମିତ୍ତ ଜାତୀୟ ଜଳ କମିଶନ ସଂପୃକ୍ତ ରାଜ୍ୟମାନଙ୍କ ଭିତରେ ସଂଯୋଗ ରକ୍ଷା କରିବେ ଏବଂ ସହମତି ନ ଆସିଲେ ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ପ୍ରଧାନ ମନ୍ତ୍ରୀ ଏଥ#ରେ ମଧ୍ୟସ୍ଥତା କରି ଉପୁଜୁଥ#ବା ବିବାଦକୁ ତୁଟାଇବୋ ସେଥ#ପାଇଁ ସ୍ୱର୍ଗତଃ ବିଜୁ ପଟ୍ଟନାୟକ ସେତେବେଳର ଓଡ଼ିଶା ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ନୀଳମଣି ରାଉତରାୟଙ୍କୁ ପରାମର୍ଶ ଦେଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏବଂ ଆନ୍ଧ୍ର ରାଜ୍ୟ ସରକାରଙ୍କର ଇଂଜିନିୟର ବିଶେଷଜ୍ଞମାନଙ୍କୁ ଡାକି ଭୁବନେଶ୍ୱରଠାରେ ଏକ ବୈଠକ କରିବା ପାଇଁ ପରାମର୍ଶ ଦେଇଥ#ଲୋ

ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ତତ୍କାଳୀନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ତାଙ୍କ ରାଜ୍ୟର ବିଶେଷଜ୍ଞ ଏବଂ ଇଂଜିନିୟରମାନଙ୍କୁ ନେଇ ଭୁବନେଶ୍ୱରରେ ତିନିଦିନ ରହି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ, ଓଡ଼ିଶାର ଇଂଜିନିୟର ଏବଂ ବିଶେଷଜ୍ଞମାନଙ୍କର ମିଳିତ ବୈଠକରେ ବ୍ୟାପକତର ଆଲୋଚନା କରାଯାଇଥ#ଲା ଏବଂ ନଦୀ ସ୍ରୋତରେ କେଉଁ ସ୍ଥାନରେ ପ୍ରକଳ୍ପ ନିର୍ମାଣ କରି ଓଡ଼ିଶା ଏବଂ ଛତିଶଗଡର କୌଣସି କ୍ଷତି ହେବ ନାହିଁ ବରଂ ବନ୍ୟା ବିତ୍ପାତ ଭଳି ବିପଦରୁ ଓଡ଼ିଶାର ମାଲକାନଗିରି ଏବଂ ମଧ୍ୟପ୍ରଦେଶର ଛତିଶଗଡ ଅଞ୍ଚଳର କୌଣସି କ୍ଷତି ନହୋଇ ଆନ୍ଧ୍ରପ୍ରଦେଶର ବହୁ ହେକଫର ଚାଷଜମିରେ ଜଳସେଚନ ଯୋଗାଇବା ସହିତ ଜଳବିଦୁ୍ୟତ ଉତ୍ପାଦନ ସମ୍ଭବ ହେବ ତାହା ନିଷ୍ପତ୍ତି କରାଯାଇ ଉଭୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥ#ଲାା ଏହି ଚୁକ୍ତିନାମାରେ ପ୍ରକଳ୍ପ ନିର୍ମାଣ କରିବାର ସମ୍ଭାବିତ ସ୍ଥାନ, ବନ୍ଧର ଉଚ୍ଚତା ଏବଂ ଛତିଶଗଡ ଓ ଓଡ଼ିଶାର ଅଭ୍ୟନ୍ତରକୁ ନଦୀ କୂଳେ କୂଳେ ବନ୍ୟା ସୁରକ୍ଷା ବନ୍ଧ ନିର୍ମାଣ ପାଇଁ ସ୍ଥିର କରାଯାଇଥ#ଲାା

ଏହା ହେଉଛି ୧୯୭୯ ମସିହାର କଥାା ମାତ୍ର ଦୀର୍ଘ ୨୩ ବର୍ଷ ଧରି ଉଭୟ ରାଜ୍ୟର ସହମତିରେ ସ୍ଥିରୀକୃତ ପ୍ରକଳ୍ପ ପ୍ରସ୍ତାବକୁ ଶୀତଳଭଣ୍ଡାରରେ ରଖ# ଦିଆଗଲାା ତେବେ ୨୦୦୩ ମସିହାରେ ଆନ୍ଧ୍ରର କଂଗ୍ରେସ ମୁଖ୍ୟମନ୍ତ୍ରୀ ରାଜଶେଖର ରେzି ହଠାତ୍ ପୋଲାଭରମ୍ ପ୍ରକଳ୍ପ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଲେ ଏବଂ କେନ୍ଦ୍ରୀୟ ଜଳ କମିଶନ, ଆନ୍ଧ୍ର ସରକାର, ଓଡ଼ିଶା କିମ୍ବା ମଧ୍ୟପ୍ରଦେଶରୁ ବିଚ୍ଛିନ୍ନ ହୋଇ ସୃଷ୍ଟି ହୋଇଥ#ବା ଛତିଶଗଡ ରାଜ୍ୟ ସରକାରଙ୍କର ମତାମତ ଲୋଡିଲେ ନାହିାଁ ୨୩ ବର୍ଷ ତଳର ପ୍ରକଳ୍ପ ନିର୍ମାଣର ସ୍ଥାନ, ଆନିକଟର ଉଚ୍ଚତା ପ୍ରତି ଦୃଷ୍ଟି ନଦେଇ ଏଭଳି ଏକ ଏକତରଫା ପୋଲାଭରମ୍ ପ୍ରକଳ୍ପ ନିର୍ମାଣ ପାଇଁ କେନ୍ଦ୍ର ସରକାର ମଧ୍ୟ ମାତ୍ର କେଇ ସପ୍ତାହ ମଧ୍ୟରେ ଜଙ୍ଗଲ ଏବଂ ପରିବେଶ ମଂଜୁରୀ ଦେଇଦେଲୋ ସେତେବେଳେ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ମିଳିତ ସରକାରରେ ବିଜେପି ପ୍ରମୁଖ ଅଂଶୀଦାର ଥ#ଲା ଏବଂ ଓଡ଼ିଶା ସରକାର ପୋଲାଭରମ୍ ବାବଦରେ ଯେଉଁ ପ୍ରତିବାଦ, ଅଭିଯୋଗ ବାରମ୍ବାର ଉପସ୍ଥାପନ କଲେ ସେଥ#ରେ ବିଜେପି ମଧ୍ୟ ସାମିଲ ଥ#ଲାା ତେବେ ରାଜ୍ୟ ସରକାରଙ୍କ ସକଳ ପ୍ରତିବାଦ ଜଳ କମିଶନଙ୍କ ନିକଟରେ ଆପତ୍ତି ଏବଂ ସେତେବେଳର ଉପା ସରକାର ପ୍ରଧାନମନ୍ତ୍ରୀଙ୍କ ପାଖରେ ଆପତ୍ତିକୁ କେହି ମଧ୍ୟ କର୍ଣ୍ଣପାତ ନକରିବାରୁ ସୁପ୍ରିମ୍ କୋର୍ଟର ଆଶ୍ରୟ ମଧ୍ୟ ନିଆଗଲାା

ଏବେ ବି ସୁପି୍ରମ୍ କୋର୍ଟରେ ଏହି ବିବାଦ ବିଚାରାଧୀନ ଅଛିା ତେବେ ସେହି ବିଜେପିରୁ ନିର୍ବାଚିତ ଭାରତୀୟ ସଂଘୀୟ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ କ୍ଷମତାକୁ ଆସୁ ଆସୁ ପୋଲାଭରମ୍ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପ ଭାବେ କିଭଳି ଓ କାହିଁକି ଘୋଷଣା କଲେ? ପୁନଶ୍ଚ ଏହି ପ୍ରକଳ୍ପ ନିର୍ମାଣର ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ ବୋଲି କେଉଁ ଯୁକ୍ତିରେ କହିଲେ? ମନେହୁଏ ଯୁକ୍ତରାଷ୍ଟ୍ର ଆମେରିକା ଭଳି ସଂଘୀୟ ସମ୍ବିଧାନର ଅନୁରୂପ ଆମ ସଂଘୀୟ ସମ୍ବିଧାନର ଯେଉଁ ସଂଘୀୟ ଚରିତ୍ର ସେ ସଂପର୍କରେ ଭାରତୀୟ ରାଜ୍ୟ ସଂଘର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ବୋଧହୁଏ ଧାରଣା ନାହିାଁ ସେ ବୋଧହୁଏ ଭୁଲି ଯାଉଛନ୍ତି ଯେ ୩୦ଟି ରାଜ୍ୟକୁ ନେଇ କେନ୍ଦ୍ରର ଯେଉଁୟୁନିୟନ୍ ସରକାର ପ୍ରତିଷ୍ଠା ହୋଇଛି ତାହାର ପ୍ରଧାନମନ୍ତ୍ରୀ କେଉଁ ଦଳର ବା କେଉଁ ରାଜ୍ୟର ନୁହନ୍ତି-ସେ ହେଉଛନ୍ତି ଏକ ସଂଘୀୟ ବ୍ୟବସ୍ଥାରେ ଆବଦ୍ଧ, ସମଗ୍ର ଦେଶର ଜନସାଧାରଣଙ୍କର ପ୍ରଧାନମନ୍ତ୍ରୀା ସେ ନିଜକୁ କେଉଁ ଦଳ ବା କେଉଁ ରାଜ୍ୟରୁ ନିର୍ବାଚିତ ହୋଇଛନ୍ତି ତାହା ବିଚାରକୁ ନ ନେଇ ୩୦ଟି ରାଜ୍ୟର ସମବିକାଶ ହିଁ ତାଙ୍କର ଦାୟିତ୍ୱା ପ୍ରଧାନମନ୍ତ୍ରୀ ଭାବରେ ତାଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ଭାବନା ପରିଦୃଷ୍ଟ ହେବା କଥାା ଜଳସଂପଦ, ଖଣିଜ ସଂପଦ, ଜଙ୍ଗଲ ସଂପଦ ଏବଂ ସାଗର ସଂପଦ ଯେଉଁ ରାଜ୍ୟରେ ଗଚ୍ଛିତ ହୋଇ ଥାଉନା କାହିଁକି ଏ ସବୁ ଜାତୀୟ ସଂପଦା ଏ ସବୁକୁ ବିନିଯୋଗ କଲାବେଳେ ରାଜ୍ୟଗୁଡିକର ସମବିକାଶ ତାଙ୍କର ଦାୟିତ୍ୱ ହେବା ଉଚିତ୍ା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ପଣ୍ଡିତ ଜବାହରଲାଲ ନେହେରୁଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ପ୍ରଥମ ପଞ୍ଚବାର୍ଷିକ ଯୋଜନାରେ ତତ୍କାଳୀନ ମଧ୍ୟପ୍ରଦେଶ ରାଜ୍ୟରେ ଆନିକଟ ନିର୍ମାଣ କରା ନଯାଇ ଓଡ଼ିଶାର ହୀରାକୁଦଠାରେ କେଉଁ ଯୁକ୍ତିରେ କରାଯାଇଥ#ଲା

ଏବଂ ଏ ନିଷ୍ପତ୍ତି କେମିତି ନିଆଯାଇଥ#ଲା ଏବଂ ଇସ୍ପାତ କାରଖାନା ବିହାରରେ ନ ହୋଇ ରାଉରକେଲାଠାରେ କହିଁକି କରଗଲା ସେ ନିଷ୍ପତ୍ତିର ଭିତ୍ତିଭୂମି କ’ଣ ତାହା ଏବର ପ୍ରଧାନମନ୍ତ୍ରୀ ଅନୁଶୀଳନ କଲେ ବେଶ୍ ଜାଣି ପାରିବେ । ସେଇଭଳି କାବେରୀ ଜଳ ବିବାଦକୁ ନେଇ କର୍ଣ୍ଣାଟକ ଏବଂ ତାମିଲନାଡ଼ୁରେ ବର୍ଷ ବର୍ଷ ଧରି ଯେଉଁ ବିବାଦ, ହିଂସାକାଣ୍ଡ, ମାଲିମକଦ୍ଦମା ଲାଗି ରହିଥ#ଲା ତାକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟସ୍ଥତା କରି କିପରି ତୁଟାଇଥ#ଲେ ତାକୁ ଅନ୍ତତଃ ନରେନ୍ଦ୍ର ମୋଦି ସମ୍ମାନ ଦେଇ ପାରନ୍ତେ । କିନ୍ତୁ ତୁଚ୍ଛା ଅହଂକାର ସଂକୀର୍ଣ୍ଣ ଦଳୀୟ ଏବଂ ଆଞ୍ଚଳିକ ମନୋଭାବ ବିଶ୍ୱର ବୃହତ୍ତମ ଗଣତନ୍ତ୍ର ଭାରତ ଭଳି ଏeଛerଚ୍ଚଝ ଐଞ୍ଚଠଟ୍ଟ.ର ମୁଖ୍ୟ ହେବା ପାଇଁ ନିଜକୁ କେତେ ଯୋଗ୍ୟ କରି ପାରିଛନ୍ତି ତାହା ହେଉଛି ବର୍ତ୍ତମାନର ପ୍ରଶ୍ନ । ଦିଲ୍ଲୀରେ କଂଗ୍ରେସ ନେତୃତ୍ୱରେ ଉପା ସରକାରଙ୍କ ଅମଳରେ ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ରାଜ୍ୟ ସରକାରଙ୍କ କେଲୋ ବୃହତ୍ ଜଳସେଚନ ପ୍ରକଳ୍ପ ଯେତେବେଳେ ନିର୍ମାଣ କଲେ ଉପା ସରକାର ନୀରବ ରହିଲେ ।

ଏବେ ବି ମହାନଦୀ ଜଳକୁ ନେଇ ଛତିଶଗଡ଼ ରାଜ୍ୟ ସରକାର ଯେଭଳି ପ୍ରକଳ୍ପ ପରେ ପ୍ରକଳ୍ପ ନିର୍ମାଣ କରି ଚାଲିଛନ୍ତି ଏବଂ ହୀରାକୁଦ ଜଳଭଣ୍ଡାରକୁ ଅଣ ମୌସୁମୀ ପ୍ରବାହ ସମୟରେ ଶୁଷ୍କ କରି ଦେବାକୁ ଷଡ଼ଯନ୍ତ୍ର କରୁଛନ୍ତି ତାକୁ ମଧ୍ୟ କଂଗ୍ରେସ ଦଳ ନୀରବ ସମର୍ଥନ ଜଣାଉଛି ଏବଂ ତା’ର ପ୍ରତିବଦଳରେ ଆନ୍ଧ୍ରର ଓଡ଼ିଶା ସ୍ୱାର୍ଥ ବିରୋଧ# ପୋଲାଭରମ୍ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଜାତୀୟ ପ୍ରକଳ୍ପ ଭାବେ ଘୋଷଣା କରୁଛନ୍ତି । ଏହା ଓଡ଼ିଶା ସ୍ୱାର୍ଥ ବିରୁଦ୍ଧରେ କଂଗ୍ରେସ ଏବଂ ବି.ଜେ.ପି.ର ଏକ ମିଳିତ ଷଡ଼ଯନ୍ତ୍ର । କେନ୍ଦ୍ରର କଂଗ୍ରେସ ଏବଂ ବି.ଜେ.ପି.ର ନେତା ରାଷ୍ଟ୍ରୀୟ ଭାବନା ପରିବର୍ତ୍ତେ ରାଜନୈତିକ ସ୍ୱାର୍ଥ ଏବଂ ଦଳୀୟ ସ୍ୱାର୍ଥକୁ ଯେଭଳି ପ୍ରତିପାଦିତ କରୁଛନ୍ତି, ରାଜ୍ୟ ରାଜ୍ୟ ଭିତରେ ତିକ୍ତତା ସୃଷ୍ଟି କରୁଛନ୍ତି ତା’ର ପ୍ରତିଫଳନ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମଧ୍ୟସ୍ଥତାରେ ସମାହିତ ହୋଇଥ#ବା କାବେରୀ ନଦୀର ଜଳ ବିବାଦକୁ ନେଇ ଏବେ ପୁଣି ତାମିଲନାଡ଼ୁ ଏବଂ କର୍ଣ୍ଣାଟକ ଭିତରେ ତିକ୍ତତା ସୃଷ୍ଟି ବେଶ୍ ପରିଦୃଷ୍ଟ ହେଲାଣି ।

ବି.ଜେ.ଡ଼ି. ଦଳ ସହିତ ସାମିଲ ହୋଇ ବି.ଜେ.ପି. ରାଜ୍ୟ ଶାସନରେ ଦୀର୍ଘ ୯ ବର୍ଷ ଧରି ସାମିଲ ଥ#ଲାବେଳେ ପୋଲାଭରମ୍ ପ୍ରକଳ୍ପକୁ ବି.ଜେ.ଡ଼ି. ସହିତ ସ୍ୱର ମିଳାଇ ଯେଭଳି ପ୍ରତିବାଦ କରୁଥ#ଲେ ଏବେ ଛତିଶଗଡ଼ ଘଟଣାରେ ରାଜ୍ୟ ବି.ଜେ.ପି ନେତାମାନଙ୍କର ଏକ ଭିନ୍ନ ଚରିତ୍ରକୁ ଓଡ଼ିଶାବାସୀ ବେଶ୍ ହୃଦୟଙ୍ଗମ କରି ପାରିଛନ୍ତି । ସେଥ#ପାଇଁ କେନ୍ଦ୍ର ମନ୍ତ୍ରୀ ବାବୁ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ମାନ୍ୟବର ଜୁଏଲ ଓରାମ ଯେ ନିଜ ଜନ୍ମ ମାଟିକୁ ଭଲ ପାଆନ୍ତି ନାହିଁ ଏବଂ ମାଟି ମା’ର ସ୍ୱାର୍ଥକୁ ପର କରି ଦଳୀୟ ସ୍ୱାର୍ଥକୁ ଅଗ୍ରାଧ#କାର ଦେଇ ଜନସାଧାରଣଙ୍କୁ ପ୍ରତାରିତ କରୁଛନ୍ତି ଏହା ଓଡ଼ିଶାର ଜନସାଧାରଣ ବେଶ୍ ବୁଝି ପାରିଛନ୍ତି ।
୧୯୮୦ ମସିହାରେ ଏକଦା ଉପନିବେଶ ଶାସନରୁ ମୁକ୍ତିଲାଭ କରିଥ#ବା ଦକ୍ଷିଣ-ଏସିଆ ରାଷ୍ଟ୍ର ସମୁହର ମୁଖ୍ୟଙ୍କୁ ନେଇ ଯେଉଁ ଶିଖର ସମ୍ମିଳନୀ ହୋଇଥ#ଲା ସେହି ଶିଖର ସମ୍ମିଳନୀରେ ଯୋଗ ଦେଇଥ#ବା ରାଷ୍ଟ୍ରମୁଖ୍ୟମାନେ ଏକ ସନନ୍ଦ ପତ୍ରରେ ସଂକଳ୍ପ ଘୋଷଣା କରି କହିଥ#ଲେ ଯେ, ସେମାନଙ୍କ ନିଜ ନିଜ ଦେଶର ମୋଟ ଜନସଂଖ୍ୟାର ଶତକଡ଼ା ୫୦ ଭାଗ ମାତୃଜାତିକୁ ଅଧ#କ କାଳ ଅବହେଳା କରି ସାମ୍ବିଧାନିକ କ୍ଷମତା ନ ଦେଇ କେବଳ ସନ୍ତାନ ଜନ୍ମ କରିବା ପାଇଁ ଏକ ଯନ୍ତ୍ର ଭାବରେ ବିବେଚନା ନ କରି, ସେମାନଙ୍କୁ ସମାଜରେ ଏବଂ ସମ୍ବିଧାନରେ, ଯୋଜନା ପ୍ରଣୟନ ଏବଂ ଯୋଜନା କାର୍ଯ୍ୟକାରୀ କରିବାରେ ସାମିଲ କରିବାକୁ ପଡିବ । ଗୋଟିଏ ଦଶନ୍ଧି ଗଲା । ନାରୀ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦେହାନ୍ତ ହେଲା । ତାଙ୍କ ପୁତ୍ର ରାଜୀବ ଗାନ୍ଧୀଙ୍କର ଅମଳ ଚାଲିଗଲା । ଭି.ପି.ସିଂହ ନେତୃତ୍ୱରେ ସରକାର ଆସିଲା – ଗଲା । କିନ୍ତୁ ସାରା ଦେଶରେ ନାରୀ ମୁକ୍ତି ଆନ୍ଦୋଳନରେ ଚିହ୍ନବର୍ଣ୍ଣ ଦେଖାଗଲା ନାହିଁ । ମାତ୍ର ୧୯୯୦ ମସିହା ପ୍ରାରମ୍ଭରେ ସ୍ୱର୍ଗତଃ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକ୍ଷଣି ଘୋଷଣା କରି କହିଲେ- “”ମୁଁ ଆଉ ଅପେକ୍ଷା କରି ପାରିବି ନାହିଁ । ସଂକୀର୍ଣ୍ଣମନା ରାଜନେତାମାନେ ଏବଂ କ୍ଷମତାଲିପ୍ସୁ ପ୍ରଶାସକ ଏବଂ ଅମଲାମାନେ କ୍ଷମତା ଛାଡ଼ିବେ ନାହିଁ, କିମ୍ବା ଦେଶରେ ନାରୀମୁକ୍ତି ଆନ୍ଦୋଳନ ଆରମ୍ଭ ହେବ ନାହିଁ” । ସେଥ#ପାଇଁ ରାଜ୍ୟ ଆଇନକୁ ସଂଶୋଧନ କରି ତ୍ରି-ସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଶତକଡ଼ା ୩୩ ଭାଗ ସ୍ଥାନ ମହିଳାମାନଙ୍କ ପାଇଁ ସଂରକ୍ଷଣ କଲେ । ମହିଳା ସମବାୟ ନିଗମ, ମହିଳା ଥାନା, ମହିଳା ବ୍ୟାଙ୍କଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ମାଗଣାରେ ଛାତ୍ରୀମାନଙ୍କୁ ଶିକ୍ଷାଦାନ ପାଇଁ ଘୋଷଣା କଲେ ଏବଂ ଲୋକଙ୍କ ସଂପୃକ୍ତିରେ ଗ୍ରାମାଞ୍ଚଳ ବିକାଶ କାର୍ଯ୍ୟକ୍ରମରେ “”ଗାଁକୁ କାମ- ମାଆକୁ ସମ୍ମାନ” ସ୍ଲୋଗାନ ସାରା ରାଜ୍ୟରେ ପ୍ରତିଧ୍ୱନି ସୃଷ୍ଟି କଲା । ମାତ୍ର ଏବେ ଭାରତ ବର୍ଷର ପ୍ରତ୍ୟେକ ପେଟ୍ରୋଲ ପମ୍ପ୍ରେ ଏକ ରଙ୍ଗୀନ ହୋର୍ଡିଂ ଲଗାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କର ରଙ୍ଗୀନ ଫଟୋ ଏବଂ ଶେଷଭାଗରେ ନିରୀହ ମହିଳାଙ୍କ ଛବି ଆଙ୍କି ମହିଳାଙ୍କୁ ସମ୍ମାନ ମିଳିଲା ବୋଲି ଉଲ୍ଲେଖ କରୁଛନ୍ତି । ଏ ପ୍ରଚାର ପୁଣି ନିଜ ପଇସାରେ ନୁହେଁ- ଭାରତୀୟ ତୈଳ ନିଗମ ପଇସାରେ । ଦୁଇ ବର୍ଷରୁ ଅଧ#କକାଳ କେନ୍ଦ୍ର ଶାସନରେ ରହିଲେଣି, ମାତ୍ର ବିଚାର ନ ହୋଇ ପଡ଼ି ରହିଥ#ବା ମହିଳା ସଂରକ୍ଷଣ ବିଲ୍ ଏ ପର୍ଯ୍ୟନ୍ତ ଆଲୋକ ଦେଖ#ଲା ନାହିଁ । ଚମତ୍କାର ବି.ଜେ.ପି. ନେତା- ବିଚିତ୍ର ତୁମ ପ୍ରବଞ୍ଚନାର ଭାଷା ।
ଏବେ କେଇଦିନ ତଳେ ତାଳଚେର ପ୍ରଜାମେଳି ଆନ୍ଦୋଳନର ୨୯ତମ ସ୍ମ&ୃତିଚାରଣ ସଭାକୁ ନିମନ୍ତ୍ରଣ କ୍ରମେ ମୁଁ ଯାଇଥ#ଲିା ଏନ୍.ଟି.ପି.ସି ପରିସରରେ ସ୍ମ&ୃତିଚାରଣ ପାଇଁ ସଂରକ୍ଷିତ ମଣ୍ଡପରେ ସଭା ହୋଇଥ#ଲାା ସେ ସଭାରେ ସ୍ୱର୍ଗତଃ ପବିତ୍ର ମୋହନ ପ୍ରଧାନଙ୍କ ନେତୃତ୍ୱରେ ଯେଉଁ ଐତିହାସିକ ପ୍ରଜାମେଳି ଆନ୍ଦୋଳନ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନର ମୋଡ ବଦଳାଇ ଦେଇଥ#ଲା ସେ ସଂପର୍କରେ ପଦୁଟିଏ ଉଚ୍ଚାରଣ ନ କରି ବିଜେପିର ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ ରୁଦ୍ରନାରାୟଣ ପାଣି ଯେଭଳି ଭାବେ ରାଷ୍ଟ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କ ପ୍ରଶଂସାରେ ମୁଖର ହୋଇଉଠିଲେ, ମୁଁ ଆଶ୍ଚର୍ଯ୍ୟ ହୋଇଗଲିା ତାଙ୍କର କହିବାର ଥ#ଲା ଯେ କଣିହାରେ ଥ#ବା କେନ୍ଦ୍ରୀୟ ସଂସ୍ଥା ଏସ୍ଟିପିସିର ଯେଉଁ ଡାକ୍ତରଖାନା ରହିଛି ସେଠାରେ କଣିହା ଏବଂ ତାଳଚେରର ପ୍ରଦୂଷଣ ପ୍ରଦତ୍ତ ସାଧାରଣ ରୋଗୀଟିଏ ଚିକିତ୍ସା ପାଇଁ ଗଲେ ତାକୁ ୧୦୦ ଟଙ୍କା ଫିସ୍ ଦେବାକୁ ପଡୁଥ#ଲାା ଏବେ ଉଭୟ କେନ୍ଦ୍ରମନ୍ତ୍ରୀ ଫିସ୍କୁ ୧୦୦ ଟଙ୍କାରୁ ୨୦ ଟଙ୍କାକୁ ଖସେଇ ଆଣିଛନ୍ତିା ଏହା ହିଁ କୁଆଡେ ତାଳଚେର ଏବଂ କଣିହାବାସୀଙ୍କୁ ଏକ ଅଭିନବ ଅବଦାନା ତାଳଚେର ମାଟିିର କୋଇଲାରୁ ଗୋଟିଏ ପଟରେ ମହାନଦୀ କୋଲଫିଲï ଓ ଅନ୍ୟ ପକ୍ଷରେ ମେଗା ତାପଜ ବିଦୁ୍ୟତ କେନ୍ଦ୍ର ପ୍ରକଳ୍ପ ଏନ୍ଟିପିସି ବର୍ଷକୁ ହଜାର ହଜାର କୋଟି ଟଙ୍କା ଲାଭ କରି କେନ୍ଦ୍ରକୁ ଦେଉଛନ୍ତି, ଯାହାର ଫଳ କଣିହା ଓ ତାଳଚେରର ପ୍ରତି କାନ୍ଥବାଡରେ, ଗଛଲତାରେ ଏବଂ ସାଧାରଣ ମଣିଷଙ୍କ ବେଶପୋଷାକରେ ବେଶ୍ ପରିଦୃଷ୍ଟ ହେଉଛିା ସାଧାରଣ ମଣିଷ ଅନାହୂତ ମୃତୁ୍ୟ ପ୍ରଦାନକାରୀ ରୋଗରେ ଆକ୍ରାନ୍ତ ହେଉଛନ୍ତିା ତାଳଚେର ସହର ଦବିଦବି ଯାଉଛି ଏବଂ ସେ ଅଞ୍ଚଳର କରୁଣ ଦୃଶ୍ୟ ଦେଖ# ମଧ୍ୟ ନ ଦେଖ#ଲା ଭଳି ବାବୁ ଧର୍ମେନ୍ଦ୍ର ପ୍ରଧାନ ଏହି ଉଭୟ କେନ୍ଦ୍ରୀୟ ପ୍ରକଳ୍ପ ଅର୍ଜନ କରୁଥ#ବା ଲାଭରୁ ଏକ ସ୍ୱତନ୍ତ୍ର ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ କରିବା ପରିବର୍ତ୍ତେ ଲୋକଙ୍କଠାରୁ ଆଦାୟ କରାଯାଉଥ#ବା ଫିସ୍ ୧୦୦ ଟଙ୍କାରୁ ୨୦ ଟଙ୍କାକୁ ଖସେଇ ଆଣି ସେ ମାଟିର ଅମୃତ ସନ୍ତାନ ଭାବେ ବିବେଚନା କରୁଛନ୍ତିା ସେହିଭଳି ସେ ନିର୍ବାଚିତ ହୋଇଥ#ବା ବିହାରରେ ଯେଉଁ ତୈଳ ବିଶୋଧନାଗାର କାର୍ଯ୍ୟ କରୁଛି ସେଥ#ରେ ୮୭ ପ୍ରତିଶତ ହେଉଛନ୍ତି ବିହାରୀ ଲୋକା ତାଙ୍କ ଦପ୍ତର ଅଧୀନରେ କାର୍ଯ୍ୟ କରୁଥ#ବା ଆସାମ ରିଫାଇନାରୀରେ ଶତକଡା ୯୦ ଭାଗ ଆସାମର ଲୋକା ମାତ୍ର ଓଡ଼ିଶାର ପାରାଦ୍ୱୀପଠାରେ ପ୍ରତିଷ୍ଠିତ ତୈଳ ବିଶୋଧନାଗାରରେ ୫ ପ୍ରତିଶତ ମଧ୍ୟ ଓଡ଼ିଆ ଲୋକ ନାହାନ୍ତିା ଏହି ପ୍ରକଳ୍ପ ପାଇଁ ସ୍ଥାନୀୟ ଚାଷୀମାନେ ୩୩୦୦ ହେକଫର ଜମି ଯୋଗାଇ ଦେଇଛନ୍ତିା ୧୦୦୦ କୋଟି ଟଙ୍କାର ବାଲି ରୟାଲିଟି ଛାଡ କରିଛନ୍ତିା ୧୧ ବର୍ଷ ପାଇଁ ଟିକସ ମୋରାଟୋରିୟମ୍ ପ୍ରାୟ ୨୨୦୦ କୋଟି ଟଙ୍କା ଛାଡ କରିଛନ୍ତିା ପ୍ରଦୂଷଣ କଥା କହିଲେ ନସରୋ ମାତ୍ର ଏଠାରେ ଭୂମି ହରାଇଥ#ବା ଚାଷୀର ପୁଅ ଶ୍ରମିକ ତ ହୋଇପାରିଲେ ନାହିଁ ଏବେ ଆଇଟିଆଇ ଏବଂ ଡିପ୍ଲୋମାଧାରୀ ବେକାର ଯୁବକମାନଙ୍କୁ ମଧ୍ୟ ଚାକିରି ମିଳୁ ନାହିାଁ ଏ ଚାକିରି ପାଇଁ ସର୍ବଭାରତୀୟ ସ୍ତରରେ ଚୟନ ପ୍ରକ୍ରିୟା ଜାରି ରହିଛିା ଏସବୁ କଥାକୁ ଦେଖ#ଲେ ଜୁଏଲ୍ ଓରାମ ବାବୁଙ୍କୁ ଏବଂ ଧର୍ମେନ୍ଦ୍ର ବାବୁଙ୍କୁ ମୋର ପଚାରିବାକୁ ଇଚ୍ଛା ହେଉଛି-”କେଉଁ ନାମରେ ଡାକିବି ତୁମ୍ଭଙ୍କୁ ହେ ବନ୍ଧୁା ଆଗେ ଜନ୍ମମାଟି ପରେ ସିନା ପାର୍ଟି ଏତିକି ଭାବିବ ବନ୍ଧୁ ହୋ’

Share in top social networks!